ETV Bharat / state

କଂଗ୍ରେସ ନେତାଙ୍କୁ ନାଲି ଆଖି, କାମ ନକଲେ ପଦ ଛାଡ଼: ପ୍ରଭାରୀ ଅଜୟ କୁମାର

author img

By ETV Bharat Odisha Team

Published : Jan 9, 2024, 8:00 PM IST

Odisha Congress: ସାଧାରଣ ନିର୍ବାଚନ ପୂର୍ବରୁ କଡ଼ା ଆଭିମୁଖ୍ୟ ଗ୍ରହଣ କଲା କଂଗ୍ରେସ । ଦଳୀୟ କାର୍ଯ୍ୟ ସଠିକ ଭାବେ ନକଲେ ପଦରୁ ବିଦା ହେବେ ନେତା । ଅଧିକ ପଢ଼ନ୍ତୁ...

କଂଗ୍ରେସର କଡା ଆଭିମୁଖ୍ୟ
କଂଗ୍ରେସର କଡା ଆଭିମୁଖ୍ୟ
କଂଗ୍ରେସର କଡା ଆଭିମୁଖ୍ୟ

ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ଓଡିଶା କଂଗ୍ରେସର ପ୍ରସ୍ତୁତି । କଲ୍‌ ସେଣ୍ଟର ଖୋଲିବ ନେତାଙ୍କ ଗୁମର । 2024 ସାଧାରଣ ନିର୍ବାଚନ ପୂର୍ବରୁ ଅଣ୍ଟା ସଳଖୁଛି ରାଜ୍ୟ କଂଗ୍ରେସ । ତୃଣମୂଳସ୍ତରରୁ କଂଗ୍ରେସକୁ ସୁଦୃଢ କରିବାକୁ ମନ୍ତ୍ର ଦେଲେ ନୂଆ ପ୍ରଭାରୀ ଡଃ ଅଜୟ କୁମାର । ଜିଲ୍ଲା, ବ୍ଲକ, ପଞ୍ଚାୟତ ଏବଂ ବୁଥ ସ୍ତରରେ କଂଗ୍ରେସର ଉପସ୍ଥିତି ପାଇଁ ସବୁସ୍ତରରେ ବ୍ୟାପକ ଯୋଜନା କରୁଛି ରାଜ୍ୟ କଂଗ୍ରେସ । ନୂଆ ପ୍ରଭାରୀ ଡଃ ଅଜୟ କୁମାର ସଂଗଠନ ଉପରେ ଗୁରୁତ୍ବ ଦେଇଛନ୍ତି । ଜିଲ୍ଲା, ବ୍ଲକ,ପଞ୍ଚାୟତ ଏବଂ ବୁଥରେ କଂଗ୍ରେସ ସଭ୍ୟ ଲିଷ୍ଟ ପ୍ରଦେଶ କଂଗ୍ରେସକୁ ପଠାଇବାକୁ ସ୍ଥାନୀୟ ସଭାପତି ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଭାରୀ । ଯିଏ ନଦେବ, ତାଙ୍କୁ ପରିବର୍ତ୍ତନ କରାଯିବ । ସଂଗଠନକୁ ଯିଏ ଗୁରୁତ୍ବ ଦେବନାହିଁ, ତାକୁ ପରିବର୍ତ୍ତନ କରାଯିବ ବୋଲି ସିଧାସଳଖ ଧମକ ଦେଇଛନ୍ତି ଅଜୟ କୁମାର । ପ୍ରଭାରୀଙ୍କ ସହ ସ୍ବର ମିଳାଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଏନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ପିସିସି ସଭାପତି ।

ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁତ କରୁଛି ରୋଡମ୍ୟାପ୍‌ । ଜିଲ୍ଲା, ବ୍ଲକ ଓ ନଗର କଂଗ୍ରେସ ସଭାପତିଙ୍କ ବୈଠକରେ ପ୍ରସ୍ତୁତ ହୋଇଛି ନୂଆ ରାଣନୀତି । ତେବେ ଏପର୍ଯ୍ୟନ୍ତ ବ୍ଲକ କମିଟି, ମଣ୍ଡଳ କମିଟି, ବୁଥ କମିଟି ଗଠନ ହୋଇ ନଥିବାରୁ ବର୍ଷିଛନ୍ତି ପ୍ରଭାରୀ ଅଜୟ କୁମାର । ଆଗାମୀ 10 ଦିନ ଭିତରେ କମିଟି ଗଠନ କରିବାକୁ ଜିଲ୍ଲା ସଭାପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଭାରୀ । ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ଆମେ ଖୁବଶୀଘ୍ର ସୂଚନା ଦେବୁ । ସବୁ ଜିଲ୍ଲା ସଭାପତି ମାନଙ୍କୁ ତାଲିକା ମଗାଯାଇଛି । ସେମାନେ ତାଙ୍କ ଲିଷ୍ଟରେ ୩ରୁ ୫ ଜଣଙ୍କ ନାମ ଦେଇଛନ୍ତି । ସମସ୍ତ ୧୪୭ ନିର୍ବାଚନ ମଣ୍ଡଳୀରୁ ନାମର ତାଲିକା ଆସିଯାଇଛି । ୨୧ ଲୋକସଭା ସିଟ୍‌ ପାଇଁ ସର୍ଭେ ଚାଲିଛି । ଯେତେ ଶୀଘ୍ର ହେବ ଦିଲ୍ଲୀକୁ ନାଁ ଦେବୁ । ଯଦି ଓଡ଼ିଶାବସୀ ଆମ ଉପରେ ଭରସା କରିବେ, ୯ରୁ ୯୦ ମିଶନ୍‌ ସାକାର କରିବୁ ଏବଂ ୨୫ ବର୍ଷର ନବୀନ ସରକାରକୁ ଗାଦିରୁ ହଟାଇବୁ ।"

ଏହା ମଧ୍ୟ ପଢ଼ନ୍ତୁ...କଂଗ୍ରେସରେ 60 ପ୍ରାର୍ଥୀ ଫାଇନାଲ୍, ଫେବ୍ରୁଆରିରେ ଟିକେଟ୍ ବଣ୍ଟନ: ତାରା ବାହିନୀପତି

ସେପଟେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ତଥା ବିଧାୟକ ସୁର ରାଉତରାୟ କହିଛନ୍ତି, "ଆମେ ପଞ୍ଚାୟତ, ବ୍ଲକ ଓ ବୁଥ ଲିଷ୍ଟ ପ୍ରସ୍ତୁତ କରି ସାରିଛୁ । ସଂଗଠନକୁ ସକ୍ରିୟ କର, ତୃଣମୁଳ ସ୍ତରକୁ ସୁଦୃଢ଼ କର । ମୁଁ ସମ୍ଭାବ୍ୟ ବିଧାୟକଙ୍କ ପ୍ରାର୍ଥୀ ନାଁ ଦେଇସାରିଛି । ଠିକ ସମୟରେ ପ୍ରଭାରୀ ଦାୟିତ୍ବ ନେଇଛନ୍ତି । ଆଗାମୀ ଦିନରେ ଶକ୍ତିଶାଳୀ ହେବ କଂଗ୍ରେସ । ଯେଉଁମାନେ ଦଳୀୟ କାର୍ଯ୍ୟ ଠିକ ଭାବେ କରିବେ ନାହିଁ, ତାଙ୍କୁ ପଦରୁ ବାହାର କରିଦେବା ଦରକାର ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.