ETV Bharat / state

ପୂର୍ତ୍ତ ବିଭାଗର 3 ଯନ୍ତ୍ରୀଙ୍କୁ ଏକକାଳୀନ ବଦଳି: ମୁଖ୍ୟମନ୍ତ୍ରୀଙ୍କ ହେଲିପ୍ୟାଡ ଦବିବା ପାଇଁ କାର୍ଯ୍ୟାନୁଷ୍ଠାନ ଚର୍ଚ୍ଚା

author img

By

Published : Dec 23, 2021, 10:41 PM IST

ବଦଳିଲେ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଦୀପକ କୁମାର ପାଣିଗ୍ରାହୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଲୋକନାଥ ବେହେରା ଓ କନିଷ୍ଠ ଯନ୍ତ୍ରୀ ଅମୀୟ କୁମାର ବାହିନୀପତି । ଅଧିକ ପଢନ୍ତୁ

odisha government posting three work department engineers
ପୂର୍ତ୍ତ ବିଭାଗର ତିନି ଯନ୍ତ୍ରୀଙ୍କୁ ଏକକାଳୀନ ବଦଳି

ଖୋର୍ଦ୍ଧା: ବଦଳିଲେ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଦୀପକ କୁମାର ପାଣିଗ୍ରାହୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଲୋକନାଥ ବେହେରା ଓ କନିଷ୍ଠ ଯନ୍ତ୍ରୀ ଅମୀୟ କୁମାର ବାହିନୀପତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ତ୍ରୁଟି ଯୋଗୁଁ ଏହି ତିନି ଅଧିକାରୀଙ୍କ ଏକକାଳୀନ ବଦଳି ହୋଇଥିବା ଚର୍ଚ୍ଚା ହେଉଛି ।

ଚଳିତ ମାସ 13 ତାରିଖରେ ଖୋର୍ଦ୍ଧା ବେଗୁନିଆ ମିନି ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀଙ୍କ BSKY କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ରହିଥିଲା । ଏଥିପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିଲା ହେଲିପ୍ୟାଡ୍‌ । ତେବେ ମୁଖ୍ୟମନ୍ତ୍ରୀଙ୍କ ହେଲିକ୍ୟାପ୍ଟର ଅବତରଣ ବେଳେ ଦବି ଯାଇଥିଲା । ଏହି ଘଟଣାରେ ପୂର୍ତ୍ତ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଚର୍ଚ୍ଚା ହେଉଛି ।

ଏହାମଧ୍ୟ ପଢନ୍ତୁ: ସ୍କୁଲ ଗେଟ ତାଲା ଭାଙ୍ଗିଲେ ସରପଞ୍ଚ, ଥାନାରେ ଏତଲା ଦେଲେ ସ୍କୁଲ ସଭାପତି

ଖୋର୍ଦ୍ଧା ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଦୀପକ କୁମାର ପାଣିଗ୍ରାହୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଲୋକନାଥ ବେହେରା ଓ କନିଷ୍ଠ ଯନ୍ତ୍ରୀ ଅମୀୟ କୁମାର ବାହିନୀପତିଙ୍କୁ ଏକ କାଳୀନ ବଦଳି କରାଯାଇଛି । ସେପଟେ ଘଟଣା ଜଣାପଡିବା ପରେ ତରବରିଆ ଭାବେ ନିର୍ମାଣ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡ଼ଟିକୁ ଆଜି(ଗୁରୁବାର) ଭାଙ୍ଗି ଦିଆଯାଇଥିବା ଦେଖିବାକୁ ମିଳିଛି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ କିଭଳି ବିଭାଗ ପକ୍ଷରୁ ଏପରି ତ୍ରୁଟି ରହିଲା ତାହା ବଡ଼ ପ୍ରଶ୍ନ ପାଲଟିଛି । ସେପଟେ ଘଟଣା ସମ୍ପର୍କରେ ପୂର୍ତ୍ତ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.