ETV Bharat / state

ସଚିବସ୍ତରୀୟ ବୈଠକ: DMF-OMBADC ପାଣ୍ଠିରେ ଭିତ୍ତିଭୂମି ଓ ଜୀବିକା ନିର୍ବାହ ପ୍ରକଳ୍ପକୁ ଗୁରୁତ୍ୱ

author img

By ETV Bharat Odisha Team

Published : Sep 6, 2023, 7:23 AM IST

ସଚିବସ୍ତରୀୟ ବୈଠକରେ ବିଭିନ୍ନ ବିଭାଗର କାର୍ଯ୍ୟ ଅଗ୍ରଗତି ସମ୍ପର୍କିତ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ । ବୈଠକରେ DMF ଏବଂ OMBADC ପାଣ୍ଠିରେ ଭିତ୍ତିଭୂମି ଓ ଜୀବିକା ନିର୍ବାହ ପ୍ରକଳ୍ପକୁ ଗୁରୁତ୍ୱ । ଅଧିକ ପଢନ୍ତୁ

ସଚିବସ୍ତରୀୟ ବୈଠକ ଅନୁଷ୍ଠିତ
ସଚିବସ୍ତରୀୟ ବୈଠକ ଅନୁଷ୍ଠିତ
ସଚିବସ୍ତରୀୟ ବୈଠକ

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ବିଭାଗର କାର୍ଯ୍ୟ ଅଗ୍ରଗତି ସମ୍ପର୍କିତ ସମୀକ୍ଷା ହୋଇଛି । ଅଗଷ୍ଟ ମାସରେ ବିଭିନ୍ନ ବିଭାଗ ଦ୍ବାରା କାର୍ଯ୍ୟ ଉଲ୍ଲେଖନୀୟ ରହିଛି । ଗତ ୨୦୨୨-୨୩ ତୁଳନାରେ ଚଳିତ ବର୍ଷ ଅଗଷ୍ଟ ମାସ ଶେଷ ସୁଦ୍ଧା ବିତ୍ତୀୟ ପ୍ରଦର୍ଶନରେ ବୃଦ୍ଧି ହୋଇଛି । ଡିଏମଏଫ ଏବଂ ଓମ୍ବାଡିସି ପାଣ୍ଠିରେ ଭିତ୍ତିଭୂମି ନିର୍ମାଣ ଓ ଅଧିକ ଜୀବିକା ନିର୍ବାହ ପ୍ରକଳ୍ପ କାର୍ଯ୍ୟକାରୀ କରିବା ଉପରେ ମୁଖ୍ୟ ଶାସନ ସଚିବ ବୈଠକରେ ଗୁରୁତ୍ବ ଦେଇଛନ୍ତି ।

ମଙ୍ଗଳବାର ଖାରବେଳ ଭବନ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ସଚିବସ୍ତରୀୟ ବୈଠକର ପ୍ରାରମ୍ଭରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗତ ଅଗଷ୍ଟ ମାସ ଶେଷ ସୁଦ୍ଧା ବିଭିନ୍ନ ବିଭାଗର ସଚିବମାନେ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରିଥିବା ବିଭାଗର ପ୍ରମୁଖ କାର୍ଯ୍ୟ ସଫଳତା ସଂପର୍କରେ ଉପସ୍ଥାପନ କରିଛନ୍ତି । ଉନ୍ନୟନ କମିଶନର ଅନୁ ଗର୍ଗ କହିଛନ୍ତି ଯେ, ଅଗଷ୍ଟ ମାସରେ ରାଜ୍ୟର ସମସ୍ତ ୪୩୭୩ଟି ଅଣବ୍ୟାଙ୍କିଙ୍ଗ ଗ୍ରାମ ପଞ୍ଚାୟତରେ ସିଏସପି ପ୍ଲସ ବ୍ୟାଙ୍କିଙ୍ଗ ଆଉଟଲେଟ ଜରିଆରେ ୬ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସହ ସମନ୍ୱୟ ରକ୍ଷା କରି ବ୍ୟାଙ୍କିଙ୍ଗ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଘରୋଇ କ୍ଷେତ୍ରର ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ଏବଂ ପ୍ରକଳ୍ପଗୁଡ଼ିକୁ ତ୍ୱରିତ ମଞ୍ଜୁରୀ ଦେବା ପାଇଁ ଓଡ଼ିଶା ପବ୍ଲିକ ପ୍ରାଇଭେଟ ପାର୍ଟନରସିପ ପଲିସି-୨୦୨୩ ପ୍ରଣୟନ କରାଯାଇଛି ।

