ETV Bharat / state

Odisha Budget: ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୬୬୦ କୋଟି, ଫୋକସରେ ଭିତ୍ତିଭୂମି ବିକାଶ

author img

By

Published : Feb 24, 2023, 5:35 PM IST

୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ ହୋଇଛି । ପର୍ଯ୍ୟଟନ କ୍ଷେତ୍ରର ସାମଗ୍ରିକ ବିକାଶ ପାଇଁ ବଜେଟରେ ୬୬୦ କୋଟିର ବ୍ୟୟବରାଦ ହୋଇଛି । ଅଧିକ ପଢନ୍ତୁ

ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୬୬୦ କୋଟି
ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୬୬୦ କୋଟି

ଭୁବନେଶ୍ବର: ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରରେ ବିପୁଳ ନିଯୁକ୍ତି ଓ ଆୟ ସୃଷ୍ଟିର ସମ୍ଭାବନା ରହିଛି । ରାଜ୍ୟର ଆୟରେ ପର୍ଯ୍ୟଟନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ରହିଛି । ଏଥିପାଇଁ ଚଳିତ ବଜେଟରେ ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ରର ସାମଗ୍ରିକ ବିକାଶ ନିମନ୍ତେ ୬୬୦ କୋଟିର ବ୍ୟୟବରାଦ କରିଛନ୍ତି । ଯେଉଁଥିରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଓ ପରିଚାଳନା ପାଇଁ ୪୦୦ କୋଟି ଟଙ୍କା, ପର୍ଯ୍ୟଟନ ପ୍ରୋତ୍ସାହନ ପାଇଁ ୧୫୭ କୋଟି ଟଙ୍କା ବ୍ୟବସ୍ଥା ରହିଛି । ସେହିପରି ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପାଇଁ ୩୦ କୋଟି ବ୍ୟୟ ଅଟକଳ କରାଯାଇଛି ।

ରାଜ୍ୟ ସରକାର ନୂତନ ଓଡ଼ିଶା ପର୍ଯ୍ୟଟନ ନୀତି ୨୦୨୨ ପ୍ରଣୟନ କରିଛନ୍ତି । ଏଥିରେ ପର୍ଯ୍ୟଟନ ଉତ୍ପାଦ ଓ ଅଭିଜ୍ଞତା ପ୍ରଚଳନ, ସୁଦୃଢ ପର୍ଯ୍ୟଟନ ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଘରୋଇ କ୍ଷେତ୍ରର ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ପାଇଁ ଏହି ନୀତିରେ ଆର୍ଥିକ ଓ ଅଣଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯାଇଛି ।

ଏହାମଧ୍ୟ ପଢନ୍ତୁ: Odisha Budget: ରାଜ୍ୟ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ, ବ୍ୟୟ ଅଟକଳ ୨ ଲକ୍ଷ ୩୦ ହଜାର କୋଟି

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ଆଜି ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି । ଚଳିତ ଥର ୨ ଲକ୍ଷ ୩୦ ହଜାର କୋଟିର ବ୍ୟୟ ଅଟକଳ ହୋଇଛି । କୃଷି ବଜେଟ ଗତବର୍ଷ ଠାରୁ ୨୦ ପ୍ରତିଶତ ଅଧିକ ରହିଛି । କୃଷି ପାଇଁ ୨୪ ହଜାର ୮୨୯ କୋଟିର ବ୍ୟୟବରାଦ କରାଯାଇଛି । ସେହିପରି ସ୍ବାସ୍ଥ୍ୟସେବା ପାଇଁ ୧୬,୦୪୮ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବାବେଳେ, ପାନୀୟ ଜଳ ପାଇଁ ୧୩ ହଜାର ୨୧୫ କୋଟି , ସହରୀ ବିକାଶ ପାଇଁ ୭ହଜାର ୯୧୪ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।

ଏହାମଧ୍ୟ ପଢନ୍ତୁ: Odisha Budget 2023: କୃଷି ପାଇଁ 24 ହଜାର 829 କୋଟି ବ୍ୟୟ ବରାଦ

ସେହିପରି ମିଶନ ଶକ୍ତି ବାବଦରେ ବଜେଟରେ ୬ ହଜାର ୨୨୪ କୋଟି ଟଙ୍କା ବ୍ୟବସ୍ଥା କାରଯାଇଥିବା ବେଳେ ଶିଳ୍ପ ଓ ଏମଏମଏମଇ ପାଇଁ ୧ ହଜାର ୩୫୮ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । କାଳିଆ ସହାୟତା ପାଇଁ ୧,୮୭୯ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ମହିଳା ଓ ଶିଶୁ ବିକାଶ ପାଇଁ ୩ ହଜା ୬୭୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.