ETV Bharat / state

ଖରା ଛୁଟିରେ ବି ପାଠ ପଢିବେ ଛାତ୍ରଛାତ୍ରୀ, ଆରମ୍ଭ ହେବ ଅବକାସକାଳୀନ ଶିକ୍ଷା

author img

By

Published : Apr 18, 2023, 8:01 PM IST

ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟ ସରକାର ଆରମ୍ଭ କରିବେ ଅବକାସକାଳୀନ ଶିକ୍ଷା। ମେ ମାସ 4 ତାରିଖ ଠାରୁ ହେବାକୁ ଥିବା ଖରା ଛୁଟିରୁ ହେବ ଆରମ୍ଭ । ଅଧିକା ପଢନ୍ତୁ

summer schedule
summer schedule

ଭୁବନେଶ୍ବର: ଖରା ଛୁଟିକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟ ସରକାର ଆରମ୍ଭ କରିବେ ଅବକାସକାଳୀନ ଶିକ୍ଷା । ମେ ମାସ 4 ତାରିଖ ଠାରୁ ହେବାକୁ ଥିବା ଖରା ଛୁଟିରୁ ଏହା ଆରମ୍ଭ କରାଯିବ । ଏଥି ପାଇଁ ଏକ ସ୍ୱତନ୍ତ୍ର ସିଲାବସ କରାଯାଇଛି । ସମସ୍ତ କ୍ଲାସର ଛାତ୍ରଛାତ୍ରୀଙ୍କୁ ନେଇ ଗ୍ରୁପ କରାଯାଇଛି । ପ୍ରତି ଗ୍ରୁପରେ ରହିଛନ୍ତି 10 ଜଣ ଛାତ୍ରଛାତ୍ରୀ । ତେବେ ପ୍ରତି ଗ୍ରୁପର ମନିଟର କରିବେ ସେହି ସ୍କୁଲର ଜଣେ ଜଣେ ଶିକ୍ଷକ ।

ସେମାନେ ଫୋନରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ । ଅବସରକାଳୀନ ସିଲାବସ ଅନୁସାରେ ଛାତ୍ର ଛାତ୍ରୀ ମାନେ କେତେ ପାଠ ପଢୁଛନ୍ତି ତାହା ଜଣାପଡିବ । ବିଶେଷ ଭାବରେ ଏହାର ଉଦେଶ୍ୟ ହେଉଛି ଯେ ଛୁଟି ସମୟରେ ବି ପାଠ ପଢା ସହ ଜଡିତ ରହିବେ ଛାତ୍ର ଛାତ୍ରୀ । ଏହି ସମୟରେ ଯେଭଳି ଭାବରେ ସେମାନଙ୍କ ସମୟ ନଷ୍ଟ ନ ହେବ ସେ ନେଇ ଧ୍ୟାନ ଦିଆଯିବ । ଏନେଇ ଏଭଳି ନିଷ୍ପତ୍ତି କରାଯାଇଛି ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ଏହା ମଧ୍ୟ ପଢନ୍ତୁ-PM Awas Yojana: 'ଜଣେ ବି ଅଯୋଗ୍ୟ ହିତାଧିକାରୀ ଘର ପାଇଲେ ପରିସ୍ଥିତି ଭୟାବହ ହେବ'

ଏହା ମଧ୍ୟ ପଢନ୍ତୁ- ଭୁବନେଶ୍ବରରେ ପ୍ରତିଷ୍ଠା ହେବ ୩ ନୂଆ ଅଗ୍ନିଶମ ସେବା କେନ୍ଦ୍ର, ନିୟୋଜିତ ହେବେ ୪୫ କର୍ମଚାରୀ

ସୂଚନା ଅନୁଯାୟୀ, ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢୁଛି । ତେଣୁ ରାଜ୍ୟରେ ସ୍କୁଲ ବନ୍ଦ ହୋଇ ସୋମବାର ଦିନ ପୁଣି ଥରେ ବିଦ୍ୟାଳୟ ଖୋଲା ରହିଛି । ପୂର୍ବରୁ ମଧ୍ୟ କୋରନା ସମୟରେ ପିଲାମାନେ ପାଠ ପଢିବାରେ ଅନେକ ସମସ୍ୟା ଦେଖା ଯାଇଥିଲା । କୋରନା ମହାମାରୀ ସମୟର ଦୁଇ ବର୍ଷ ପିଲାମାନେ ପାଠ ମଧ୍ୟ ଠିକ ଭାବରେ ପଢି ନାହାନ୍ତି । ତେଣୁ ଖରା ଛୁଟି ସମୟରେ କିଭଳି ଭାବରେ ପିଲାମାନେ ପାଠ ପଢାରେ ଧ୍ୟାନ ରଖିବେ ସେନେଇ ବ୍ୟବସ୍ଥା କରାଯାଉଛି । ତେବେ ଶିକ୍ଷା କ୍ଷେତ୍ରରେ କିଭଳି ଭାବରେ ଶିକ୍ଷାକୁ ମଜଭୁତ କରାଯିବ ସେନେଇ ନିଷ୍ପତି କରାଯାଇଛି । ତେବେ ରାଜ୍ୟରେ ମଇ ମାସ 5 ତାରିଖରୁ ଖରା ଛୁଟି ହେବା ନେଇ ଏକାଡେମିକ କ୍ୟାଲେଣ୍ଡରେ ପ୍ରକାଶ ପାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.