ଖୋର୍ଦ୍ଧା: ଚିଲିକା ଗସ୍ତରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଅତ୍ୟାଧୁନିକ ହାଉସ ବୋଟ "ଗରୁଡ"ରେ ବୁଲି ଚିଲିକାର ସୌନ୍ଦର୍ଯ୍ୟକୁ ଉପଭୋଗ କରିଛନ୍ତି ରାଜ୍ୟପାଳ । ପରେ ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା'କାଳିଜାଈଙ୍କୁ ଦର୍ଶନ କରିଥିଲେ ।
ଖୋର୍ଦ୍ଧା ଜିଲ୍ଲାର ବଡକୁଳ ପାନ୍ଥ ନିବାସ ନିକଟରେ ଥିବା ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (CDA)ଙ୍କର ରିସର୍ଚ୍ଚ ସେଣ୍ଟର କାର୍ଯ୍ୟାଳୟରେ ରାଜ୍ୟପାଳ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ପରେ ରାଜ୍ୟପାଳ ଚିଲିକା ଭ୍ରମଣରେ ଯାଇଥିଲେ । ଅତ୍ୟାଧୁନିକ ଯନ୍ତ୍ରପାତିରେ ନିର୍ମିତ ହାଉସ ବୋଟ୍ "ଗରୁଡ"ରେ ରାଜ୍ୟପାଳ ଚିଲିକାର ସୌନ୍ଦର୍ଯ୍ୟ ଉପଭୋଗ କରିବା ପରେ ମା' କାଳିଜାଈଙ୍କର ଦର୍ଶନ କରିଥିଲେ ।
ସେଠାରେ ରାଜ୍ୟପାଳଙ୍କ ରାତ୍ରୀଯାପନ ପାଇଁ ସୁ-ବନ୍ଦୋବସ୍ତ କରାଯାଇଥିଲା । ଆଜି ରାଜ୍ୟପାଳ ଭୁବନେଶ୍ୱର ଫେରି ଆସିବାର କାର୍ଯ୍ୟକ୍ରମ ରହିଛି ।
ଇଟିଭି ଭାରତ, ଖୋର୍ଦ୍ଧା