ETV Bharat / state

ମେଡିକାଲ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବଢାଇଲେ ସରକାର - ମେଡିକାଲ ଷ୍ଟାଇପେଣ୍ଡ

Stipend Money Of Medical Students: ରାଜ୍ୟରେ ବଢ଼ିଲା ମେଡିକାଲ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ । ରାଜ୍ୟରେ ଥିବା ନର୍ସିଂ, ଫାର୍ମାସୀ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଅଢିକ ପଢ଼ନ୍ତୁ

ମେଡିକାଲ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ
ମେଡିକାଲ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ
author img

By ETV Bharat Odisha Team

Published : Jan 3, 2024, 10:15 PM IST

ଭୁବନେଶ୍ବର: ରାଜ୍ୟରେ ବଢ଼ିଲା ମେଡିକାଲ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ । ରାଜ୍ୟରେ ଥିବା ନର୍ସିଂ, ଫାର୍ମାସୀ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏମ୍‌ଫିଲ୍‌ ଛାତ୍ରଛାତ୍ରୀଙ୍କ ପାଇଁ ଷ୍ଟାଇପେଣ୍ଟ ମାସିକ ୧୦ ହଜାର ଟଙ୍କାକୁ ବୃଦ୍ଧି ଘଟିଛି । ସେହିପରି ଡି. ଫାର୍ମା ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡ ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଏଏନ୍‌ଏମ୍‌ ଛାତ୍ର ଛାତ୍ରୀଙ୍କ ପାଇଁ ୨୦୦୦ ଏବଂ ବି ଏସ ସି ନର୍ସିଂ (ଇଣ୍ଟର୍ନସିପ୍‌)ଙ୍କ ପାଇଁ ୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।

ସୂଚନା ଅନୁଯାୟୀ, ପୂର୍ବରୁ ଡି. ଫର୍ମ ଛାତ୍ରଛାତ୍ରୀଙ୍କ ପାଇଁ ୨୫୦ ଟଙ୍କା ଷ୍ଟାଇପେଣ୍ଡ ରହିଥିବା ବେଳେ ଏହାକୁ ବୃଦ୍ଧି କରାଯାଇ ୫୦୦ ଟଙ୍କା କରାଯାଇଛି । ସେହିପରି ଭାବରେ ନର୍ସିଂ ଏବଂ ଏଏନ୍‌ଏମ୍‌ ଛାତ୍ରଛାତ୍ରୀଙ୍କ ପାଇଁ ୧୦୦୦ ଟଙ୍କା ପୂର୍ବରୁ ଷ୍ଟାଇପେଣ୍ଡ ରହିଥିବା ବେଳେ ବର୍ତ୍ତମାନ ଏହା ବୃଦ୍ଧି ଘଟି ୨୦୦୦ ଟଙ୍କା ହୋଇଛି । ବିଏସସି ନର୍ସିଂ (ଇଣ୍ଟର୍ନସିପ୍‌) ରେ ପୂର୍ବରୁ ୨୫୦୦ ଟଙ୍କା ଷ୍ଟାଇପେଣ୍ଡ ରହିଥିବା ବେଳେ ବର୍ତ୍ତମାନ ଏହା ବୃଦ୍ଧି ଘଟି ୫୦୦୦ ଟଙ୍କା କରାଯାଇଛି । ସେହିପରି ଭାବରେ ଏମ୍‌ଫିଲ୍‌ କ୍ଲିନିକାଲ୍ ସାଇକୋଲୋଜି ଏବଂ ସାଇକାଟ୍ରିକର ଛାତ୍ର ଛାତ୍ରୀଙ୍କ ପୂର୍ବରୁ ୭୦୦୦ ଟଙ୍କା ଷ୍ଟାଇପେଣ୍ଡ ରହିଥିବା ବେଳେ ବର୍ତ୍ତମାନ ଏହା ବୃଦ୍ଧି ଘଟି ୧୦୦୦୦ ଟଙ୍କା କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ.....ସ୍କୁଲରେ ଆଧ୍ୟାତ୍ମିକ ପରିବେଶ, ସାମୂହିକ ଯଜ୍ଞ ଓ ବେଦ ପାଠ କରୁଛନ୍ତି ଛାତ୍ରଛାତ୍ରୀ

ରାଜ୍ୟରେ ସରକାରୀ ଡାକ୍ତରଖାନା ଗୁଡ଼ିକରେ ଅନେକ ଡିଗ୍ରୀ ଓ ଡିପ୍ଲୋମା ପାଠ୍ୟକ୍ରମ ଜାରି ରହିଛି । ଯଥା ବିଏସ୍‌ସି ନର୍ସିଂ, ଏଏନ୍‌ଏମ୍‌, ଫାର୍ମାସୀରେ ଡିପ୍ଲୋମା, କ୍ଲିନିକାଲ ସାଇକୋଲୋଜି ଓ ସାଇକ୍ରାଟିକ୍ ସୋସିଆଲ ୱାର୍କରେ ଏମ୍‌ଫିଲ୍‌ ପାଠ୍ୟକ୍ରମ ଜାରି ରହିଛି । ତେବେ ସମସ୍ତ ପାଠ୍ୟକ୍ରମ ପଢ଼ିବା ସମୟରେ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାର କିଛି ଷ୍ଟାଇପେଣ୍ଡ ପ୍ରଦାନ କରୁଛନ୍ତି । ଏହା ସହ ପାଠ ପଢା ସମୟରେ ମଧ୍ୟ ଅନେକ ଛାତ୍ରଛାତ୍ରୀଙ୍କୁ ଡାକ୍ତରଖାନା ଗୁଡ଼ିକରେ ସ୍ବାସ୍ଥ୍ୟସେବା ଯୋଗାଇବା କାର୍ଯ୍ୟରେ ନିୟୋଜିତ କରାଉଛନ୍ତି । ଯାହା ଦ୍ଵାରା ଅନେକ ଛାତ୍ରଛାତ୍ରୀ ଅର୍ଥ ଅଭାବରୁ ପାଠପଢା ଯେଭଳି ଭାବରେ ବଞ୍ଚିତ ନରୁହନ୍ତି ସେଥିପାଇଁ ସମସ୍ତ ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର । ଏପଟେ ସ୍ବାସ୍ଥ୍ୟ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । କିଭଳି ଭାବରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଉନ୍ନତମାନର ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ ସେନେଇ ବିଶେଷ ଭାବରେ ଧ୍ୟାନ ଦିଆଯାଉଛି ସରକାର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.