ETV Bharat / state

ଆଜି ଖୁଦୁରୁକୁଣୀ ଓଷା, ଭାଇର ଶୁଭ ମନାସି ମାଆ ମଙ୍ଗଳାଙ୍କୁ ଭଉଣୀର ସୁମରଣା - ଖୁଦୁରୁକୁଣୀ ଓଷା 2023

ବାର ମାସ ତେର ପର୍ବରେ ଖୁଦୁରୁକୁଣୀ ଓଷା ଏକ ପାରମ୍ପରିକ ପର୍ବ । ଭାଦ୍ରବ ମାସର ପ୍ରତି ରବିବାର ଏହି ଓଷା ପାଳନ କରାଯାଏ । ଆଜି ଏହି ଓଷାର ପ୍ରଥମ ପାଳି । ଭାଇର ଶୁଭ ମନାସି ମାଆ ମଙ୍ଗଳାଙ୍କୁ ଆବାହନ ଦେଇଛନ୍ତି ଭଉଣୀ । ଅଧିକ ପଢନ୍ତୁ

ଆଜି ଖୁଦୁରୁକୁଣୀ ଓଷା
khudurikuni osha
author img

By ETV Bharat Odisha Team

Published : Sep 3, 2023, 7:32 AM IST

ଭୁବନେଶ୍ବର: ଓଡିଶାରେ ବାର ମାସରେ ତେର ପର୍ବ । ଏହି କ୍ରମରେ ଭାଦ୍ରବ ମାସରେ ଭାଇଙ୍କ ପାଇଁ ଆରମ୍ଭ ହୋଇଛି ଭାଲୁକୁଣୀ ଓଷା ବା ଖୁଦୁରୁକୁଣୀ ଓଷା । ଏହି ଓଷା ଏକ ପାରମ୍ପରିକ ଓଷା । ଏହାକୁ ଢିଙ୍କି ଓଷା ମଧ୍ୟ କୁହାଯାଏ । ଭାଦ୍ରବ ମାସରେ ପ୍ରତି ରବିବାର ଏହି ଓଷା ପାଳନ ହୋଇଥାଏ । ଆଜି ଏହି ଓଷାର ପ୍ରଥମ ପାଳି । କେହି କେହି ପୂର୍ଣ୍ଣିମା ପୂର୍ବରୁ ଏହି ଓଷା କରିଥାନ୍ତି । ଖୁଦୁରୁଖୁଣୀ ଓଷା ନେଇ ମହକି ଉଠିଛି ପୁରପଲ୍ଲୀ । ଭାଇଙ୍କ ଶୁଭ ମନାସି ଜଗତ ଜନନୀ ମାଆ ମଙ୍ଗଳାଙ୍କୁ ଆରଧନା କରିଥାନ୍ତି ଭଉଣୀ । ଘରେ ଘରେ ଝିଅମାନେ ମାଆ ମଙ୍ଗଳାଙ୍କୁ ଆବାହନ କରିଛନ୍ତି ।

ସାଧବ ପରମ୍ପରାକୁ ନେଇ ଭାଇଙ୍କ ଶୁଭ ମନାସୀ ଭାଦ୍ରବ ମାସରେ ମାଆ ମଙ୍ଗଳାଙ୍କୁ ପୂଜା କରଥାନ୍ତି । ଓଡିଶାର କୋଣ ଅନୁକୋଣରେ ଏହି ପୂଜା କରାଯାଇଥାଏ । ପ୍ରଭାତରୁ ଝିଅମାନେ ଉଠି ଫୁଲ ତୋଳି ଯାଇଥାନ୍ତି । ଫୁଲ ମାଳ ତିଆରି କରି ପୂଜା ପାଇଁ ପ୍ରସ୍ତୁତି କରିଥାନ୍ତି । ରଙ୍ଗବେରଙ୍ଗର ମୁରୁଜରେ ଝୋଟି ଚିତା ପକାଯାଏ । ଫୁଲରେ ତୋରଣ ସଜାଯାଏ । ଗାଁ ଝିଅ ଗୋଟିଏ ସ୍ଥାନରେ ଏକାଠୀ ହୋଇ ମାଆ ମଙ୍ଗଳାଙ୍କୁ ସୁମରଣା କରିଥାନ୍ତି । ପ୍ରଥମ ପାଳିରେ ଖୁଦ ଭୋଗ ଲାଗିହୁଏ । ଭୋଗ ଲାଗି କରି ଖୁଦୁରୁକୁଣୀ ବହି ପାଠ କରିଥାନ୍ତି । ଏହାପରି ଭାବେ ଭାଦ୍ରବ ମାସାର ପ୍ରତି ରବିବାର ଏହି ଓଷା ପାଳନର ବିଧି ରହିଛି ।

