ETV Bharat / state

Niti Aayog Meeting: କାହିଁକି ବୈଠକରେ ଯୋଗ ଦେଲେ ନାହିଁ ମୁଖ୍ୟମନ୍ତ୍ରୀ ? - ନୀତି ଆୟୋଗ ବୈଠକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀତି ଆୟୋଗ ବୈଠକରେ ଯୋଗ ଦେବେ ବୋଲି ସୂଚନା ମିଳିଥିଲା । ଏନେଇ ରାଜ୍ୟ ସରକାରଙ୍କ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଗଣମାଧ୍ୟମରେ ବିବୃତି ରଖିଥିଲେ । ହେଲେ ଆଜି ବୈଠକରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ମିଳିନାହିଁ । ଅଧିକ ପଢନ୍ତୁ

କାହିଁକି ବୈଠକରେ  ଯୋଗ ଦେଲେ ନାହିଁ ମୁଖ୍ୟମନ୍ତ୍ରୀ?

author img

By

Published : May 27, 2023, 4:29 PM IST

କାହିଁକି ବୈଠକରେ ଯୋଗ ଦେଲେ ନାହିଁ ମୁଖ୍ୟମନ୍ତ୍ରୀ?

ଭୁବନେଶ୍ବର: ନୂଆଦିଲ୍ଲୀରେ ନୀତି ଆୟୋଗର ସାଧାରଣ ପରିଷଦ ବୈଠକ ଆୟୋଜିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଛି ଏହି ବୈଠକ । କାର୍ଯ୍ୟକ୍ରମରେ ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିବାବେଳେ 8 ମୁଖ୍ୟମନ୍ତ୍ରୀ ବୈଠକକୁ ବର୍ଜନ କରିଛନ୍ତି । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ ବୋଲି ପୂର୍ବରୁ ସୂଚନା ମିଳିଥିବାବେଳେ କିନ୍ତୁ ବୈଠକରେ ତାଙ୍କୁ ଦେଖିବାକୁ ମିଳିନଥିଲା । ନୀତି ଆୟୋଗ ବୈଠକରେ ନବୀନଙ୍କ ଅନୁପସ୍ଥିତକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଏହାବି ପଢନ୍ତୁ- New Parliament Building: ଉଦଘାଟନ ଉତ୍ସବରେ ସାମିଲ ହେବ BJD

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀତି ଆୟୋଗ ବୈଠକରେ ଯୋଗ ଦେବେ ବୋଲି ସୂଚନା ମିଳିଥିଲା । ଏନେଇ ରାଜ୍ୟ ସରକାରଙ୍କ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଗଣମାଧ୍ୟମରେ ବିବୃତି ରଖିଥିଲେ । ହେଲେ ଆଜି ବୈଠକରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ମିଳିନାହିଁ । ବୈଠକରେ ମୁଖ୍ୟମନ୍ତ୍ରୀ ସାମିଲ ହେବେ ନାହିଁ ବୋଲି ଗତକାଲି ଅପରାହ୍ନରେ ସୂଚନା ମିଳିଥିଲା । ବୈଠକରେ ସାମିଲ ନହେବା ନେଇ ମୁଖ୍ୟମନ୍ତ୍ରୀ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ । ତାଙ୍କ ବଦଳରେ ପୂର୍ବତନ ଅର୍ଥ ମନ୍ତ୍ରୀ ତଥା ବର୍ତ୍ତମାନର ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ବୈଠକରେ ସାମିଲ ହେବେ ବୋଲି କୁହାଯାଉଥିଲା । ହେଲେ ଆଜି ବୈଠକରେ ତାଙ୍କୁ ମଧ୍ୟ ଦେଖିବାକୁ ମିଳିନାହିଁ ।

