ETV Bharat / state

Odisha Budget 2023: ମିଶନ ଶକ୍ତି ପାଇଁ ୨ ହଜାର ୫୫୪ କୋଟି, ମିଳିବ ସ୍କୁଟର

author img

By

Published : Feb 24, 2023, 9:27 PM IST

ଚଳିତ ବର୍ଷ ମିଶନ ଶକ୍ତି ପାଇଁ ୨ ହଜାର ୫୫୪ କୋଟି ଟଙ୍କା ବ୍ୟୟ ବରାଦ । ମିଶନ ଶକ୍ତି ସ୍କୁଟର ଯୋଜନାରେ ମିଳିବ ସ୍କୁଟର । ଅଧିକ ପଢନ୍ତୁ

Odisha Budget 2023
Odisha Budget 2023

ଭୁବନେଶ୍ୱର: ୨୦୨୩-୨୪ରେ ମିଶନ ଶକ୍ତିକୁ ରାଜ୍ୟ ସରକାରଙ୍କ ଗୁରୁତ୍ୱ । ଆଜି ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଅର୍ଥମନ୍ତ୍ରୀ ଉପସ୍ଥାପନା କରିଛନ୍ତି । ପ୍ରଥମେ କୃଷି ବଜେଟ ଉପସ୍ଥାପନା ପରେ ଅନ୍ୟ ବିଭାଗ ପାଇଁ ବଜେଟ ଉପସ୍ଥାପନା କରିଥିଲେ । ଚଳିତ ବର୍ଷ ମିଶନ ଶକ୍ତି ପାଇଁ ୨ ହଜାର ୫୫୪ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଏହା ଗତ ଆର୍ଥିକ ବର୍ଷର ବ୍ୟୟ ବରାଦଠାରୁ ୨୭ ପ୍ରତିଶତ ଅଧିକ ।

ଏହି ବଜେଟରେ ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧିନରେ ୯ ଶହ ୯୬ କୋଟି ଟଙ୍କା, ମିଶନ ଶକ୍ତି କାର୍ଯ୍ୟକ୍ରମ ଅଧିନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ତାଙ୍କର ମହାସଂଘ ପାଇଁ ଆର୍ଥିକ ସହାୟତା ବାବଦରେ ୯ ଶହ ୮୯ କୋଟି ଟଙ୍କା, ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ୩ଶହ ୨୦ କୋଟି ଟଙ୍କା , ଜିଲ୍ଲା ମାନଙ୍କରେ କ୍ଷୁଦ୍ର ଇଣ୍ଡଷ୍ଟ୍ରିଆଲ ପାର୍କ ନିର୍ମାଣ ପାଇଁ ୧ ଶହ ୫୦ କୋଟି ଟଙ୍କା ଏବଂ ଏସଏଚଜିଙ୍କୁ ସୁଧ ରିହାତି ବାବଦରେ ୨ ଶହ ୨୦ କୋଟି ଟଙ୍କା ଅନ୍ତର୍ଭୁକ୍ତ ।

ସେହିପରି ଗମନାଗମନ ସଶକ୍ତିକରଣ ପାଇଁ ହୋଇଛି ନୂଆ ଯୋଜନା । ମିଶନ ଶକ୍ତି ସ୍କୁଟର ଯୋଜନାରେ ମିଳିବ ସ୍କୁଟର । କମ୍ୟୁନିଟି ସପୋର୍ଟ ଷ୍ଟାପ ଓ ଇସି ସଦସ୍ୟଙ୍କୁ ମିଳିବ ବୈଦ୍ୟୁତିକ ସ୍କୁଟର । ଏହି ଯୋଜନା ଅଧିନରେ ସ୍କୁଟର କ୍ରୟ ପାଇଁ ନିଆଯାଇଥିବା ବ୍ୟାଙ୍କ ଋଣ ଉପରେ ସମ୍ପୂର୍ଣ୍ଣ ସୁଧ ରିହାତି ପ୍ରସ୍ତାବ ଦିଆଯାଇଛି । ଏଥି ପାଇଁ ୫୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ।

ଏହା ମଧ୍ୟ ପଢନ୍ତୁ-Odisha Budget 2023: ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପାଇଁ ୯୮୬ କୋଟି

ପ୍ରକାଶଥାଉକି, ଚଳିତ ବର୍ଷ ରାଜ୍ୟ ବଜେଟ ୨ଲକ୍ଷ ୩୦ହଜାର କୋଟି ରହିଛି । ଗତବର୍ଷ ତୁଳନାରେ ଏହି ବର୍ଷ ୩୦ହଜାର କୋଟି ବୃଦ୍ଧି କରାଯାଇଛି । ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ୧୫ ପ୍ରତିଶତ ବୃଦ୍ଧି ପାଇଛି । ଗୃହ ବିଭାଗ ପାଇଁ 7313. 61 କୋଟି ବ୍ୟୟ ବରାଦ ହୋଇଥିବା ବେଳେ ରାଜସ୍ବ ବିଭାଗ ପାଇଁ 1586.72 କୋଟି ବ୍ୟୟ ବରାଦ ହୋଇଛି । ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ପାଇଁ 3, 764 କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ପ୍ରଥମେ କୃଷି ବଜେଟ ଆଗତ ହୋଇଥିଲା । ନବୀନଙ୍କ ପଞ୍ଚମ ପାଳିର ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.