ଏହା ବି ପଢନ୍ତୁ...ନିଆଳିରେ ନିଆରା ଢଙ୍ଗରେ ଖୁଦୁରୁକୁଣୀ ଓଷା ପାଳିତ

ଖୁଦୁରୁକୁଣୀ ଓଷା କିମ୍ବଦନ୍ତୀ: ଏହି ଓଷାରେ ସାତ ଭାଇ ଓ ତାଙ୍କ ଅଲିଅଳି ଭଉଣୀଙ୍କ କାହାଣୀ ରହିଛି । ଅତୀତରେ ସାଧବ ପୁଅମାନେ ଦେଶବିଦେଶକୁ ବାଣିଜ୍ୟ କରିବାକୁ ଯାଉଥିଲେ । ସାତ ଭାଇରେ ଗୋଟିଏ ବୋଲି ଉଭଣୀ ଥିଲା ତାଙ୍କ ନାମ ତଅପୋଇ । ସାତ ପୁଅରେ ଗୋଟିଏ ଝିଅ ବୋଲି ଭାରି ଗେହ୍ଲା ଥିଲା । ଦିନ ସାତ ଭାଇ ଦୂରଦେଶକୁ ବାଣିଜ୍ୟ କରିବାକୁ ଯାଇଥିଲେ । ଆଉ ଘରେ ଗେହ୍ଲା ଉଭଣୀଙ୍କୁ ଛାଡି ଯାଇଥିଲେ । ସାତ ଭାଉଜଙ୍କ ପାଖରେ ତଅପୋଇ ରହିଥିଲା । କିଛି ଦିନ ପରେ ତଅପୋଇକୁ ଭାଉଜମାନେ ନିର୍ଯାତନା ଦେଇଥିଲେ । ଖାଇବାକୁ ଭଲରେ ଦେଉନଥିଲେ । ବଣରେ ଛେଳି ଜଗାଉଥିଲେ ।

ଭାଇମାନେ ବିଦେଶକୁ ଯିବାର କିଛି ଦିନ ପରେ ତଅପୋଇ ଖୁସିରେ ଯେମିତି ଗ୍ରହଣ ଲାଗିଗଲା । ବ୍ରାହ୍ମଣୀ ବୋଲ ଶୁଣି ଭାଉଜମାନେ ତଅପୋଇକୁ କଷ୍ଟ ଦେଲେ । ଭାଉଜ ବଣରେ ଛେଳି ଜଗାଇବା ସହିତ ମୂଷା ମାଟି ମିଶାଇ ତଅପୋଇକୁ ଖାଇବାକୁ ଦେଉଥିଲେ । ପାଳି କରି ସାତ ଭାଉଜ ଖାଇବାକୁ ଦେଉଥିଲେ । ସାତ ଭାଉଜଙ୍କ ମଧ୍ୟରେ ସାନ ଭାଉଜ ନିଳେନ୍ଦ୍ରୀ ବଡ ଭାଉଜ ଡରରେ କିଛି କହି ପାରୁନଥିବା ସତ ହେଲେ ତା ପାଳି ଦିନ ସେ ତଅପୋଇକୁ ଭଲ କରି ଗଣ୍ଡେ ଖାଇବାକୁ ଦିଏ । ସେହି ଗୋଟିଏ ଦିନ ତଅପୋଇ ଶାନ୍ତିରେ ଖାଏ ।

ଅନେକ ଦିନ ହେବ ଭାଇମାନେ ବିଦେଶରୁ ନ ଫେରିବାରୁ ତଅପୋଇ ମନରେ ଭାଇମାନଙ୍କ ଫେରିବାକୁ ନେଇ ଅନେକ ଦୁଶ୍ଚିନ୍ତା ଆସିଲା । ଆଉ ଶେଷରେ ତଅପୋଇ ନଦୀ ବାଲିରେ ମାଟିରେ ମୂର୍ତ୍ତି ଗଢ଼ି ଭାଇମାନଙ୍କର ମଙ୍ଗଳମନାସୀ ଖୁଦୁରୁକୁଣୀ ଓଷା କରିଥିଲା । ପାଖରେ କିଛି ନଥିବାରୁ ସେ ଖୁଦକୁ ଭୋଗ ଆକାରରେ ଠାକୁରାଣୀଙ୍କ ପାଖରେ ଲାଗି କରିଥିଲା । ସେଦିନ ଥିଲା ରବିବାର । ସେହି ଦିନଠୁ 5 ପାଳି ଓଷା କରିଥିଲା ତଅପୋଇ । ତା ଡାକ ଶୁଣି ମା ମଙ୍ଗଳା ଭାଇମାନଙ୍କୁ ଘରକୁ ଫେରାଇ ଆଣିଥିଲେ । ଆଉ ସେବେଠୁ ଭାଇ ମାନଙ୍କ ଦିର୍ଘାୟୁ ଓ ସଫଳତା ପାଇଁ ଭଉଣୀମାନେ ଖୁଦୁରୁକୁଣୀ ଓଷା କରି ଆସୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.