ଆଜି ନୀତି ଆୟୋଗ ବୈଠକରେ ସ୍ବାସ୍ଥ୍ୟ, ଦକ୍ଷତା ବିକାଶ, ମହିଳା ଶସକ୍ତୀକରଣ ଏବଂ ବିକାଶ ଭିତ୍ତିଭୂମି ସମେତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି । ନୀତି ଆୟୋଗ ବୈଠକକୁ ଦେଶର 8 ମୁଖ୍ୟମନ୍ତ୍ରୀ ବର୍ଜନ ଘୋଷଣା କରିଥିଲେ । ବୈଠକରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ, ରାଜସ୍ଥାନର ଅଶୋକ ଗେହେଲଟ, କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯୋଗ ଦେବେନାହିଁ ବୋଲି ଘୋଷଣା କରିଥିଲେ ।

ଏନେଇ ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ବୈଠକରେ ଆଉ କେହି ସାମିଲ ହୋଇପାରିବେ ନାହିଁ । ନୀତି ଆୟୋଗ ସାଧାରଣ ପରିଷଦର ସଦସ୍ୟ ହିଁ କେବଳ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଚାହିଁଲେ ଆଉ କାହାକୁ ପଠେଇ ଦେବେ ତାହାର ବ୍ୟବସ୍ଥା ନାହିଁ । ମୁଖ୍ୟମନ୍ତ୍ରୀ ବୈଠକରେ ସାମିଲ ନହେବା ଅନେକଙ୍କୁ ବିସ୍ମିତ କରିଛି । ଏହି ବୈଠକକୁ 8 ଟି ବିରୋଧୀ ଦଳର ମୁଖ୍ୟମନ୍ତ୍ରୀ ସାମିଲ ହୋଇନାହାନ୍ତି । ବୈଠକରେ ସାମିଲ ହେବେନାହିଁ ବୋଲି ସେମାନେ ଆଗରୁ ଘୋଷଣା କରିଥିଲେ । କିନ୍ତୁ ନବୀନ ପଟ୍ଟନାୟକ ସାମିଲ ହେବେନାହିଁ ବୋଲି କହିନଥିଲେ । ଗତକାଲି ପର୍ଯ୍ୟନ୍ତ ଧାରଣା ଥିଲା ମୁଖ୍ୟମନ୍ତ୍ରୀ ବୈଠକରେ ସାମିଲ ହେବେ । ମୁଖ୍ୟମନ୍ତ୍ରୀ ସାମିଲ ନହେବା ପଛରେ ବ୍ୟକ୍ତିଗତ କାରଣ ଥାଇପାରେ । ବିଭିନ୍ନ ବିଭାଗର ସମୀକ୍ଷା ଚାଲୁଛି ବୋଲି କାରଣ ଦର୍ଶାଇ ପାରନ୍ତି । ବା ଅନ୍ୟାନ୍ୟ କାରଣ ଜଣାଇପାରନ୍ତି ।

ମୁଖ୍ୟମନ୍ତ୍ରୀ ବୈଠକରେ ସାମିଲ ନହେବା ଫଳରେ ଅନ୍ୟ ଯେଉଁ ବିରୋଧୀ ବୈଠକକୁ ଯାଇନାହାନ୍ତି, ସେମାନଙ୍କ ସହ ନବୀନ ସାମିଲ ହୋଇଗଲେ । ସଂସଦ ଅଧିବେଶନରେ ସାମିଲ ହେବାକୁ ଘୋଷଣା କରିବା ଏପଟେ ନୀତି ଆୟୋଗ ବୈଠକରେ ସାମିଲ ନହେବା ପରସ୍ପର ବିପରୀତ ବାର୍ତ୍ତା ଦେଉଛି । ଏହି ନିଷ୍ପତ୍ତି କାହିଁକି ନେଲେ ? ଜାଣିଶୁଣି ନେଲେ ? ନା ତାଙ୍କର ବ୍ୟକ୍ତିଗତ ଅସୁବିଧା ଅଛି ? ଯେତେବେଳେ ସେ ସୂଚନା ଦେବେ, ସେତେବେଳେ ଜଣାପଡିବ । 2018 ନୀତି ଆୟୋଗ ବୈଠକରେ ନବୀନ ସାମିଲ ହୋଇନଥିଲେ । 2024 ସାଧାରଣ ନିର୍ବାଚନ ଆଗକୁ ଆସୁଛି, ଏଥର ବୈଠକରେ ସାମିଲ ହୋଇନାହାନ୍ତି । ତାହା ବି କାରଣ ହୋଇପାରେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.