ETV Bharat / state

ନିର୍ବାଚନ ପୂର୍ବରୁ ହେବ ରଣନୀତି, ଡିସେମ୍ବର 2ରେ କଂଗ୍ରେସ କାର୍ଯ୍ୟକାରିଣୀ - ଡିସେମ୍ବର 2 ରେ କଂଗ୍ରେସ କାର୍ଯ୍ୟକାରିଣୀ

କଂଗ୍ରେସ କାର୍ଯ୍ୟକାରିଣୀରେ ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯିବ । ସାଧାରଣ ନିର୍ବାଚନ ପାଇଁ ରୋଡ ମ୍ୟାପ ପ୍ରସ୍ତୁତି ନେଇ ହେବ ବଡ଼ ଆଲୋଚନା । କାର୍ଯ୍ୟକାରିଣୀ ବୈଠକରେ ନେତା ଦେବେ ଏକତାର ମନ୍ତ୍ର। 100ଟି ଆସନରେ ହେବ ବଡ଼ ସଭା । ଅଧିକ ପଢ଼ନ୍ତୁ

ନିର୍ବାଚନ ପୂର୍ବରୁ ହେବ ରଣନୀତି, ଡିସେମ୍ବର 2 ରେ କଂଗ୍ରେସ କାର୍ଯ୍ୟକାରିଣୀ

author img

By ETV Bharat Odisha Team

Published : Nov 28, 2023, 10:24 PM IST

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ଶାସକ ବିଜେଡି ଓ ବିଜେପିକୁ ଧରାଶାୟୀ କରିବାକୁ ଅଣ୍ଟା ଭିଡ଼ିଲା ରାଜ୍ୟ କଂଗ୍ରେସ । ରାଜ୍ୟ ନେତୃତ୍ବଙ୍କ ଘନ ଘନ ବୈଠକ, ରଣନୀତି ଦ୍ବାରା ତୃଣମୂଳ ସ୍ତରରେ ପହଞ୍ଚିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଛି ଦଳ। ଦଳୀୟ ସଂଗଠନକୁ ଅଧିକ ସୁଦୃଢ କରିବାକୁ ବସିବ କାର୍ଯ୍ୟକାରିଣୀ ବୈଠକ। ଚୂଡ଼ାନ୍ତ ହେବ ରଣନୀତି । ଆସନ୍ତା ଡିସେମ୍ବର 2 ତାରିଖରେ କଂଗ୍ରେସ ଭବନରେ ହେବ କାର୍ଯ୍ୟକାରିଣୀ ବୈଠକ । ବୈଠକରେ ଯୋଗ ଦେବେ ସମସ୍ତ ବରିଷ୍ଠ ନେତାଙ୍କ ସମେତ ପ୍ରଭାରୀ ଚେଲ୍ଲା କୁମାର।

କଂଗ୍ରେସ କାର୍ଯ୍ୟକାରିଣୀରେ ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯିବ। ସାଧାରଣ ନିର୍ବାଚନ ପାଇଁ ରୋଡ ମ୍ୟାପ ପ୍ରସ୍ତୁତି ନେଇ ହେବ ବଡ଼ ଆଲୋଚନା। କାର୍ଯ୍ୟକାରିଣୀ ବୈଠକରେ ନେତା ଦେବେ ଏକତାର ମନ୍ତ୍ର। 100 ଟି ଆସନରେ ହେବ ବଡ ସଭା। ଛାତ୍ର-ଯୁବ-ମହିଳା ସେଲକୁ ସକ୍ରିୟ କରିବା ସହ ସଦସ୍ୟତା ବଢ଼ାଇବା ଉପରେ ଗୁରୁତ୍ବ ଦିଆଯିବା ନେଇ ଚର୍ଚ୍ଚା ହେଉଛି । ମୁହଁ ଫେରାଇଥିବା କର୍ମୀଙ୍କୁ ଦଳକୁ ଆଣିବା ପାଇଁ ପ୍ରୟାସ କରିବା ପାଇଁ କାର୍ଯ୍ୟକାରିଣୀରେ ସ୍ବତନ୍ତ୍ର ରଣନୀତି ହେବ ।

