ETV Bharat / state

ଡିସେମ୍ବରରେ ଓଡ଼ିଶାର ରେକର୍ଡ ଜିଏସଟି ସଂଗ୍ରହ, ୨୫୭୮ କୋଟି ଟଙ୍କା ଆଦାୟ - ଓଡିଶା ଜିଏସଟି ସଂଗ୍ରହ

GST collection: 2023 ଡିସେମ୍ବରରେ ଜିଏସଟି ସଂଗ୍ରହରେ ରେକର୍ଡ କଲା ଓଡ଼ିଶା । 2022 ଅପେକ୍ଷା 2023ରେ ପାଖାପାଖି 70 ପ୍ରତିଶତ ଅଧିକ ଜିଏସଟି ସଂଗ୍ରହ କରାଯାଇଛି । ଅଧିକ ପଢନ୍ତୁ

ଓଡ଼ିଶାର ରେକର୍ଡ ଜିଏସଟି ସଂଗ୍ରହ
ଓଡ଼ିଶାର ରେକର୍ଡ ଜିଏସଟି ସଂଗ୍ରହ
author img

By ETV Bharat Odisha Team

Published : Jan 2, 2024, 8:40 AM IST

ଭୁବନେଶ୍ବର: ରାଜ୍ୟରେ ଜିଏସଟି ହାରରେ ଉଲ୍ଲେଖନୀୟ ଅଭିବୃଦ୍ଧି । 2023 ଡିସେମ୍ବରରେ ଜିଏସଟି ସଂଗ୍ରହରେ ରେକର୍ଡ କଲା ଓଡ଼ିଶା । 2022 ଅପେକ୍ଷା 2023ରେ ପାଖାପାଖି 70 ପ୍ରତିଶତ ଅଧିକ ଜିଏସଟି ସଂଗ୍ରହ କରାଯାଇଛି । ୨୦୨୩ ମସିହା ଡିସେମ୍ବର ମାସରେ ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ବାବଦକୁ ଓଡ଼ିଶା ଦ୍ୱିତୀୟ ସର୍ବାଧିକ ଜିଏସଟି ସଂଗ୍ରହ କରିଛି । ଡିସେମ୍ବରରେ ୨୫୭୮.୦୫ କୋଟି ଟଙ୍କା ଜିଏସଟି ଆଦାୟ କରାଯାଇଛି ।

୨୦୨୩ ଡିସେମ୍ବରରେ ଜିଏସଟି ସଂଗ୍ରହରେ ରେକର୍ଡ କଲା ଓଡ଼ିଶା

ତେବେ ୨୦୨୨ ମସିହା ଡିସେମ୍ବର ମାସରେ ୧୫୧୫.୮୮ କୋଟି ଟଙ୍କା ଜିଏସଟି ବାବଦରେ ଆଦାୟ କରାଯାଇଥିବା ବେଳେ 2023 ଆର୍ଥିକ ବର୍ଷ ଡିସେମ୍ବର ମାସ ସୁଦ୍ଧା ରାଜ୍ୟ ଜିଏସଟି -ସମନ୍ବିତ ଜିଏସଟି ଫଇସଲା ବାବଦକୁ ୧୭ ହଜାର ୪୧୯ କୋଟିରୁ ଊର୍ଦ୍ଧ୍ବ ଟଙ୍କା ସଂଗ୍ରହ କରାଯାଇଛି । ଗତ ଆର୍ଥିକ ବର୍ଷର ଡିସେମ୍ବର ମାସ ସୁଦ୍ଧା ଏହି ସଂଗ୍ରହ ରାଶି ୧୩ ହଜାର ୨୩୫ କୋଟି ଟଙ୍କା ଥିଲା । ୩୧.୬୧ ପ୍ରତିଶତ ଅଭିବୃଦ୍ଧି ଘଟିଛି ।

