ETV Bharat / state

ବିଜେପିର ବିଧାନସଭା ନିର୍ବାଚନ ବିଜୟ: ମୋଦିଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇଲେ ନବୀନ - Naveen congrats PM Modi

Naveen congrats PM Modi: ତିନିଟି ରାଜ୍ୟରେ ବିଜେପିର ବିପୁଳ ବିଜୟ ପରେ ମୋଦିଙ୍କୁ ଫୋନ୍ କଲେ ନବୀନ । ବିଜୟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ । ଅଧିକ ପଢ଼ନ୍ତୁ,

ବିଜେପିର ବିଧାନସଭା ନିର୍ବାଚନ ବିଜୟ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ

author img

By ETV Bharat Odisha Team

Published : Dec 4, 2023, 2:12 PM IST

Updated : Dec 4, 2023, 2:33 PM IST

ଭୁବନେଶ୍ବର: ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ତିନିଟି ଯାକ ରାଜ୍ୟରେ ବିପୁଳ ବିଜୟ ହାସଲ ସହ ସରକାର ଗଢ଼ିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ବିଜେପି ବିଜୟର ସବୁ ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଇଛି ଦଳ । ୨୦୨୩ ବିଧାନସଭା ନିର୍ବାଚନରେ ବିଜେପିର ବଡ଼ ବିଜୟ ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି (ସୋମବାର) ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରିଥିଲେ । ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନରେ କଥା ହୋଇଥିବା ବେଳେ, ଫୋନ୍ କଲ୍ ପାଇଁ ନବୀନଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ଯରେ ଏହି ଫୋନ କଥାବାର୍ତ୍ତାକୁ ସୌଜନ୍ୟ ମୂଳକ କୁହାଯାଉଛି। ତେବେ ରାଜନୈତିକ ମହଲରେ ନବୀନ- ମୋଦି ଫୋନ୍ କଥାବାର୍ତ୍ତାକୁ ଭିନ୍ନ ଦୃଷ୍ଟିରେ ଦେଖାଯାଉଛି । ୨୦୨୩ରେ ୫ଟି ରାଜ୍ୟରେ ଅନୁଷ୍ଠିତ ହୋଇଛି ବିଧାନସଭା ନିର୍ବାଚନ। ୨୦୨୪ରେ ହେବ ଲୋକସଭା ନିର୍ବାଚନ । ଲୋକସଭା ନିର୍ବାଚନ ସହିତ ଓଡ଼ିଶାରେ ମଧ୍ଯ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଓଡ଼ିଶାରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେଡି ସରକାର ଗତ ୨୩ ବର୍ଷ ଧରି କ୍ଷମତାରେ ରହି ଆସିଥିବା ବେଳେ, ମୁଖ୍ୟ ବିରୋଧୀ ଦଳ ହେଉଛି ବିଜେପି । ଓଡ଼ିଶାରେ ବିଜେଡି ଏବଂ ବିଜେପି ପରସ୍ପର ବିରୋଧରେ ନିର୍ବାଚନ ଲଢୁଥିବା ବେଳେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଂପର୍କ ଭଲ ରହି ଆସିଛି ।

ଗତକାଲି (ରବିବାର) ପ୍ରକାଶ ପାଇଥିଲା ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ । ସେସବୁ ରାଜ୍ୟ ହେଲା ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ ଏବଂ ତେଲେଙ୍ଗାନା । ୪ଟି ରାଜ୍ୟ ମଧ୍ୟରୁ ତିନିଟି ରାଜ୍ୟ ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନରେ ପୂର୍ଣ୍ଣ ବହୁମତ ସହ ବିଜୟୀ ହୋଇଛି ବିଜେପି । ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା, ମଧ୍ୟପ୍ରଦେଶରେ ବିଜେପି ପୁଣିଥରେ ବିଜୟୀ ହୋଇଥିବା ବେଳେ, ରାଜସ୍ଥାନ ଏବଂ ଛତିଶଗଡ଼ରେ କଂଗ୍ରେସ ଠାରୁ ଶାସନ ଗାଦି ଛଡ଼ାଇ ଆଣିଛି ପଦ୍ମଦଳ । ଯାହାକୁ ନେଇ ଖୁସିରେ ଝୁମୁଛି ବିଜେପି ଶିବିର । ସବୁଠି ସେଲିବ୍ରେସନ ମାହୋଲ । ବୃହତ୍ତ ବିଜୟକୁ ନେଇ ପଦ୍ମ ଦଳକୁ ଚାରିଆଡୁ ଛୁଟୁଛି ଶୁଭେଚ୍ଛା ସୁଅ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 4, 2023, 2:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.