ETV Bharat / state

ଆଜି ଭାବର ତିହାର ନୂଆଁଖାଇ, ଦୁଲୁୁକୁଛି ପଶ୍ଚିମ ଓଡ଼ିଶା - ନୂଆଁଖାଇ 2023

ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ପାରମ୍ପରିକ ନୃତ୍ୟ ଗୀତ ଓ ଦୁଲଦୁଲିରେ କମ୍ପୁଛି ପଶ୍ଚିମ ଓଡ଼ିଶା, ଘରେ ଘରେ ଉତ୍ସବ । ଅଧିକ ପଢ଼ନ୍ତୁ

ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ
Nuakhai 2023
author img

By ETV Bharat Odisha Team

Published : Sep 20, 2023, 8:17 AM IST

ଭୁବନେଶ୍ବର: ଆଜି ପଶ୍ଚିମ ଓଡିଶାର କୃଷିଭିତ୍ତିକ ରଜା ପର୍ବ ନୂଆଁଖାଇ । ସମର୍ପଣର ଗଣପର୍ବ ନୂଆଁଖାଇ ପାଇଁ ଚଳଚଞ୍ଚଳ ସମଗ୍ର ପଶ୍ଚିମ ଓଡ଼ିଶା । ରାଗ ରୁଷା ଭୁଲି ଏକାତର ପର୍ବ ପାଳୁଛନ୍ତି ପଶ୍ଚିମ ଓଡିଶାବାସୀ । ଚାଷ ଚାଷୀ ଓ ପ୍ରକୃତିର ପର୍ବ ନୂଆଁଖାଇ । ଲଗ୍ନ ଅନୁସାରେ ସକାଳ 10ଟା 17ରୁ 10ଟା 42 ମଧ୍ୟରେ ମା ସମଲେଶ୍ବରୀଙ୍କୁ ନବାନ୍ନ ଲାଗି ହେବ । ମାଙ୍କ ରୀତିନୀତି ପରେ ସ୍ବତନ୍ତ୍ର ପାଟ ଶାଢ଼ୀ ଲାଗି ହେବ । ନବାନ୍ନ ଅର୍ପଣ ପରେ ଘରେ ଘରେ ସମସ୍ତେ ନୂଆ ଖାଇବେ । ପଶ୍ଚିମ ଓଡ଼ିଶାବାସୀଙ୍କ ଗର୍ବ ଓ ଗୌରବ ଏହି ଗଣପର୍ବ । ଏନେଇ ଉଠୁଛି ପଡୁଛି ସମଗ୍ର ପଶ୍ଚିମ ଓଡିଶା । ଘରେଘରେ ଉତ୍ସବ ଆଉ ଆନନ୍ଦ । ସମ୍ବଲପୁରର ଇଷ୍ଟଦେବୀ ସମଲେଶ୍ବରୀ, ବଲାଙ୍ଗୀର ଇଷ୍ଟଦେବୀ ମା ପାଟଣେଶ୍ବରୀ, ସୋନପୁରର ଇଷ୍ଟଦେବୀ ମା ସୁରେଶ୍ବରୀ, କଳାହାଣ୍ଡି ଇଷ୍ଟଦେବୀ ମା ମାଣିକେଶ୍ବରୀଙ୍କ ଆରଧନା ପରେ ନବାନ୍ନ ପାଇବେ ପଶ୍ଚିମ ଓଡ଼ିଶାବାସୀ ।