ଅନ୍ୟପଟେ ରାଜ୍ୟ ବାଣିଜ୍ୟକର ଏବଂ ଜିଏସଟି କମିଶନରରେଟ ଅଧୀନରେ ପରିଚାଳିତ ହେଉଥିବା ବିଭିନ୍ନ ଟିକସ ବ୍ୟବସ୍ଥା ଯଥା, ରାଜ୍ୟ ଜିଏସଟି, ସମନ୍ବିତ ଜିଏସଟି ଫଇସଲା, ମୂଲ୍ୟଯୁକ୍ତ କର, ପ୍ରବେଶ କର ଓ ବୃତ୍ତିଗତ କର ବାବଦକୁ ୨୦୨୩ ମସିହା ଡିସେମ୍ବର ମାସରେ ୩ ହଜାର ୬୬୫କୋଟି ଟଙ୍କା ସଂଗୃହୀତ ହୋଇଥିଲା । ୨୦୨୨ ମସିହା ଡିସେମ୍ବର ମାସରେ ଏହି ସଂଗ୍ରହ ପରିମାଣ ଥିଲା ୨ ହଜାର ୫୧୦ କୋଟି ଟଙ୍କାରୁ ଅଧିକ । ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ୪୫.୯୮ ପ୍ରତିଶତ ରହିଛି । ଅପରପକ୍ଷରେ ଚଳିତ ଆର୍ଥିକ ବର୍ଷ ଡିସେମ୍ବର ମାସ ସୁଦ୍ଧା ସମସ୍ତ ଟିକସ ଅଧୀନରେ ମୋଟ ସଂଗ୍ରହ ପରିମାଣ ୨୬ ହଜାର ୦୮୯ କୋଟି ଟଙ୍କା ରହିଥିଲା । ୨୦୨୨ ମସିହା ଡିସେମ୍ବର ତୁଳନାରେ ଏହାର ଅଭିବୃଦ୍ଧି ହାର ୨୧.୬୮ ପ୍ରତିଶତ ରହିଛି।

ଏହାମଧ୍ୟ ପଢନ୍ତୁ...GST Collection: ଜୁଲାଇରେ ୭୨୨୫.୨୫ କୋଟି ଜିଏସଟି ସଂଗ୍ରହ, ଗତବର୍ଷ ତୁଳନାରେ ୧୯.୨୬% ଅଭିବୃଦ୍ଧି

ସେହିପରି ମୋଟ ଜିଏସଟି ବାବଦକୁ ଓଡ଼ିଶାରେ ୨୦୨୩ ମସିହା ଡିସେମ୍ବର ମାସରେ ୪ ହଜାର ୩୫୧.୪୨ କୋଟି ଟଙ୍କା ସଂଗୃହୀତ ହୋଇଥିବାବେଳେ ୨୦୨୨ ମସିହା ଡିସେମ୍ବର ମାସରେ ୩ ହଜାର ୮୫୪.୨୯ କୋଟି ସଂଗୃହୀତ ହୋଇଥିଲା । ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ରହିଛ ୧୨.୯୦ ପ୍ରତିଶତ । ଅପରପକ୍ଷରେ ୨୦୨୩-୨୪ ଆର୍ଥିକ ବର୍ଷରେ ଡିସେମ୍ବର ମାସ ସୁଦ୍ଧା ଜିଏସଟି ବାବଦକୁ ୩୯ ହଜାର ୫୩୯ କୋଟିରୁ ଊର୍ଦ୍ଧ୍ବ ଟଙ୍କା ସଂଗୃହୀତ ହୋଇଛି । ଗତ ଆର୍ଥିକ ବର୍ଷର ଡିସେମ୍ବର ମାସ ସୁଦ୍ଧା ହୋଇଥିବା ସଂଗ୍ରହ ତୁଳନାରେ ଏଥିରେ ୧୦.୦୮ ପ୍ରତିଶତ ଅଭିବୃଦ୍ଧି ହୋଇଛି ।

୨୦୨୩ ମସିହା ଡିସେମ୍ବର ମାସରେ ୨୨.୪୯ ଲକ୍ଷ ସଂଖ୍ୟକ ଇ-ୱେବିଲ ନିର୍ଗମନ ହୋଇଥିବାବେଳେ 2022 ଡିସେମ୍ବର ମାସରେ ଏହି ସଂଖ୍ୟା ଥିଲା ୧୯.୬୬ ଲକ୍ଷ । ଫଳରେ ଏ କ୍ଷେତ୍ରରେ ୧୪.୩୯ ପ୍ରତିଶତ ଅଭିବୃଦ୍ଧି ଘଟିଛି । ଯାହା ବ୍ୟବସାୟିକ କାର୍ଯ୍ୟକଳାପରେ ଘଟିଥିବା ଅଭିବୃଦ୍ଧିକୁ ପ୍ରତିଫଳିତ କରୁଛି । ଏଥିମଧ୍ୟରୁ ୧୩.୪୧ ଲକ୍ଷ ଇ-ୱେବିଲ ଅନ୍ତଃରାଜ୍ୟ କାରବାର ପାଇଁ ନିର୍ଗମନ ହୋଇଥିବାବେଳେ ୯.୦୭ ଲକ୍ଷ ଆନ୍ତଃରାଜ୍ୟ କାରବାର ପାଇଁ ନିର୍ଗମନ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.