ETV Bharat / state

ଟ୍ୟାପ ଜଳ ଯୋଗାଣରେ ସଫଳତା ପାଇଁ ପୁରସ୍କୃତ ହେଲା ନୂଆପଡା ଜିଲ୍ଲା

author img

By

Published : Jul 4, 2023, 11:01 PM IST

ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ରାଜ୍ୟ ପ୍ରଶାସନର ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଅନ୍ୟପଟେ ଟ୍ୟାପ ଜଳ ଯୋଗାଣରେ ସଫଳତା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଠାରୁ ପୁରସ୍କୃତ ହୋଇଛି ନୂଆପଡା ଜିଲ୍ଲା । ଅଧିକ ପଢନ୍ତୁ

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ରାଜ୍ୟ ପ୍ରଶାସନର ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଏହି ବୈଠକ ହୋଇଛି । ତେବେ ଟ୍ୟାପ ଜଳ ଯୋଗାଣରେ ସଫଳତା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଠାରୁ ପୁରସ୍କୃତ ହୋଇଛି ନୂଆପଡା ଜିଲ୍ଲା । ଜନକଲ୍ୟାଣକାରୀ କାର୍ଯ୍ୟକ୍ରମଗୁଡିକର ସୂଚନା, ଶିକ୍ଷା ଓ ଯୋଗାଯୋଗ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଛି । ସେହିପରି ଇ-କମର୍ସ ପୋର୍ଟାଲ ଜରିଆରେ MSME ଉତ୍ପାଦର ରପ୍ତାନୀକୁ ପ୍ରୋତ୍ସାହିତ କରିବା ଉପରେ ପ୍ରସ୍ତାବ ଦିଆଯାଇଛି । ବୈଠକରେ ରାଜସ୍ୱ ପରିଷଦ ସଭ୍ୟ ତଥା ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହାନିର୍ଦ୍ଦେଶକ ରାଜ କୁମାର ଶର୍ମା, ଉନ୍ନୟନ କମିଶନର ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ସମେତ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଏବଂ କମିଶନର ତଥା ଶାସନ ସଚିବ ବୃନ୍ଦ ଉପସ୍ଥିତ ଥିଲେ ।

ବୈଠକର ଆରମ୍ଭରେ ଜଳଜୀବନ ମିଶନ ଅଧିନରେ ଦେଶରେ ଟ୍ୟାପ ଜଳ ଯୋଗାଣ କ୍ଷେତ୍ରରେ ଆକାଂକ୍ଷିତ ଜିଲ୍ଲା ମଧ୍ୟରେ ଉଚ୍ଚ ସଫଳତା ପାଇଥିବା ନୂଆପଡା ଜିଲ୍ଲାକୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ଓ ନୂଆପଡା ଜିଲ୍ଲାପାଳ ହେମକାନ୍ତ ରାୟ, ମୁଖ୍ୟ ଶାସନ ସଚିବଙ୍କ ଠାରୁ ଏହି ପ୍ରମାଣପତ୍ର ଗ୍ରହଣ କରିଛନ୍ତି । ବୈଠକରେ ଉପସ୍ଥାପିତ ବିଭିନ୍ନ କାର୍ଯ୍ୟସୂଚୀ ମଧ୍ୟରେ ପ୍ରଥମେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହା ନିର୍ଦ୍ଦେଶକ ଏକାଡେମୀରେ ବିଭିନ୍ନ ପ୍ରଶିକ୍ଷଣ ପ୍ରକ୍ରିୟାର ଆଧୁନିକୀକରଣ କରାଯାଇଥିବା ପ୍ରକାଶ କରିଛନ୍ତି । ଏହା ସହିତ ସରକାରୀ ଅଧିକାରୀ, ଯନ୍ତ୍ରୀ ଓ କର୍ମଚାରୀମାନଙ୍କ ପାଇଁ ପ୍ରଶିକ୍ଷଣର ଆବଶ୍ୟକତା ସମ୍ପର୍କରେ ସେ ଆଲୋକପାତ କରିଛନ୍ତି ।

ବିଭିନ୍ନ ବିଭାଗରେ ନୂତନ ଭାବେ ନିଯୁକ୍ତି ପାଇଥିବା ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ସେକ୍ସନ ଅଫିସର, ଡେକ୍ସ ଅଫିସର, ବିଭାଗୀୟ ଅଧିକାରୀ ତଥା ଉପ ବିଭାଗୀୟ ଅଧିକାରୀ ଏବଂ ଉପଶାସନ ସଚିବମାନେ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ ନେଉଛନ୍ତି । ଏହା ସହିତ ବରିଷ୍ଠ ଅଧିକାରୀମାନଙ୍କୁ କର୍ପୋରେଟ ମାର୍ଗଦର୍ଶିକା ନିୟମାବଳୀ ଓ କମ୍ପାନୀ ଆଇନ ସଂପର୍କରେ ପ୍ରଶିକ୍ଷଣ ପ୍ରସ୍ତାବ ଆଲୋଚନା କରାଯାଇଛି । ଅନ୍ୟପକ୍ଷରେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ୨ଟି ଛାତ୍ରାବାସ ନିର୍ମାଣ ଏବଂ ଭିତ୍ତିଭୂମିର ଉନ୍ନତି ନେଇ ଆଲୋଚନା କରାଯାଇଛି ।

ଅର୍ଥ ବିଭାଗ ତରଫରୁ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଜୁନ ମାସ ସୁଦ୍ଧା ରାଜ୍ୟ ବଜେଟ ଅନୁମୋଦନ ଓ ଅଦ୍ୟାବଧି କରାଯାଇଥିବା ଖର୍ଚ୍ଚ ସମ୍ପର୍କରେ ବୈଠକରେ ଉପସ୍ଥାପନ କରାଯାଇଛି । ସେହିପରି ସରକାରୀ କାର୍ଯ୍ୟାଳୟରେ ବିଦ୍ୟୁତ ଶକ୍ତି ସଂରକ୍ଷଣ କରି ଶକ୍ତି କ୍ଷମତାର ଉପଯୁକ୍ତ ବ୍ୟବହାର ସମ୍ପର୍କରେ ପଦକ୍ଷେପ ନେବାକୁ କୁହାଯାଇଛି । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ଆବଶ୍ୟକ ଥିବା ପ୍ରଶାସନିକ ସଂସ୍କାର, ବିଭିନ୍ନ ଜିଲ୍ଲା ଓ ବିଭାଗରେ କରାଯାଉଥିବା ଜନ ଅଭିଯୋଗ ଶୁଣାଣି ପ୍ରକ୍ରିୟାରେ ଫଇସଲା ହୋଇନପାରି ନଥିବା ମାମଲାଗୁଡିକ ପ୍ରତି ସଚିବମାନେ ଗୁରୁତ୍ୱ ଦେବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି । ସେହିପରି ବିଭିନ୍ନ ବିଭାଗରେ ପଡିରହିଥିବା ପେନସନ ମାମଲାଗୁଡିକୁ ଧ୍ୟାନ ଦେଇ ତ୍ୱରିତ ଫଇସଲା, ଖାଲି ରହିଥିବା ବିଭିନ୍ନ ପଦବୀଗୁଡିକ ପୂରଣ ପାଇଁ ନିଆଯାଉଥିବା ପଦକ୍ଷେପକୁ ତ୍ୱରାନ୍ୱିତ କରାଯିବା ନେଇ ମଧ୍ୟ ବୈଠକରେ ଆଲୋଚନା କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.