ETV Bharat / state

BJP launched Dharna: ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କର, ଅର୍ଚ୍ଚନା ଲିଙ୍କ୍‌ରେ ବଡପଣ୍ଡାଙ୍କୁ ଧର

author img

By

Published : Oct 22, 2022, 9:42 PM IST

ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ( ZP member Dharmendra Sahoo) ଆତ୍ମହତ୍ୟା ମାମଲରେ ଗଣ ଶିକ୍ଷାମନ୍ତ୍ରୀ ସମୀର ଦାସଙ୍କୁ ତଦନ୍ତ ପରିସର ଭୁକ୍ତ କର। ସେକ୍ସ ସାମ୍ରାଜ୍ୟ ବିସ୍ତାର କରିଥିବା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ( Archana Nag honeytrap racket) ଙ୍କ ସହ କିଏ କିଏ ସମ୍ପୃକ୍ତ କିଏ କେତେ ସାହାଯ୍ୟ କରିଛନ୍ତି ପୁରା ଘଟଣାର ପର୍ଦ୍ଦାଫାସ ତୁରନ୍ତ ହେଉ । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ( ZP member Dharmendra Sahoo) ଆତ୍ମହତ୍ୟା ମାମଲରେ ଗଣ ଶିକ୍ଷାମନ୍ତ୍ରୀ ସମୀର ଦାସ (Mass Education Minister Samir Ranjan Dash) ଙ୍କୁ ତଦନ୍ତ ପରିସର ଭୁକ୍ତ କର । ସେକ୍ସ ସାମ୍ରାଜ୍ୟ ବିସ୍ତାର କରିଥିବା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ( Archana Nag honeytrap racket) ଙ୍କ ସହ କିଏ କିଏ ସମ୍ପୃକ୍ତ କିଏ କେତେ ସାହାଯ୍ୟ କରିଛନ୍ତି ପୁରା ଘଟଣାର ପର୍ଦ୍ଦାଫାସ ତୁରନ୍ତ ହେଉ । ଏହି ଦୁଇଟି ଦାବି ନେଇ ଆଜି ଭାରତୀୟ ଜନତା ପାର୍ଟି ବିଜେପି ଭୁବନେଶ୍ବର-କଟକ ପୋଲିସ କମିଶନରଙ୍କ କାର୍ଯ୍ୟାଳୟ ଆଗରେ (Odisha BJP launched a dharna in Bhubaneswar ) ଅହୋରାତ୍ର ଧାରଣ ଦେଉଛି ।

Odisha BJP launched a dharna: ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କର, ଅର୍ଚ୍ଚନା ସହିତ ସମ୍ପୃକ୍ତ ବଡପଣ୍ଡାଙ୍କୁ ଧର

ବିଜେପି ଦାବି କରିଛି ଅର୍ଚ୍ଚନା ସହିତ ସମ୍ପୃକ୍ତ ବିଜେଡିର ବଡପଣ୍ଡାମାନଙ୍କୁ ପୋଲିସ ତଦନ୍ତ ପରିସରକୁ ଆଣୁ । ଅର୍ଚ୍ଚନା ଓ ଧର୍ମେନ୍ଦ୍ର ମୃତ୍ୟୁ ମାମଲାରେ ତଦନ୍ତ ତରାନ୍ବିତ କରିବାକୁ ଦାବି କଲା ବିଜେପି । ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ମନ୍ତ୍ରୀ ସମୀର ଦାସଙ୍କ ସମ୍ପୃକ୍ତି ଓ ଯୌନ କେଳେଙ୍କାରୀର ଅଡିଓ ଭାଇରାଲ ହେବା ପରେ ମଧ୍ୟ କାହିଁକି ମନ୍ତ୍ରୀ ସମୀର ଦାସଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉନାହିଁ । ରାଜ୍ୟ ସରକାରର ଜଣେ ପାଓ୍ବାରଫୁଲ ମନ୍ତ୍ରୀଙ୍କୁ କାହିଁକି ଜେରା କରୁନାହିଁ ପୋଲିସ । ମୃତ୍ୟୁକାଳୀନ ଜମାନବନ୍ଦୀରେ ମନ୍ତ୍ରୀ ସମୀର ଦାସ ଓ ଅନ୍ୟ 4ଜଣଙ୍କ ନାଁ ନେଇଥିଲେ ଧର୍ମେନ୍ଦ୍ର । ତଥାପି କାହିଁକି ପୋଲିସ ହାତ ଖାଲି ? କାହାରିକୁ ଗିରଫ କରୁନାହିଁ କାହିଁକି ପୋଲିସ । କିଛି ଏମିତି ଦାବି ନେଇ କମିଶନରେଟ ପୋଲିସ କାର୍ଯ୍ୟାଳୟ ଆଗରେ ଅହୋରାତ୍ର ସତ୍ୟାଗ୍ରହକୁ ଓହ୍ଲାଇଛି ବିଜେପି ।

