ETV Bharat / state

New Excise policy of Odisha Govt: ମହଙ୍ଗା ହେବ ମଦ, ଖୋଲିବନି ନୂଆ ଦୋକାନ - ବିୟର ପାର୍ଲରଗୁଡ଼ିକରେ ବିକ୍ରି ହୋଇପାରିବ ୱାଇନ

ରାଜ୍ୟରେ ଘୋଷଣା ହେଲା ନୂଆ ଅବକାରୀ ନୀତି । ବିୟର ପାର୍ଲର ଗୁଡ଼ିକରେ ବିକ୍ରି ହୋଇପାରିବ ୱାଇନ । ଏପ୍ରିଲ ପହିଲାରୁ ବୃଦ୍ଧି ପାଇବ ଭାରତରେ ପ୍ରସ୍ତୁତ ବିଦେଶୀ ମଦ ଦର । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Mar 31, 2023, 8:31 AM IST

ଭୁବନେଶ୍ବର: ପ୍ରକାଶ ପାଇଲା 2023/24 ଆର୍ଥିକ ବର୍ଷ ପାଇଁ ଓଡିଶା ଅବକାରୀ ନୀତି । ଅବକାରୀ ବିଭାଗ ପକ୍ଷରୁ ଜାରି ହୋଇଛି ନୂଆ ନିୟମ । ନିୟମ ଅନୁଯାୟୀ ଆସନ୍ତା ଏପ୍ରିଲ ପହିଲାରୁ ରାଜ୍ୟରେ ଭାରତରେ ପ୍ରସ୍ତୁତ ବିଦେଶୀ ମଦ ଦର ବୃଦ୍ଧି ପାଇବ । ଏହା ସହିତ ଆସନ୍ତା ଆର୍ଥିକ ବର୍ଷରେ ରାଜ୍ୟରେ ନୂଆ ଅଫ ସପ ମଦ ଦୋକାନ ଖୋଲିବା ପାଇଁ ଅନୁମତି ମିଳିବ ନାହିଁ ବୋଲି ଘୋଷଣା ହୋଇଛି । ଏହି ଅବକାରୀ ନୀତି ଆସନ୍ତା ଏପ୍ରିଲ 1ରୁ 2024 ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ।

ରାଜ୍ୟ ସରକାର ଆଇଏମଏଫଏଲ ଉପରେ ଏକ୍ସାଇଜ ଡ୍ୟୁଟିରେ ସାମାନ୍ୟ ବୃଦ୍ଧି କରିଛନ୍ତି । ଫଳରେ ଆସନ୍ତା ଏପ୍ରିଲ ପହିଲାରୁ ରାଜ୍ୟରେ ଭାରତରେ ପ୍ରସ୍ତୁତ ବିଦେଶୀ ମଦ ଦର ବୃଦ୍ଧି ପାଇବ । ନୂଆ ଅବକାରୀ ନୀତିରେ ରାଜ୍ୟ ସରକାର ଲାଇସେନ୍ସ ଫି, ଏମଜିକ୍ୟୁ, ମଦ ପ୍ରସ୍ତୁତ ପାଇଁ ଆବେଦନ ଫି, ଯୋଗାଣକାରୀ ଓ ରିଟେଲର ଫିରେ ମଧ୍ୟ ସାମାନ୍ୟ ବୃଦ୍ଧି କରିଛନ୍ତି । ଅନ ସପ ମଦ ଦୋକାନକୁ ଅଫ ସପ ଭଳି କାଉଣ୍ଟର ବିକ୍ରି ଉପରେ କଟକଣା ଜାରି କରାଯାଇଛି । ସମସ୍ତ ଅଫ ସପ, ଅନ ସପ ଲାଇସେନ୍ସଧାରୀଙ୍କୁ ସବୁ ପରିମାଣର ବିଦେଶୀ ମଦ ନେବାକୁ ପଡ଼ିବ । କେବଳ ଏଫଏଲ ଅନ ଲାଇସେନ୍ସଧାରୀଙ୍କୁ ଓଡ଼ିଶା ମଦ ନିଗମରୁ କେଜ ବିୟର ଉଠାଇବାକୁ ଅନୁମତି ଦିଆଯାଇଛି ।

ସେହିପରି ଆସନ୍ତା ଆର୍ଥିକ ବର୍ଷରେ ରାଜ୍ୟରେ ନୂଆ ଅଫ ସପ ମଦ ଦୋକାନ ଖୋଲିବା ପାଇଁ ଅନୁମତି ମିଳିବ ନାହିଁ । ସମସ୍ତ ପ୍ରକାରର ଅଫ ସପ ମଦ ଦୋକାନ ସଂଖ୍ୟା ବୃଦ୍ଧି ଉପରେ କଟକଣା ଜାରି ହୋଇଛି । ତେବେ ଏସବୁ ଦୋକାନର ନବୀକରଣ ପାଇଁ ସରକାର ଅନୁମତି ଦେଇଛନ୍ତି । 2023/24 ଆର୍ଥିକ ବର୍ଷରେ ଗ୍ରାମାଞ୍ଚଳରେ କୌଣସି ପ୍ରକାରର ଅନ ସପ ଲାଇସେନ୍ସ ପ୍ରଦାନ ପାଇଁ ନୂଆ ଆବେଦନ ଗ୍ରହଣ କରାଯିବ ନାହିଁ । କେବଳ ସହରାଞ୍ଚଳରେ ତାରକା ହୋଟେଲ ଓ ଅନ୍ୟ ହୋଟେଲ ଗୁଡ଼ିକର ରୁମ ସଂଖ୍ୟାକୁ ଦୃଷ୍ଟିରେ ରଖି ଅବକାରୀ କମିଶନର ଅନ ସପ ଲାଇସେନ୍ସ ପ୍ରଦାନ କରିପାରିବେ ।

ବିୟର ପାର୍ଲରଗୁଡ଼ିକ ବିୟର ବିକ୍ରି ସହ ୱାଇନ ମଧ୍ୟ ବିକ୍ରି କରିପାରିବେ । ଇଜି ଅଫ ଡୁଇଙ୍ଗ ବିଜିନେସକୁ ପ୍ରୋତ୍ସାହିତ କରିବା ନିମନ୍ତେ ପରମିଟ୍‌, ଲାଇସେନ୍ସ, ପେମେଣ୍ଟ ଆଦି 5-ଟିରେ କାର୍ଯ୍ୟକାରୀ କରିଛନ୍ତି । ଗୁଇନ୍ଦା ତଥ୍ୟ ଆଧାରରେ ଜ୍ଞାନକୌଶଳର ଉପଯୋଗ କରାଯାଇ ମଦ ଚୋରାଚାଲାଣ ଓ ବିକ୍ରିକୁ ଉପରେ ନିୟନ୍ତ୍ରଣକୁ କଡ଼ାକଡ଼ି କରାଯିବ । ଅବକାରୀ ବିଭାଗ ପକ୍ଷରୁ ଜାରି ହୋଇଥିବା ନୂଆ ଅବକାରୀ ନୀତି ଆସନ୍ତା ଏପ୍ରିଲ 1 ତାରିଖରୁ 31 ମାର୍ଚ୍ଚ 2024 ପର୍ଯ୍ୟନ୍ତ ବଳବତ୍ତର ରହିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.