ETV Bharat / state

ଅଙ୍ଗଦାନ ପାଇଁ ତିନି ଦିବଂଗତଙ୍କୁ ସୂରଜ ପୁରସ୍କାର, ବାହାନଗାବାସୀଙ୍କ ବିରତ୍ବଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା - ବାହାନଗାବାସୀଙ୍ଗ ବିରତ୍ବଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଉତ୍ତମକାର୍ଯ୍ୟ ପାଇଁ ବାହାନଗା ରେଳ ଦୁର୍ଘଟଣାର ଯୋଦ୍ଧା ଓ ଅଙ୍ଗଦାନ ପାଇଁ ତିନି ଜଣଙ୍କୁ ସୂରଜ ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

Bahanaga train accident
Bahanaga train accident
author img

By

Published : Aug 14, 2023, 8:37 AM IST

ଭୁବନେଶ୍ବର: ବିଶ୍ବ ଅଙ୍ଗଦାନ ଦିବସରେ ସୂରଜ ପୁରସ୍କାର ପ୍ରଦାନ ସହ ବାହାନାଗା ଯୋଦ୍ଧାଙ୍କୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଙ୍ଗଦାନ ପାଇଁ ତିନି ଦିବଂଗତଙ୍କୁ ସୂରଜ ପୁରସ୍କାର ପ୍ରଦାନ କରାଯାଇଛି । ଅଙ୍ଗଦାନ କରି ଅମର ହୋଇଥିବା ଜଗତସିଂହପୁରର ସ୍ବର୍ଗତଃ ସୁଧାଂଶୁ ଶେଖର ଲେଙ୍କା, କଟକର ସ୍ବର୍ଗତଃ ତନୁଜା କର କର ଓ ଭୁବନେଶ୍ବରର ସ୍ବର୍ଗତଃ ପ୍ରନ୍ନଜିତ ମହାନ୍ତିଙ୍କ ପରିବାରକୁ ସୁରଜ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏଥିସହ 5 ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି ।

ବିଶ୍ବ ଅଙ୍ଗଦାନ ଦିବସ ଅବସରରେ ଲୋକସେବା ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ କହିଥିଲେ ଯେ, ଏହି କାର୍ଯ୍ୟକ୍ରମ ଆମ ସମସ୍ତଙ୍କୁ ସମାଜର ସେବା ଓ ସମର୍ପଣ ଭାବକୁ ଅନୁଭବ କରିବାକୁ ସୁଯୋଗ ଦେଉଛି । ଅଙ୍ଗଦାନ କରିଥିବା ବ୍ୟକ୍ତିଙ୍କ ପରିବାରକୁ ଧନ୍ୟବାଦ ଜଣାଇବା ସହ ପରିବାର ଲୋକଙ୍କ ତ୍ୟାଗ ଭାବନା ଲୋକଙ୍କୁ ଅଙ୍ଗଦାନ ପାଇଁ ପ୍ରେରିତ କରିବ । ଏଭଳି ପ୍ରେରଣାଦାୟୀ ମାନବୀୟ କାମ ସବୁ ବେଳେ ମନେ ରହିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ-Bahanaga Train Tragedy: ଆଜି ବାହାନଗା ଯୋଦ୍ଧାଙ୍କୁ ସମ୍ମାନିତ କରିବେ ମୁଖ୍ୟମନ୍ତ୍ରୀ

