ETV Bharat / state

ଜଳସମ୍ପଦ ସଂରକ୍ଷଣ ଓ ସୁପରିଚାଳନାରେ ଓଡ଼ିଶା ଦ୍ୱିତୀୟ ଶ୍ରେଷ୍ଠ ରାଜ୍ୟ, ଶ୍ରେଷ୍ଠ ଜିଲ୍ଲା ଗଞ୍ଜାମ - ଚତୁର୍ଥ ଜାତୀୟ ଜଳ ପୁରସ୍କାରରେ ଓଡ଼ିଶା ଦ୍ବିତୀୟ

ଜଳସମ୍ପଦ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡ଼ିଶାକୁ ୨ଟି ପୁରସ୍କାର ମିଳିଛି । ଦେଶର ଦ୍ବିତୀୟ ଶ୍ରେଷ୍ଠ ରାଜ୍ୟ ଭାବେ ଓଡିଶା ସମ୍ମାନଜନକ ଚତୁର୍ଥ ଜାତୀୟ ଜଳ ପୁରସ୍କାର-୨୦୨୨ ଗ୍ରହଣ କରିଛି । ସେହିପରି ଦକ୍ଷ ଜଳସମ୍ପଦ ପରିଚାଳନା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ଦେଶର ଶ୍ରେଷ୍ଠ ଜିଲ୍ଲା ଭାବେ ବିବେଚିତ ହୋଇଛି । ଅଧିକ ପଢ଼ନ୍ତୁ

ଓଡ଼ିଶାକୁ ଚତୁର୍ଥ ଜାତୀୟ ଜଳ ପୁରସ୍କାର-୨୦୨୨
ଓଡ଼ିଶାକୁ ଚତୁର୍ଥ ଜାତୀୟ ଜଳ ପୁରସ୍କାର-୨୦୨୨
author img

By

Published : Jun 17, 2023, 10:16 PM IST

ଭୁବନେଶ୍ବର: ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହୋଇଛି ଚତୁର୍ଥ ଜାତୀୟ ଜଳ ପୁରସ୍କାର-୨୦୨୨ । କାର୍ଯ୍ୟକ୍ରମରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ଉପସ୍ଥିତରେ ଉପରାଷ୍ଟ୍ରପତି ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଦେଶର ଦ୍ବିତୀୟ ଶ୍ରେଷ୍ଠ ରାଜ୍ୟ ଭାବେ ଓଡିଶା ସମ୍ମାନଜନକ ଚତୁର୍ଥ ଜାତୀୟ ଜଳ ପୁରସ୍କାର-୨୦୨୨ ଗ୍ରହଣ କରିଛି । ଓଡିଶା ରାଜ୍ୟ ଉନ୍ନୟନ କମିଶନର ତଥା ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଉପରାଷ୍ଟ୍ରପତିଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତରଞ୍ଜନ ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ । ଏହା ବ୍ୟତୀତ ଦକ୍ଷ ଜଳସମ୍ପଦ ପରିଚାଳନା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ଦେଶର ଶ୍ରେଷ୍ଠ ଜିଲ୍ଲା ଭାବେ ବିବେଚିତ ହୋଇଛି ।

ଜଳସମ୍ପଦ ସଂରକ୍ଷଣ ଓ ସୁପରିଚାଳନାରେ ଓଡ଼ିଶା ଦ୍ୱିତୀୟ ଶ୍ରେଷ୍ଠ ରାଜ୍ୟ

ଜଳସମ୍ପଦର ନିରନ୍ତର ବିକାଶ ଓ ପରିଚାଳନା କ୍ଷେତ୍ରରେ ଜଳସମ୍ପଦ ବିଭାଗ ଗତ କିଛି ବର୍ଷ ମଧ୍ୟରେ ଉଲ୍ଲେଖନୀୟ ଅଗ୍ରଗତି କରିଛି । ୩.୨ ଲକ୍ଷ ହେକ୍ଟର ଜମିରେ ଅତିରିକ୍ତ ଜଳସେଚନ ସୁବିଧା ସୃଷ୍ଟି କରାଯାଇ ୪ ଲକ୍ଷରୁ ଅଧିକ ଚାଷୀଙ୍କୁ ଜଳ ସୁରକ୍ଷା ଯୋଗାଇ ଦିଆଯାଇଛି । ଭୌଗୋଳିକ ଏବଂ ସାମାଜିକ ଅନ୍ତର୍ଭୁକ୍ତିକରଣକୁ ସୁନିଶ୍ଚିତ କରାଯାଇ ଲୋୟର ଇନ୍ଦ୍ର ଓ ଉପର ଇନ୍ଦ୍ରାବତୀ ଲିଫ୍ଟ କେନାଲ, ୬୧ଟି ମେଗା ଉଠା ଜଳସେଚନ ପ୍ରକଳ୍ପ, ୨୮୩୩ଟି ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ ଏବଂ ୨୨ ହଜାର ୫୦୦ଟି ଗଭୀର ନଳକୂଅ ସ୍ଥାପନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଦୀର୍ଘ ଦିନର ସମସ୍ୟାର ସମାଧାନ କରାଯାଇ ୩୨ ହଜାର ହେକ୍ଟର ଜମିକୁ ଜଳସେଚନ ଯୋଗାଇ ଦିଆଯାଇଛି । ସବୁ ବର୍ଗର ଜଳସେଚନ ପ୍ରକଳ୍ପରେ ଜଳ ଆବଣ୍ଟନ ବ୍ୟବସ୍ଥାରେ ଭୂତଳ ପାଇପ ଲାଇନ ବ୍ୟବସ୍ଥା ଗ୍ରହଣ କରାଯିବା ଦ୍ବାରା ପ୍ରକଳ୍ପ ଗୁଡ଼ିକର ଜଳସେଚନ ଦକ୍ଷତା ୨୦%ରୁ ଅଧିକ ବୃଦ୍ଧି ପାଇଛି । ଜଳ ସମ୍ପଦର ସଂରକ୍ଷଣ ପାଇଁ ୧୧ ହଜାର ୭୦୦ କୋଟି ଟଙ୍କା ବିନିଯୋଗରେ ବିଭିନ୍ନ ନଦୀରେ ୪୬ଟି ଇନ୍‌-ଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକ୍ଚର ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଛି । ଯାହାଦ୍ବାରା ୪୯ ହଜାର ୬୫୦ ହେକ୍ଟର ମିଟର ଜଳ ସଂରକ୍ଷଣ ହୋଇପାରିବ । ଏହା ବ୍ୟତୀତ ବିଭିନ୍ନ ଭୂତଳ ଜଳ ସଂରକ୍ଷଣ ବ୍ୟବସ୍ଥା ମାଧ୍ୟମରେ ରାଜ୍ୟର ଭୂତଳ ଜଳ ସମ୍ପଦ ମଧ୍ୟ ବୃଦ୍ଧି ପାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଗଞ୍ଜାମ ଜିଲ୍ଲାକୁ ମିଳିଲା ଜାତୀୟ ଜଳ ପୁରସ୍କାର, ଜିଲ୍ଲାପାଳ ଓ ଟିମ୍‌କୁ ପୁରସ୍କୃତ କଲେ ଉପରାଷ୍ଟ୍ରପତି

