ETV Bharat / state

ଲଘୁଚାପରେ ପରିଣତ ହେଲା ଘୂର୍ଣ୍ଣିବଳୟ, ୧୬ରୁ ପ୍ରବଳ ବର୍ଷା ସମ୍ଭାବନା - ଓଡ଼ିଶା ପାଣିପାଗ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହୋଇଛି । ଆସନ୍ତା ୧୬ରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗର ସୂଚନା । ଅଧିକ ପଢନ୍ତୁ Odisha expects heavy rain fall low pressure formed over Bay of Bengal

Odisha expects heavy rain fall
Odisha expects heavy rain fall
author img

By ETV Bharat Odisha Team

Published : Nov 14, 2023, 5:50 PM IST

ଲଘୁଚାପରେ ପରିଣତ ହେଲା ଘୂର୍ଣ୍ଣିବଳୟ

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହୋଇଛି । ଆଜି ସକାଳ ସମୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ତାର ପାଶ୍ବବର୍ତ୍ତୀ ଆଣ୍ଡାମାନ ସାଗରରେ ସକ୍ରିୟ ହୋଇରହିଛି । ବାୟୁମଣ୍ଡଳ ମଧ୍ୟ ଭାଗ ଯାଏଁ ଏହାସହ ଜଡିତ ଘୂର୍ଣ୍ଣିବଳୟ ବ୍ୟାପିଛି । ଆସନ୍ତା ୧୬ ତାରିଖରେରେ ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ ହେବ । ଏହା ପ୍ରଭାବରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ବର୍ଷା ।

ଘୂର୍ଣ୍ଣିବଳୟ ଗତି ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତିପଥ ବଦଳାଇ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଦେଇ ଗତି କରିବ । ଏହାର ପ୍ରଭାବରେ ୧୫ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହେବ । ବିଶେଷ କରି ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି, ରାୟଗଡ଼ା, ଜଗତସିଂହପୁର, ପୁରୀରେ ହାଲୁକା ବର୍ଷା ରହିବ । ସେହିପରି ୧୬ ତାରିଖଠାରୁ ବର୍ଷାର ମାତ୍ରା ସର୍ବାଧିକ ରହିବ ବୋଲି ବିଭାଗ ଅନୁମାନ କରୁଥିବା ବେଳେ ୩ ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଏହା ବି ପଢନ୍ତୁ- Weather Update: ସୃଷ୍ଟି ହେଲା ଲଘୁଚାପ, 3 ଦିନ ପ୍ରବଳ ବର୍ଷିବ !

ସର୍ବାଧିକ ୭-୨୦ ସେମି ବର୍ଷା ହେବାର ଆକଳନ କରିଛି ବିଭାଗ । ଏଥିସହ ପାର୍ଶ୍ଵବର୍ତ୍ତୀ ଜିଲ୍ଲା କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଯାଜପୁର, ବାଲେଶ୍ଵର, ଢେଙ୍କାନାଳରେ ବର୍ଷାର ସମ୍ଭାବନା ରହିଛି । ୧୭ ରେ ମଧ୍ୟ କିଛି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଉତ୍ତର ଉପକୂଳ ଓଡ଼ିଶା ଯେପରିକି ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ ୭ ଜିଲ୍ଲାରେ ପ୍ରବଳ ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ ୭-୧୧ ସେମି ବର୍ଷା ହେବାର ସମ୍ଭାବନା ରହିଛି ।

ବର୍ତ୍ତମାନ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇସାରିଛି ଓ ଏହା ଅବପାତର ରୂପନେବା ଏହାର ପ୍ରଭାବରେ ୧୫ରୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପବନ ବେଗ ୪୦ରୁ ୫୦ କିମି ବେଗରେ ଝଡ଼ ପବନ ରହିବ । ୧୭-୧୮ରେ ଓଡ଼ିଶା ଉପକୂଳ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ତାର ପାଶ୍ବବର୍ତ୍ତୀ ଅଞ୍ଚଳରେ ପବନ ୪୦ରୁ ୫୫ କିମି ପବନର ବେଗ ରହିବ ସର୍ବାଧିକ ୬୫ କିମିର ପହଞ୍ଚିବ । ଏହି ସମୟରେ ଅଶାନ୍ତ ୧୫ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।

ସେହିପରି ଏହି ସମୟରେ ଖରିଫ ଫସଲ ଅମଳ ସମୟ ଥିବାରୁ ଅମଳଯୁକ୍ତ ଫସଲକୁ ସୁରକ୍ଷିତ ସ୍ଥାନରେ ଗଚ୍ଛିତ ରଖିବାକୁ ଚାଷୀଙ୍କୁ ପରାମର୍ଶ ଦେଇଛି ବିଭାଗ । ୧୬ ତାରିଖ ପରେ ଓଡ଼ିଶା ମୁହାଁ ହେବ ଲଘୁଚାପ । ଅନ୍ୟପଟେ ଅବପାତର ପ୍ରଭାବରେ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଓଡ଼ିଶାକୁ ପ୍ରବେଶ କରିବ । ଏହାକୁ ନେଇ ଆକାଶ ମେଘୁଆ ରହିବ । ତେଣୁ ରାତିର ତାପମାତ୍ରା ବୃଦ୍ଧି ପାଇବ ଓ ଶୀତ ଏହି ସମୟରେ କମ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.