Bahanaga train accident
Bahanaga train accident

ଅନ୍ୟପଟେ ବାହାନଗା ରେଳ ଦୁର୍ଘଟଣା ପରେ ଉତ୍ତମ ସେବାକାର୍ଯ୍ୟ ପାଇଁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା । ଭୁବନେଶ୍ବର ମହାନଗର ନିଗମ, ଏନଡିଆରଏଫ, ଓଡ୍ରାଫ, 108 ଆମ୍ବୁଲାନ୍ସ, ଏସସିବି ମେଡିକାଲ କଲେଜ, ଏମ୍ସ ଭୁବନେଶ୍ବର, ବାଲେଶ୍ବର ଜିଲ୍ଲାପାଳ ଓ ଏସପି, ଫକୀର ମୋହନ ମେଡିକାଲ କଲେଜ, ବାଲେଶ୍ବର ଜିଲ୍ଲା ଚିକିତ୍ସାଳୟ ଓ ସ୍ବେଚ୍ଛାସେବୀଙ୍କୁ ସମ୍ମାନିତ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥିତ ରହି ରେଳ ଦୁର୍ଘଟଣା ସମୟରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବକୁ ପ୍ରଶଂସା କରିଥିଲେ ।

ଏହା ମଧ୍ୟ ପଢନ୍ତୁ-Train Tragedy: ବାହାନଗା ବେଦନାକୁ ମାସେ, କଳାରାତିରେ ମୃତ୍ୟୁ ନେଇ ଆସିଥିଲା କରମଣ୍ଡଳ

ବାହାନଗା ରେଳ ଦୁର୍ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦୁର୍ଘଟଣା ଅତ୍ୟନ୍ତ ଭୟଙ୍କର ଥିଲା । ଦୁର୍ଘଟଣାରେ ଆହତଙ୍କ ଅକଥନୀୟ ଯନ୍ତ୍ରଣାକୁ ପୁରା ଦେଶକୁ ସ୍ତବ୍ଧ କରିଥିଲା । ରେଳ ଦୁର୍ଘଟଣାପରେ ସ୍ଥାନୀୟ ଲୋକଙ୍କ ପଦକ୍ଷେପ, ସ୍ବେଚ୍ଛାସେବୀ, ରେସପନ୍ସ ଟିମ ଓ ବିଭିନ୍ନ ସଂସ୍ଥା ନିସ୍ବାର୍ଥପର ସେବା ଯୋଗାଇ ଆମ ସମ୍ମାନ ବଢାଇଛି । ସ୍ଥାନୀୟ ଲୋକଙ୍କ ଉଦ୍ଧାର କାର୍ଯ୍ୟ ଓ ପ୍ରଶାସନିକ ଅଧିକାରୀଙ୍କ ପଦକ୍ଷେପ ସବୁଦିନ ପାଇଁ ମନେ ରହିବ । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ବିପର୍ଯ୍ୟୟ କୌଣସି ସମୟରେ ବି ଘଟିପାରେ । ଯାହା ବାହାନଗା ରେଳ ଦୁର୍ଘଟଣାରୁ ସ୍ପଷ୍ଟ ହୋଇଛି । ତେଣୁ ଏପରି ଅପ୍ରତ୍ୟାଶିତ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ସ୍ବେଚ୍ଛାସେବୀଙ୍କୁ ପ୍ରସ୍ତୁତ ରହିବାକୁ ପଡିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।

ଜୁନ ମାସ 2 ତାରିଖରେ ବାଲେଶ୍ଵର ଜିଲ୍ଲାର ବାହାନଗା ରେଳ ଷ୍ଟେସନ ନିକଟରେ ଘଟିଥିଲା ମର୍ମନ୍ତୁଦ ରେଳ ଦୁର୍ଘଟଣା । ଏହି ଘଟଣାକୁ 2 ମାସ ପୁରିଛି । ସେହିଦିନ ସନ୍ଧ୍ୟା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ସାଲିମାର ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ । କରମଣ୍ଡଳ ଏକ୍ସପ୍ରେସ ଲୁପ ଲାଇନକୁ ଯାଇ ପୂର୍ବରୁ ସେଠାରେ ଥିବା ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା । ସେହି ସମୟରେ ଅପର ପାର୍ଶ୍ଵରୁ ଆସୁଥିବା ବେଙ୍ଗାଲୁରୁ-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସ ମଧ୍ୟ ଦୁର୍ଘଟଣାର ସାମ୍ନା କରିଥିଲା । ଏହି ଦୁର୍ଘଟଣାରେ ପ୍ରାୟ 290ରୁ ଊର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ 1000ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.