ETV Bharat / state

ଭୁବନେଶ୍ବରରେ କଂଗ୍ରେସ ପ୍ରଭାରୀ ଅଜୟ, ପାଦ ଦେଉ ଦେଉ ପାଣ୍ଡିଆନଙ୍କୁ ଟାର୍ଗେଟ

author img

By ETV Bharat Odisha Team

Published : Jan 6, 2024, 2:27 PM IST

Updated : Jan 6, 2024, 4:09 PM IST

Ajoy kumar visits Odisha: ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ନବ ନିଯୁକ୍ତ କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର । ଭୁବନେଶ୍ବରରେ ପହଞ୍ଚିବା ପରେ ସିଧାସଖଳ ପାଣ୍ଡିଆନଙ୍କୁ କଲେ ଟାର୍ଗେଟ । ଅଧିକ ପଢନ୍ତୁ

ଭୁବନେଶ୍ବରରେ ରାଜ୍ୟ କଂଗ୍ରେସ ପ୍ରଭାରୀ
odisha congress incharge
odisha congress incharge

ଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଲେ ଓଡ଼ିଶାର ନବ ନିଯୁକ୍ତ କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର । ଆଜିଠାରୁ ସେ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ତେବେ ଓଡ଼ିଶା ମାଟିରେ ପାଦ ଦେଉ ଦେଉ ଭିକେ ପାଣ୍ଡିଆନଙ୍କୁ ସିଧାସଳଖ ନିଶାନା କରିଛନ୍ତି ଅଜୟ କୁମାର । ''ଓଡ଼ିଶା ହେଉଛି ଓଡ଼ିଆଙ୍କ ପାଇଁ, ଓଡ଼ିଆମାନଙ୍କ ଦ୍ବାରା, ଓଡ଼ିଆଙ୍କର । କୌଣସି ବାହାର ଲୋକଙ୍କ ପାଇଁ ନୁହଁ ।'' ଏପରି କହି ପାଣ୍ଡିଆନଙ୍କୁ କଟାକ୍ଷ କରିଛନ୍ତି କଂଗ୍ରେସ ପ୍ରଭାରୀ ।

ଆଜିଠୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ନୂତନ କଂଗ୍ରେସ ପ୍ରଭାରୀ ଅଜୟ କୁମାର । ମଧ୍ୟାହ୍ନ ସମୟରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଦଳର ବରିଷ୍ଠ ନେତାମାନେ ଭବ୍ୟ ସ୍ବାଗତ କରିଥିଲେ । ଏହାପରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ନୂତନ କଂଗ୍ରେସ ପ୍ରଭାରୀଙ୍କୁ ଏକ ଶୋଭାଯାତ୍ରାରେ କଂଗ୍ରେସ ଭବନ ଅଭିମୁଖେ ନିଆଯାଇଥିଲା । ଓଡିଶାରେ ପହଞ୍ଚିବା ପରେ ସେ ଗଣମାଧ୍ୟମ ସମ୍ମୁଖରେ ନାଁ ନନେଇ 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଟାର୍ଗେଟ କରିଥିଲେ । ସେ କହିଥିଲେ, ''ବାହାର ଲୋକ ଓଡିଶାକୁ କବଜା କରିବା ବହୁତ ହୋଇଗଲା, ଆଉ ନୁହଁ, ବର୍ତ୍ତମାନ ଓଡ଼ିଶା ଓଡ଼ିଆଙ୍କ ପାଇଁ, ଓଡିଆଙ୍କ ଦ୍ବାରା ଏବଂ ଓଡିଆଙ୍କର । କୌଣସି ବାହାର ଲୋକ ପାଇଁ ନୁହଁ ।''

ଏହା ମଧ୍ୟ ପଢନ୍ତୁ-ଆସୁଛନ୍ତି ପ୍ରଭାରୀ ଅଜୟ କୁମାର, ଉତ୍ସାହିତ କଂଗ୍ରେସ ଶିବିର

ନବ ନିଯୁକ୍ତ କଂଗ୍ରେସ ପ୍ରଭାରୀ ଓଡିଶାରେ ପହଞ୍ଚିବା ପରେ ବେଶ ଉତ୍ସାହୀ ହୋଇପଡିଛନ୍ତି କଂଗ୍ରେସ କର୍ମୀ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଦଳ ପ୍ରଭାବୀ ପ୍ରଦର୍ଶନ କରିବା ପାଇଁ ରଣନୀତି ପ୍ରସ୍ତୁତ କରିବେ ଅଜୟ । ସେ କଂଗ୍ରେସ ମୁଖ୍ୟାଳୟରେ ପହଞ୍ଚିବା ପରେ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ଆଜି ଅପରାହ୍ନ 4ଟାରେ ପିସିସି ପଲିଟିକାଲ ଆଫେୟାର୍ସ କମିଟି ବୈଠକ ଓ ସନ୍ଧ୍ୟାରେ 2017 ଏବଂ 2022 ନିର୍ବାଚନର ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ ଓ ଏନ୍‌.ଏ.ସି, ମ୍ୟୁନିସ୍‌ପାଲଟି, ମହାନଗର ନିଗମର ନିର୍ବାଚିତ କାଉନ୍‌ସିଲର ଓ କର୍ପୋରେଟରଙ୍କ ସହ ବୈଠକ କରିବେ ଡ. ଅଜୟ କୁମାର ।

ଆସନ୍ତାକାଲି (ରବିବାର) ସକାଳ 10ଟା ସମୟରେ ପିସିସି ଇସ୍ତାହାର କମିଟି, ପ୍ରଚାର କମିଟି, ପ୍ରୋଗ୍ରାମ ଇମ୍ପ୍ଲିମେଣ୍ଟେସନ, ପବ୍ଲିସିଟି ଓ ପବ୍ଳିକେସନ କମିଟିର ଅଧ୍ୟକ୍ଷଙ୍କ ବୈଠକରେ ଯୋଗଦେବେ ନବ ନିଯୁକ୍ତ କଂଗ୍ରେସ ପ୍ରଭାରୀ । ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଜିଲ୍ଲା, ବ୍ଲକ ଓ ନଗର କଂଗ୍ରେସ କମିଟି ସଭାପତିମାନଙ୍କ ସହ ବୈଠକ, ସମସ୍ତ ପ୍ରଦେଶ କଂଗ୍ରେସ ବିଭାଗ ଓ ପ୍ରକୋଷ୍ଠର ମୁଖ୍ୟମାନଙ୍କ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ସନ୍ଧ୍ୟା ସମୟରେ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନଙ୍କ ସହ ଆଲୋଚନା କରିବେ । ପରେ ଜଗନ୍ନାଥଙ୍କୁ ଦର୍ଶନ ପାଇଁ ପୁରୀ ଗସ୍ତ କରିବେ । ସୋମବାର ଦିନ ପୁଣି ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 6, 2024, 4:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.