ବିଜେପିର ଦାବି ହେଲା ଆଗାମୀ 48 ଘଣ୍ଟା ମଧ୍ୟରେ ମନ୍ତ୍ରୀ ସମୀର ଦାସଙ୍କୁ ତଦନ୍ତ ପରିସରଭୁକ୍ତ କରୁ ପୋଲିସ । ନଚେତ ଆନ୍ଦୋଳନ ଆଗକୁ ଆହୁରି ତେଜିବ । ଅର୍ଚ୍ଚନା ନାଗ ସହିତ ସମ୍ପୃକ୍ତ ନେତା ମନ୍ତ୍ରୀ ମାନଙ୍କୁ ଜେରା କରୁ ପୋଲିସ । କେଉଁ ପରିସ୍ଥିତିରେ ଧର୍ମେନ୍ଦ୍ରଙ୍କ ଆକାଉଣ୍ଟରୁ ମନ୍ତ୍ରୀଙ୍କ ଆକାଉଣ୍ଟକୁ ବଡ ପରିମାଣର ଟଙ୍କା ନେଣଦେଣ ହେଲା ତାର ଖୁଲାସା କରୁ ପୋଲିସ । ନଚେତ ଏହି ଆନ୍ଦୋଳନ ଆହୁରି ବ୍ୟାପକ ହେବ ବୋଲି ଚେତେଇ ଦେଇଛି ବିଜେପି ।

ଏହି ଦୁଇଟି ମାମଲାରେ ତଦନ୍ତକୁ ପୋଲିସ ବାଟବଣା କରୁଛି ବୋଲି ଅଭିଯୋଗ ହୋଇଛି । ବଡ କଥା ହେଲା ଜଗବନ୍ଧୁ ଏବଂ ଖଗେଶ୍ବରର ଏହି ଘଟଣା ସହିତ କଣ ସମ୍ପୃକ୍ତି ରହିଛି ତାର ପ୍ରମାଣ ନଷ୍ଟ କରିବା ପରେ ପୋଲିସ ଜଗବନ୍ଧୁକୁ ଗିରଫ କରିନାହିଁ ତ ବୋଲି ପ୍ରଶ୍ନ କରିଛି ବିଜେପି । ସରକାର ଦଳର ଯେଉଁ ବଡ ପଣ୍ଡାମାନେ ଅର୍ଚ୍ଚନା ନାଗର ରଙ୍ଗଶାଳାକୁ ଯାଉଥିଲେ ସେମାନଙ୍କୁ କେବେ ଧରିବ ପୋଲିସ । ନେତା ମନ୍ତ୍ରୀ ଯେଉଁ ଦଳର ବି ହେଉନା କାହିଁକି ତୁରନ୍ତ ସେମାନଙ୍କୁ ଆଇର ପରିଧୀ ଭିତରକୁ ଆଣି ତଦନ୍ତକୁ ତରାନ୍ବିତ କରିବାକୁ ଦାବି କରିଛି ବିଜେପି ।

ଆଗକୁ ଆସୁଛି ଧାମନଗର ନିର୍ବାଚନ । ତା ପରେ ପରେ ଆହୁରି ଗୋଟିଏ ଉପ ନିର୍ବାଚନ ରହିଛି । 2024 ନିର୍ବାଚନ ମଧ୍ୟ ପାଖେଇ ଆସିଲାଣି । ତେଣୁ ଅର୍ଚ୍ଚନା ନାଗ ମାମଲା ଏବଂ ଧର୍ମେନ୍ଦ୍ର ମୃତ୍ୟୁ ରହସ୍ୟକୁ ପ୍ରସଙ୍ଗ କରି ବିଜେପି ବିଜେଡି ସରକାରକୁ କାଠଗଡାକୁ ଟାଣିବାକୁ ଜୋରଦାର ଉଦ୍ୟମ କରୁଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ବିଜେପି ସଂଗଠନର ସଦସ୍ୟ ଏକାଠି ହୋଇ ନାରାବାଜି କରୁଛନ୍ତି ନବୀନ ସରକାର ବିରୋଧରେ । ସରକାରୀ ନେତା ମନ୍ତ୍ରୀଙ୍କୁ ଘଣ୍ଟ ଘୋଡାଉଥିବା ବିଜେଡି ସରକାରର ନିଦ କେବେ ଭାଙ୍ଗିବ ବୋଲି ସିଧା ସିଧା ପ୍ରଶ୍ନ କରିଛି ଦଳ । ଯଦି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସରକାରଙ୍କର ନିଦ ନଭାଙ୍ଗେ ତେବେ ନିଦ ଭାଙ୍ଗିବା ପାଇଁ ଭିନ୍ନ କୌଶଳ ଆପଣେଇବାକୁ ଚେତାବନୀ ଦେଇଛି ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.