୨୦୧୭ରେ ଏହା ୧୫.୫୭ ବିଲିୟନ ଘନମିଟର ଥିବାବେଳେ ୨୦୨୨ରେ ଏହା ୧୭.୭୯ ବିଲିୟନ ଘନମିଟରକୁ ବୃଦ୍ଧି ପାଇଛି । ଏହାସହ ସମଗ୍ର ରାଜ୍ୟରେ ଜଳଶକ୍ତି ଅଭିଯାନ ଅଧୀନରେ ବ୍ୟାପକ କ୍ଷୁଦ୍ର ଜଳ ସଂରକ୍ଷଣ କାର୍ଯ୍ୟ ହାତକୁ ନିଆଯାଇଛି । ସ୍ବଚ୍ଛତା ଓ ରୂପାନ୍ତରଣ ଆଣିବା ପାଇଁ ବିଭାଗ ପକ୍ଷରୁ କେତେଗୁଡିଏ ସୂଚନା ଓ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ମଧ୍ୟ କରାଯାଇଛି । ଜଳସେଚନ ପରିଚାଳନା, ପ୍ରକଳ୍ପ ତଦାରଖ ଏବଂ ବନ୍ୟା ପୂର୍ବାନୁମାନ ପାଇଁ ଗୋୱାଟର, କ୍ରୟ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ପ୍ରୋମିଜ ଆପ୍ଲିକେସନ, ସେଚାଞ୍ଚଳ ଏବଂ ଭାଗିଦାରୀ ଜଳସେଚନ ପରିଚାଳନା କାର୍ଯ୍ୟକଳାପ ଟ୍ରାକିଂ ପାଇଁ ପାଇଁ ଇ-ସିଏଡି ଆପ୍ଲିକେସନ ସଫ୍ଟୱେର, ଏକାଧିକ ଉଦ୍ଦେଶ୍ୟରେ ଜଳ ବ୍ୟବହାର ଯୋଜନା କରିବା ପାଇଁ ସମସ୍ତ ଜଳାଶୟକୁ ଅନ୍ତର୍ଭୁକ୍ତ କରାଯାଇ ଆମ ଜଳାଶୟ ପୋର୍ଟାଲର ବ୍ୟବହାର ହୋଇଛି । ସେହିଭଳି ଜଳ ସମ୍ପଦ ବିଭାଗର ଯନ୍ତ୍ରୀଙ୍କ ପାଇଁ ଏଚ୍‌ଆର୍‌ଏମ୍‌ ପାଇଁ ସୁଦୃଢ ଡାଟାବେସ PINSYS ପ୍ରସ୍ତୁତ କରାଯାଇଛି । ସେହିଭଳି 'ୱାଟରଡକ୍ସ' ହେଉଛି ଏକ ୱେବ୍‌ ସକ୍ଷମ ଇଣ୍ଟରଫେସ । ଯାହା ବିଭାଗର ଦସ୍ତାବିଜ ଏବଂ ପୁରୁଣା ପ୍ରଚଳିତ ତଥ୍ୟକୁ ଡିଜିଟାଲ ଆକାରରେ ସଂରକ୍ଷଣ କରି ସରକାରୀ ଉଦ୍ଦେଶ୍ୟ ଓ ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ ହେବା ପାଇଁ ଉଦ୍ଦିଷ୍ଟ । ଜଳ ପରିଚାଳନାରେ ପାଣି ପଞ୍ଚାୟତ ଓ ଜଳ ପରିଚାଳନାରେ ମହିଳାମାନଙ୍କ ସଂପୃକ୍ତି ମଧ୍ୟ ବିଭାଗର ସଫଳତାର ଚାବିକାଠି ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.