ଏହା ବି ପଢନ୍ତୁ...ରାତି ପାହିଲେ ନୂଆଁଖାଇ, ଶୁଣନ୍ତୁ ଲୋକକବି ହଳଧର ନାଗଙ୍କ ପ୍ରସ୍ତୁତ କବିତା

ମଣିଷ ସହ ପ୍ରକୃତିର ନିବିଡ଼ ସମ୍ପର୍କ ରହିଛି । ପଶ୍ଚିମ ଓଡ଼ିଶାର ପରମ୍ପରା ଓ ଐତିହ୍ୟର ଧାରା ବିଶେଷ କରି କୃଷି ଓ ଲୋକ ସଂସ୍କୃତିରେ ଜଡ଼ିତ । ତେଣୁ ଏହି ପରମ୍ପରାର ପ୍ରତୀକ ସ୍ୱରୁପ ନୂଆଁଖାଇ ପର୍ବ ପାଳନ କରାଯାଏ । ପ୍ରକୃତି ଓ ପରିବେଶକୁ ପୂଜା କରିବା, ପରିସ୍ପର ସହ ଖୁସି ବାଣ୍ଟିବା, ଗୁରୁଜନଙ୍କୁ ସମ୍ମାନ ଦେବା ଏହି ପର୍ବର ବିଶେଷତ୍ବ । ନୂଆ ଅନ୍ନକୁ ସୃଷ୍ଟି କର୍ତ୍ତାଙ୍କୁ ଅର୍ପଣ କରି ସେହି ପ୍ରସାଦକୁ ନିଜେ ଗ୍ରହଣ କରିଥାନ୍ତି । କୃଷିଭିତ୍ତିକ ପର୍ବ ନୂଆଁଖାଇ ବା ନବାନ୍ନ ଅଧିଷ୍ଠାତ୍ରୀ ଦେବୀଙ୍କୁ ପ୍ରଥମ ଅର୍ପଣ କରାଯାଏ । ଚଳିତ ବର୍ଷ ମଧ୍ୟ ନୂଆଖାଇ ପର୍ବକୁ ଧୁମଧାମରେ ପାଳନ କରୁଛନ୍ତି ପଶ୍ଚିମ ଓଡ଼ିଶାବାସୀ । ଲୋକନୃତ୍ୟ, ଲୋକ ସଂଗୀତ ଓ ପଞ୍ଚବାଦ୍ୟରେ ଦୁଲୁକୁଛି ପଶ୍ଚିମ ଓଡ଼ିଶା ।

ଏହା ବି ପଢନ୍ତୁ...ଆସୁଛି ନୂଆଁଖାଇ, ପାରମ୍ପରିକ ନୃତ୍ୟ ଗୀତରେ ଦୁଲୁକିବ ପଶ୍ଚିମ ଓଡିଶା

କୃଷିଭିତ୍ତିକ ପର୍ବ ନୂଆଁଖାଇକୁ ନେଇ ପଶ୍ଚିମ ଓଡ଼ିଶାର ପୁରପଲ୍ଲୀରେ ଖୁବ ଉତ୍ସାହ ଓ ଉଦ୍ଦୀପନା ଦେଖା ଦେଇଛି । ଖାଲି ପଶ୍ଚିମ ଓଡ଼ିଶା ନୁହେଁ ବାହାର ରାଜ୍ୟରେ ରହୁଥିବା ପଶ୍ଚିମ ଓଡ଼ିଶାବାସୀ ମଧ୍ୟ ଏହି ପର୍ବକୁ ଧୁମଧାମରେ ପାଳନ କରିଥାନ୍ତି । ନୂଆ ଚାଉଳରୁ ପ୍ରସ୍ତୁତ ଖିରୀ, ପିଠା ଏବଂ ବିଭିନ୍ନ ପନିପରିବାରେ ପ୍ରସ୍ତୁତ ବ୍ୟଞ୍ଜନ, ବାଉଁଶ କରଡିରେ ତିଆରି ଆମ୍ବୁଲ ଖଟା ଆଦି ଅନେକ ଖାଦ୍ୟର ସମ୍ଭାରକୁ ଶାଳପତ୍ରରେ ତିଆରି ଖଲି ଓ ଦନାରେ ପରଷା ଯାଏ । ଓଡ଼ିଶାରେ ଏହି ପର୍ବ ନୂଆଁଖାଇ ଅଧିକ ପରିଚିତ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.