ଏହାମଧ୍ୟ ପଢନ୍ତୁ: ସାହିତ୍ୟ ଶିକ୍ଷାରେ ଡିଜିଟାଲ ଟେକ୍ନୋଲୋଜିର ପ୍ରୟୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ମିଶନ ଶକ୍ତି ସ୍କୁଟର ଯୋଜନା ରାଜ୍ୟ କ୍ୟାବିନେଟ ବୈଠକରେ ଅନୁମୋଦନ ଲାଭ କରିଛି । କ୍ୟୁଆର କୋଡ ସହ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ-କଳାଭୂମିର ନବୀକରଣ ୱେବସାଇଟ ଉନ୍ମୋଚନ କରାଯାଇଛି । ଅଡିଓ ଗାଇଡେଡ ଟୁର ସୁବିଧା କରାଯାଇଛି । ଶକ୍ତି ଓ ଶିକ୍ଷା ଆଦି ବିଭିନ୍ନ ବିଭାଗରେ ନିଯୁକ୍ତି ଦିଆଯାଇଛି । ସେହିପରି ଶିଳ୍ପ କ୍ଷେତ୍ରରେ ପ୍ରମୁଖ ଶିଳ୍ପକୁ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ କମିଟି ତରଫରୁ ଅନୁମୋଦନ ଦିଆଯାଇଛି । ଦକ୍ଷତା ବିକାଶ ଓ ବିଭିନ୍ନ କ୍ଷେତ୍ରରେ ରାଜିନାମା ସ୍ବାକ୍ଷରିତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ କେନାଲ ଲାଇନିଂ ଯୋଜନା -୨.୦ କ୍ୟାବିନେଟ ଅନୁମୋଦନ ଲାଭ କରିଛି । ସେହିପରି ଅନ୍ୟ ବିଭିନ୍ନ ବିଭାଗ ଦ୍ବାରା ପ୍ରଦତ୍ତ ସଫଳତା ସଂପର୍କରେ ସେ ଉପସ୍ଥାପନ କରିଛନ୍ତି ।

ମୁଖ୍ୟ ଶାସନ ସଚିବ ଏହି ସଫଳତାର ଧାରାକୁ ଆହୁରି ଅଧିକ ତ୍ବରାନ୍ବିତ କରିବାକୁ ପରାମର୍ଶ ଦେଇଛନ୍ତି । ବୈଠକରେ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗର କାର୍ଯ୍ୟ ସଂପର୍କରେ ସମୀକ୍ଷା ସହ ଡିଏମଏଫ ଏବଂ ଓମ୍ବାଡିସି ପାଣ୍ଠି ଉପଯୋଗରେ ସମ୍ପୃକ୍ତ ଅଞ୍ଚଳରେ ଭିତ୍ତିଭୂମିର ବିକାଶ, ଉନ୍ନତ ରାସ୍ତା ନିର୍ମାଣ ସାଙ୍ଗକୁ ଅଧିକରୁ ଅଧିକ ଜୀବିକା ନିର୍ବାହ ପ୍ରକଳ୍ପ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ବ ଦେଇଛନ୍ତି । ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷରେ ଅଗଷ୍ଟ ମାସ ଶେଷ ସୁଦ୍ଧା ରାଜସ୍ୱ ଆୟ ଖର୍ଚ୍ଚ ଓ ସମ୍ପର୍କରେ ସମୀକ୍ଷା କରାଯାଇଛି । ଗତବର୍ଷ ୨୦୨୨-୨୩ ଆର୍ଥିକ ବର୍ଷରେ ଅଗଷ୍ଟ ମାସ ଶେଷ ସୁଦ୍ଧା ଖର୍ଚ୍ଚ ତୁଳନାରେ ଚଳିତ ୨୦୨୩-୨୪ ବର୍ଷ ଏହି ମାସ ସୁଦ୍ଧା ବଜେଟ ଅନୁମୋଦନ ହିସାବରେ କାର୍ଯ୍ୟ ଅଗ୍ରଗତି ଅଧିକ ରହିଛି । ରାଜ୍ୟର ବିତ୍ତୀୟ ପ୍ରଦର୍ଶନ ଭଲ ରହିଛି ।

