ETV Bharat / state

ମୁକ୍ତା ଅଧୀନରେ ଥିବା SHG ପାଇଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

ମୁକ୍ତା ଅଧୀନରେ ଥିବା SHG ପାଇଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ । ପ୍ରତ୍ୟେକ ୱାର୍ଡ ଲାଗି କାର୍ଯ୍ୟ ଯୋଜନାକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

author img

By

Published : Jun 22, 2023, 8:53 PM IST

Etv Bharat
Etv Bharat

ଭୁବନେଶ୍ବର: ଓଡିଶାର ସହରାଞ୍ଚଳରେ ଥିବା ସମସ୍ତ ବର୍ଗଙ୍କର ଅନ୍ତର୍ଭୁକ୍ତି ବିକାଶ ସହିତ ଜୀବନଯାପନକୁ ସହଜ କରିବା ପାଇଁ ମୁକ୍ତା ଯୋଜନା ଚାଲିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଅଧୀନରେ ଥିବା ପ୍ରତ୍ୟେକ ୱାର୍ଡ ଲାଗି କାର୍ଯ୍ୟ ଯୋଜନାକୁ ଅନୁମୋଦନ କରିଛନ୍ତି । ୫ଟି ମନ୍ତ୍ର ପାଳନ କରି ମୋଟ ୮୩୩.୨୧ କୋଟି ଟଙ୍କା ବ୍ୟୟରେ ୧୧୫ଟି ପୌରାଞ୍ଚଳରେ ଚଳିତ ଆର୍ଥିକ ବର୍ଷରେ ୧୦୯୪୫ ପ୍ରକଳ୍ପ କାର୍ଯ୍ୟକାରୀ ହେବ ।

ରାଜ୍ୟ ଗୃହ ର୍ନିମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପୌର ସଂସ୍ଥାଗୁଡିକ ଲାଗି ମଞ୍ଜୁରୀ ନିର୍ଦ୍ଦେଶନାମା ସହିତ ଜାରି ହୋଇଥିବା ବଜେଟ ଏବଂ ର୍ନିଦ୍ଦିଷ୍ଟ ସଂଖ୍ୟାର ପ୍ରକଳ୍ପକୁ ଉଲ୍ଲେଖ କରାଯାଇଛି । ମିଶନ ଶକ୍ତି ଏସଏଚଜି (ଏମଏସଜିଏସ) ଏବଂ ବସ୍ତି ବିକାଶ ସଂଘ (ଏସଡିଏ) ଦ୍ବାରା ପରିଚାଳିତ ହେବାକୁ ଥିବା ଏହି ପ୍ରକଳ୍ପଗୁଡିକ ଗୋଷ୍ଠୀ ସହଭାଗୀ ମାଧ୍ୟମରେ କାର୍ଯ୍ୟକାରୀ ହେବ । ଡିସେମ୍ବର ୨୦୨୩ ସୁଦ୍ଧା ସମସ୍ତ ଅନୁମୋଦିତ ପ୍ରକଳ୍ପର ସଫଳ ରୂପାୟନ ପାଇଁ ବର୍ତ୍ତମାନ ସମୟ ଆସିଛି । ଏହା କହିଛନ୍ତି ରାଜ୍ୟ ସହରାଞ୍ଚଳ ବିକାଶ ସଂସ୍ଥା (ସୁଡା)ର ନିର୍ଦ୍ଦେଶକ ତଥା ମୁକ୍ତାର ରାଜ୍ୟ ନୋଡାଲ ଅଧିକାରୀ ସାରଦା ପ୍ରସାଦ ପଣ୍ଡା ।