ଅଧିକ ପଢନ୍ତୁ- କଂଗ୍ରେସ ଭବନରେ ପହଞ୍ଚିଲା ପ୍ରଥମ ତୁଳସୀ, ଡିସେମ୍ବର ୧ରେ ତୁଳସୀ ଯାତ୍ରା

ଆଗାମୀ 2024 ସାଧାରଣ ନିର୍ବାଚନ ପୂର୍ବରୁ ରଣନୀତିକୁ ଜୋରଦାର କରିବ ରାଜ୍ୟ କଂଗ୍ରେସ । ବୁଥକୁ ନିଜ ସପକ୍ଷରେ ନେବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି କରିଛି ଦଳ। ଚଳିତ ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ବ୍ୟାପକ କାର୍ଯ୍ୟକ୍ରମ ଆରମ୍ଭ କରିବ କଂଗ୍ରେସ । କାର୍ଯ୍ୟକାରିଣୀରେ ମୁଖ୍ୟ ପ୍ରସଙ୍ଗ ହେବ ଧାନ ବିକ୍ରି ଅନିୟମିତତା, ଶ୍ରୀମନ୍ଦିର ରତ୍ନଭଣ୍ଡାର ସହ 4 ଦ୍ବାର ଖୋଲିବା ଓବିସି ଜନଗଣନା। ରାଜ୍ୟବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଦ୍ବାରା ଭୋଟରଙ୍କ ପାଖରେ ପହଞ୍ଚିବ ରାଜ୍ୟ କଂଗ୍ରେସ। ଘରକୁ ଘରକୁ ଯାଇ ଜନସାଧାରଣଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ଅବଗତ କରାଇବ। 314 ବ୍ଲକରେ ସରକାରୀ ବିଫଳତାକୁ ଲୋକ ଲୋଚନକୁ ଆଣିବ ଦଳ। ସର୍ବୋପରି ସରକାରଙ୍କ ବିରୋଧୀ ମନୋଭାବ ବିରୋଧରେ ରାଜରାସ୍ତାକୁ ଓହ୍ଲାଇବ ଦଳ । କଂଗ୍ରେସ ଜୋରଦାର ପ୍ରଚାର ପ୍ରସାର କରିବ । 24 ବର୍ଷର ବିଜେଡି ସରକାର ଏବଂ କେନ୍ଦ୍ରରେ ମୋଦି ସରକାରଙ୍କ ବିରୋଧରେ ଭୋଟରଙ୍କୁ ଅବଗତ କରାଇବ । ୨୪ ବର୍ଷର ବିଜେଡି ସରକାର ଓଡ଼ିଶାକୁ ଗରିବ ରାଜ୍ୟରେ ପରିଣତ କରିଛି। କେନ୍ଦ୍ର ସରକାର ବଡ଼ ବଡ଼ ସ୍ବପ୍ନ ଦେଖାଇ ବିଭ୍ରାନ୍ତ କରିଛି । ବିଜେଡି ଯୁବକ ବିରୋଧୀ, ଚାଷୀ,ମହିଳା, ଛାତ୍ର ବିରୋଧୀ ସରକାର । ଏ କଥାକୁ ଗାଁ ଗାଁ ଘର ଘରକୁ ନେବ କଂଗ୍ରେସ । 314 ବ୍ଲକ, 108 ମ୍ୟୁନିସିପାଳିଟିରେ କାର୍ଯ୍ୟକ୍ରମ କରିବ କଂଗ୍ରେସ ।

କାର୍ଯ୍ୟକାରିଣୀରେ ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଚେଲ୍ଲା କୁମାର, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନଙ୍କ ସମେତ 8ଜଣ ବିଧାୟକ ସାମିଲ ହେବେ । ସୁର ରାଉତରାୟ, ତାରା ବାହିନୀପତି, ସନ୍ତୋଷ ସିଂହ ସାଲୁଜା, ରାଜନ ଏକ୍କା, ଅଧିରାଜ ପାଣିଗ୍ରାହୀ, ରମେଶ ଜେନା ଓ ଦାଶରଥି ଗମାଙ୍ଗ ଉପସ୍ଥିତ ରହିବେ । ବୈଠକରେ କଂଗ୍ରେସ କିଷାନ ସେଲ୍‌, ଛାତ୍ର, ଯୁବ ଓ ମହିଳା ସେଲର ସଭାପତି ମାନେ ସାମିଲ ହେବେ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.