ଭିତ୍ତିଭୂମି ଉନ୍ନୟନ କ୍ଷେତ୍ର, ଶକ୍ତି, ମିଶନ ଶକ୍ତି, ବିଜ୍ଞାନ ଓ ବୈଷୟିକ ବିଦ୍ୟା, ଶିଳ୍ପ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ଆଦି ଉନ୍ନତି ପ୍ରଦର୍ଶନ କରିଛନ୍ତି । ଅବସର ଗ୍ରହଣ କରୁଥିବା କର୍ମଚାରୀମାନଙ୍କର ପେନସନ ପ୍ରଦାନ ପ୍ରକ୍ରିୟା ଅଧିକ ବ୍ୟବସ୍ଥିତ ଓ ତ୍ବାରାନ୍ବିତ ହେବା ଫଳରେ ମାମଲା ସଂଖ୍ୟା ପୂର୍ବାପେକ୍ଷା ହ୍ରାସ ପାଉଛି । ଏ ସଂପର୍କରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସୁରେନ୍ଦ୍ର କୁମାର ପ୍ରକାଶ କରିଛନ୍ତି ।

୫ ବର୍ଷରେ ୧୫ ଲକ୍ଷ ଯୁବକ ଯୁବତୀଙ୍କୁ ଦକ୍ଷ କରିବା ବିଭାଗର ଲକ୍ଷ୍ୟ ରହିଛି । ଅନ୍ୟ ବିଭିନ୍ନ ବିଭାଗ ତରଫରୁ ଆଗାମୀ ୪ ବର୍ଷରେ ୪୫ ଲକ୍ଷରୁ ଊର୍ଦ୍ଧ୍ୱ ଯୁବକ ଯୁବତୀଙ୍କୁ ଦକ୍ଷ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି । ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ପୂରଣ, ଆଗାମୀ ଦିନରେ ବିଭିନ୍ନ ବିଭାଗ ତରଫରୁ କାର୍ଯ୍ୟକାରୀ ହେବାକୁ ଥିବା ପ୍ରକଳ୍ପର ଉଦଘାଟନ, ଚଳିତ ଆର୍ଥିକ ବର୍ଷରେ ଆଗାମୀ ୬ ମାସ ପାଇଁ ସମସ୍ତ ବିଭାଗର କାର୍ଯ୍ୟ ଯୋଜନା କିପରି ରହିବ, ସେ ସଂପର୍କରେ ଆଲୋଚନା କରାଯାଇଛି । ବୈଠକରେ ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଡି.କେ ସିଂ, ନିକୁଞ୍ଜ ବିହାରୀ ଧଳ, ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ, ଅରବିନ୍ଦ ପାଢ଼ୀ, ହେମନ୍ତ କୁମାର ଶର୍ମା, ସୁରେଶ କୁମାର ବଶିଷ୍ଠ, ସୁଶୀଲ କୁମାର ଲୋହାନି, ବୀର ବିକ୍ରମ ଯାଦବ, କମିଶନର ତଥା ଶାସନ ସଚିବ ଶାଳୀନ ପଣ୍ଡିତ, ରୂପା ରୋସନ ସାହୁ, ସୁଜାତା ପାଣ୍ଡିଆନ ପ୍ରମୁଖ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.