ETV Bharat / state

ବଦଳିବ କଂଗ୍ରେସର ରଣନୀତି, ନୂଆ ମୁହଁକୁ କଂଗ୍ରେସର ଗୁରୁତ୍ବ

author img

By ETV Bharat Odisha Team

Published : Dec 7, 2023, 9:12 PM IST

ଏଣିକି ବଦଳିବ କଂଗ୍ରେସର ରଣନୀତି । ନୂଆ ମୁହଁକୁ କଂଗ୍ରେସ ଗୁରୁତ୍ବ ଦେବ ବୋଲି କହିଛନ୍ତି ପିସିସି ସଭାପତି । ଅଧିକ ପଢନ୍ତୁ

Odisha Congress strategy for 2024 general election

ବଦଳିବ କଂଗ୍ରେସର ରଣନୀତି

ଭୁବନେଶ୍ବର: ଏଣିକି ବଦଳିବ କଂଗ୍ରେସର ରଣନୀତି । ଆଗାମୀ ସାଧାରଣ ନିର୍ବାଚନରେ ନୂଆ ପ୍ରାର୍ଥୀଙ୍କୁ ମିଳିବ ପ୍ରାଧାନ୍ୟ । ଅନ୍ୟ ରାଜ୍ୟ ଭଳି ଓଡିଶା କଂଗ୍ରେସରେ ନୂଆ ମୁହଁକୁ ନିର୍ବାଚନ ମୈଦାନକୁ ଓହ୍ଲାଇବ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି । ଜିତିବା ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଭିତ୍ତିରେ ମିଳିବ ସୁଯୋଗ । ଏନେଇ ଆଜି (ଗୁରୁବାର) ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ପ୍ରାର୍ଥୀ ଚୟନରେ ନୂଆ ମୁହଁକୁ ଦିଆଯିବ ଗୁରୁତ୍ବ ।

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶା କଂଗ୍ରେସର ଜୋରଦାର ପ୍ରସ୍ତୁତି । ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ଦଳ ଏଥର ପ୍ରଥମ ଥର ପାଇଁ ନୂଆ ମୁହଁକୁ ଟିକେଟ ଦେବ । ଏନେଇ AICC ଆଲୋଚନା ଜାରି ରଖିଛି । ବିଜେଡି ବିଜେପି ଠାରୁ ଦଳ କିଭଳି ଓଡିଶା ବାସୀଙ୍କ ଅଧିକ ଗ୍ରହଣୀୟ ହେବ ସେ ନେଇ ପ୍ଲାନ ପ୍ରସ୍ତୁତ ହେଉଛି । AICC ଏନେଇ ବିଚାର କରୁଛି, ଓଡ଼ିଶାରେ ନିର୍ବାଚନକୁ ଗୁରୁତ୍ବ ଦେଉଛି । ଯୁବବର୍ଗ, ମହିଳା, ୫୦ ବର୍ଷରୁ କମ ଏବଂ ନୂଆ ମୁହଁକୁ ଅଧିକ ଗୁରୁତ୍ବ ଦିଆଯିବ । ଏପରିକି ୭୦ ପ୍ରତିଶତ ନୂଆ ମୁହଁକୁ ମିଳିପାରେ ଟିକେଟ । ଯେଉଁମାନେ ନିଜ ଅଞ୍ଚଳରେ ଭଲ କାମ କରିଛନ୍ତି, ଯେଉଁମାନଙ୍କର ଜିତିବାର ସମ୍ଭାବନା ଅଧିକ ଅଛି ସେହିମାନଙ୍କୁ ହି ପ୍ରାର୍ଥୀ କରାଯିବ ବୋଲି ରାଜ୍ୟ କଂଗ୍ରେସ ସୂଚନା ଦେଇଛି ।

ଏହା ବି ପଢନ୍ତୁ- ଓଡ଼ିଶାରେ 'ଆଣ୍ଟି ଇନ୍‌କମ୍ବେନ୍‌ସି ଫ୍ୟାକ୍ଟର' କାମ କରିବ, କଂଗ୍ରେସ ସରକାର ଗଢ଼ିବ: କଂଗ୍ରେସ

ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "୫୦ ବର୍ଷରୁ ଅଧିକ ଯେଉଁମାନେ ଜିତୁଛନ୍ତି ସେମାନେ ମଧ୍ୟ ଟିକେଟ ପାଇବାର ଯୋଗ୍ୟ । ତେଲେଙ୍ଗାନାରେ କଂଗ୍ରେସର ସରକାର ପରେ ଓଡ଼ିଶାରେ ଏହାର ପ୍ରଭାବ ପଡିବ । ଦୀର୍ଘଦିନର ବିଜେଡି ସରକାରର ବିଫଳତାକୁ ବଡ଼ ପ୍ରସଙ୍ଗ କରିବ ରାଜ୍ୟ କଂଗ୍ରେସ । ତେଲେଙ୍ଗାନା ଯେହେତୁ ପଡୋଶୀ ରାଜ୍ୟ ଏହାର ଅନୁକୂଳ ପ୍ରଭାବ ଓଡିଶା ଉପରେ ପଡିବ । ତେଲେଙ୍ଗାନାରେ କଂଗ୍ରେସ ସରକାର ହେଲା । ଓଡ଼ିଶାରେ ମଧ୍ୟ ଏହାର ବଡ଼ ପ୍ରଭାବ ପଡିବ । ଲୋକେ କଂଗ୍ରେସ ଉପରେ ଭରସା କରିବେ। କଂଗ୍ରେସ ସରକାର ଗଢ଼ିବ ।"

ଏହା ବି ପଢନ୍ତୁ- ମିଶନ ୨୦୨୪: ଯୁବ ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଜେଡିର' ମୁଁ ବି ହେବି ନବୀନ ଓଡିଶାର ସାରଥୀ' କାର୍ଯ୍ୟକ୍ରମ

ସୂଚନା ଥାଉ କି ଛତିଶଗଡ଼ରେ ଚଳିତ ନିର୍ବାଚନରେ ପାଖାପାଖି ୪୦ ଜଣ ନୂଆ ପ୍ରାର୍ଥୀ ଦେଇଥିଲା ଭାରତୀୟ ଜନତା ପାର୍ଟି । ଫଳରେ ଅଧିକ ପ୍ରାର୍ଥୀ ଜିତିଲେ । ସେଥିପାଇଁ ବୋଧହୁଏ କଂଗ୍ରେସ ଓଡ଼ିଶାରେ ଏହି ଫଣ୍ଡା ଆପଣେଇପାରେ ବୋଲି ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.