ETV Bharat / state

ରାଷ୍ଟ୍ରପତିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ, ମମତାଙ୍କ ମନ୍ତ୍ରୀଙ୍କୁ ଗିରଫ ଦାବିକଲା କଂଗ୍ରେସ

author img

By

Published : Nov 12, 2022, 1:29 PM IST

Updated : Nov 12, 2022, 6:08 PM IST

ରାଷ୍ଟ୍ରପତିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ । ମହାମହିମ ରାଷ୍ଟ୍ରପତିଙ୍କ ପ୍ରତି ପଶ୍ଚିମବଙ୍ଗ ମନ୍ତ୍ରୀଙ୍କ ଅଶାଳୀନ ମନ୍ତବ୍ୟ ମାମଲା । ମନ୍ତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ । ଅଧିକ ପଢନ୍ତୁ

ରାଷ୍ଟ୍ରପତିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ, ମମତାଙ୍କ ମନ୍ତ୍ରୀଙ୍କୁ ଗିରଫ ଦାବିକଲା କଂଗ୍ରେସ
ରାଷ୍ଟ୍ରପତିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ, ମମତାଙ୍କ ମନ୍ତ୍ରୀଙ୍କୁ ଗିରଫ ଦାବିକଲା କଂଗ୍ରେସ

ଭୁବନେଶ୍ବର: ମହାମହିମ ରାଷ୍ଟ୍ରପତିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ପ୍ରତିବାଦରେ ପଶ୍ଚିମବଙ୍ଗ ମନ୍ତ୍ରୀ ଅଖିଳ ଗିରିଙ୍କ ଅପମାନଜନକ ମନ୍ତବ୍ୟକୁ ନେଇ ସାରା ଓଡିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି(Akhil Giris objectionable remarks against President) । ଉଭୟ କଂଗ୍ରେସ ଓ ବିଜେଡି ଏହି ଘଟଣାକୁ ଦୃଢ ନିନ୍ଦା କରିବା ସହ ସମ୍ପୃକ୍ତ ଟିଏମସି ନେତା ତଥା ମନ୍ତ୍ରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ରାଷ୍ଟ୍ରପତି ହେଉଛନ୍ତି ଭାରତର ଗର୍ବ ଓ ଗୌରବ । ତାଙ୍କୁ ଅପମାନ କରିଥିବା ମନ୍ତ୍ରୀଙ୍କୁ ମନ୍ତ୍ରୀ ମଣ୍ଡଳୀରୁ ବିଦା କରିବାକୁ ଦାବି ହୋଇଛି ।

  • I strongly condemn the derogatory remarks against Hon’ble President of India by TMC legislature.
    Everyone should refrain from such remarks for the first citizen of India.

    — Ranendra Pratap Swain (@rajaaswain) November 12, 2022 " class="align-text-top noRightClick twitterSection" data=" ">

କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ, ''ଆମେ ସମସ୍ତେ ମର୍ମାହତ । ପଶ୍ଚିମବଙ୍ଗର ଜଣେ ମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ସମାଲୋଚନା କରିଛନ୍ତି, ତାହା ଗ୍ରହଣୀୟ ନୁହେଁ । ମହିଳା ଶକ୍ତିର ଜ୍ୱଳନ୍ତ ଉଦାହରଣ ସେ । ଜଣେ ଶିକ୍ଷିତ ମହିଳା ଯିଏ ବିଧାୟକ, ମନ୍ତ୍ରୀ ପରେ ରାଜ୍ୟପାଳ ହୋଇଥିଲେ । ଦ୍ରୌପଦୀ ମୁର୍ମୁ ଯେଉଁ ରାଜ୍ୟକୁ ଯାଉଛନ୍ତି, ଲୋକେ ତାଙ୍କୁ ଆଦରରେ ଗ୍ରହଣ କରୁଛନ୍ତି । ରାଷ୍ଟ୍ରପତିଙ୍କ ପ୍ରତି ଯେଉଁ କଟୁ ଶବ୍ଦ କୁହାଯାଇଛି, ତାହା ନିନ୍ଦନୀୟ । ଅଖିଳ ଗିରିଙ୍କୁ ତୁରନ୍ତ ମନ୍ତ୍ରୀ ମଣ୍ଡଳୀରୁ ବିଦା କରିବା ସହ ଗିରଫ କରିବାକୁ ସୁର ଦାବି କରିଛନ୍ତି । ଭାରତ ବର୍ଷର ଗର୍ବ ଯଦି ଏମିତି ସମାଲୋଚନା କରାଯାଏ ତାହାକୁ ଆମେ ଗ୍ରହଣ କରିବୁ ନାହିଁ । ଯଦି ସେ କେବେ ଓଡ଼ିଶା ଆସନ୍ତି, ତେବେ ତାଙ୍କ ମୁହଁରେ ଗୋବର ବୋଳା ହେବ । ଏ ମାଟିରେ ତାଙ୍କୁ ଓହ୍ଲେଇ ଦେବୁନାହିଁ ।''

ଅନ୍ୟ ଜଣେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ''ରାଷ୍ଟ୍ରପତି ହେଉଛନ୍ତି ଭାରତର ଗର୍ବ ଓ ଗୌରବ । ଦେଶର ପ୍ରଥମ ନାଗରିକ । ଟିଏମସି ମନ୍ତ୍ରୀଙ୍କ ଏହି ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରିବା ସହ ଗିରଫ କରାଯାଉ । ଏହାସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କ୍ଷମା ପ୍ରାର୍ଥନା କରନ୍ତୁ । ଏହା ଓଡ଼ିଆ ସ୍ୱାଭିମାନର କଥା । ଦେଶ, ମହିଳା ଓ ଆଦିବାସୀଙ୍କ ଅସ୍ମିତାର କଥା ।''

ଏହାମଧ୍ୟ ପଢନ୍ତୁ: ପଶ୍ଚିମବଙ୍ଗ ମନ୍ତ୍ରୀଙ୍କ ଅଶୋଭନୀୟ ମନ୍ତବ୍ୟ: କହିଲେ ଆମ ରାଷ୍ଟ୍ରପତି କେମିତି ଦେଖାଯାଆନ୍ତି ?

ପ୍ରକାଶଥାଉ କି, ପଶ୍ଚିମବଙ୍ଗ ମନ୍ତ୍ରୀ ଅଖିଲ ଗିରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଚେହେରାକୁ ନେଇ କଟାକ୍ଷ କରିଛନ୍ତି । ନନ୍ଦିଗ୍ରାମରେ ଏକ ଜନସଭାରେ ମନ୍ତ୍ରୀ କହିଛନ୍ତି, ''ଆମେ ରୂପକୁ ଦେଖି କାହାକୁ ବିଚାର କରିନଥାଉ । ଆମେ ରାଷ୍ଟ୍ରପତିଙ୍କ ପଦବୀକୁ ସମ୍ମାନ କରୁ । ହେଲେ ଆପଣଙ୍କ ରାଷ୍ଟ୍ରପତି କେମିତି ଦେଖାଯାଆନ୍ତି ? ।'' ଏହି ମନ୍ତବ୍ୟକୁ ଚାରିଆଡେ ନିନ୍ଦା କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 12, 2022, 6:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.