ଏହା ବି ପଢନ୍ତୁ-ଆହାର ସୋସାଇଟି ପାଇଁ ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ସାରଦା ଆହୁରି ମଧ୍ୟ କହିଛନ୍ତି, " ଅନୁମୋଦିତ ପ୍ରକଳ୍ପର ପ୍ରଭାବଶାଳୀ କାର୍ଯ୍ୟକାରିତା ପାଇଁ ମୁକ୍ତାର ଜ୍ଞାନ, କୌଶଳ ଏବଂ ଦକ୍ଷତା ବିକାଶ କରିବା ଗୁରୁତ୍ବପୂର୍ଣ୍ଣ । ଗୋଷ୍ଠି ସହଭାଗୀଙ୍କ ଦକ୍ଷତା ବିକାଶ କେବଳ ସେମାନଙ୍କର ପ୍ରକଳ୍ପ ପରିଚାଳନା ଦକ୍ଷତା ଗଠନ କରିବ ନାହିଁ , ବରଂ ଗୋଷ୍ଠିଗୁଡିକର ସମସ୍ୟା ସମାଧାନ ପାଇଁ ସେମାନଙ୍କ ଦକ୍ଷତା ବୃଦ୍ଧି ଲାଗି ବାହ୍ୟ ବିଶେଷଜ୍ଞଙ୍କ ଉପରେ ନିର୍ଭରଶୀଳତାକୁ ମଧ୍ୟ ହ୍ରାସ କରିବ । ସେମାନଙ୍କୁ ଆଗେଇ ନେବା ଏବଂ ନିଜେ ନିଜର ସମାଧାନ ଖୋଜିବା ପାଇଁ ସଶକ୍ତ କରିବ । ଗୋଷ୍ଠୀର ଅଂଶୀଦାରମାନଙ୍କୁ ସଶକ୍ତ କରିବା ପାଇଁ ଏକ ଦୂରଦୃଷ୍ଟି ସହିତ ବିଭାଗର ପ୍ରମୁଖ ଶାସନ ସଚିବ ଜି.ମାଥିଭଥାନନଙ୍କ ନିର୍ଦ୍ଦେଶରେ ବିଭାଗ ଏକ ବ୍ୟାପକ ରାଜ୍ୟସ୍ତରୀୟ ଦକ୍ଷତା ବିକାଶ ତାଲିମ (ସିବିଟି) କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି ।"

ଏଥିପାଇଁ ବ୍ୟାପକ ଯୋଜନା ପ୍ରସ୍ତୁତ ହେଉଛି । ଯାହା ଦକ୍ଷତା ବୃଦ୍ଧି କରିବାରେ ସକ୍ଷମ ହେବ । ପୌର ଅଧିକାରୀ ଏବଂ ବୃତ୍ତିଧାରୀମାନେ ମୁକ୍ତାର କାର୍ଯ୍ୟକାରିତା ସହିତ ଜଡିତ ଏମଏସଜି / ଏସଡିଏ ନେତା ତଥା ଅଧିକାରୀଙ୍କ ଏକ ଯୋଜନାବଦ୍ଧ ସିବିଟି ତାଲିମକୁ ସହରୀ ପରିଚାଳନା କେନ୍ଦ୍ର (ୟୁଏମସି)ର ବୈଷୟିକ ସହାୟତା ସହିତ ଆଜିଠାରୁ ଆରମ୍ଭ ହୋଇଛି । ୟୁଏମସିର ବୃତ୍ତିଗତ ତଥା ମୁକ୍ତାର ବିଶେଷଜ୍ଞମାନେ ମିଳିତ ଭାବରେ ତାଲିମ ପ୍ରଦାନ କରିଛନ୍ତି । କ୍ଷେତ୍ର ସ୍ତରରେ ମୁକ୍ତା ପ୍ରକଳ୍ପର ପ୍ରଭାବଶାଳୀ କାର୍ଯ୍ୟାନ୍ବୟନ ପାଇଁ ଏମଏସଜିଗୁଡ଼ିକୁ ଘନିଷ୍ଠ ଭାବରେ ପରିଚାଳନା କରିବେ ବୋଲି ସେ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.