ETV Bharat / state

ଭୁବନେଶ୍ବର ରାମ ମନ୍ଦିର ପରିସର ସଫେଇ କଲେ ବିଜେପି ରାଜ୍ୟ ସଭାପତି

author img

By ETV Bharat Odisha Team

Published : Jan 15, 2024, 8:37 PM IST

Manmohan Samal mops floor of Ram Mandir: ଭୁବନେଶ୍ବର ରାମ ମନ୍ଦିର ପରିସର ସଫେଇ କଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଏହି ଅଭିଯାନରେ ସାମିଲ ପାଇଁ ରାଜ୍ୟବାସୀଙ୍କୁ କଲେ ଆହ୍ବାନ। ଅଧିକ ପଢନ୍ତୁ

Manmohan Samal mops floor of Ram Mandir
Manmohan Samal mops floor of Ram Mandir
ଭୁବନେଶ୍ବର ରାମ ମନ୍ଦିର ପରିସର ସଫେଇ କଲେ ବିଜେପି ରାଜ୍ୟ ସଭାପତି

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ସ୍ଥିତ ରାମ ମନ୍ଦିର ପରିସର ସଫା କଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ନେଇ ସାରା ଦେଶର ଧାର୍ମିକ ସ୍ଥଳରେ ସଫେଇ ଅଭିଯାନ ଆରମ୍ଭ କରିବା ଲାଗି ନାସିକରୁ ଗତ 12 ତାରିଖରେ ଅପିଲ୍‌ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପରେ ବିଜେପି ପକ୍ଷରୁ ଧାର୍ମିକ ପୀଠରେ ସଫେଇ ଅଭିଯାନ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଆସନ୍ତା ୨୨ ତାରିଖ ଯାଏଁ ଚାଲିବ ।

ଶ୍ରୀରାମଙ୍କ ଆଗମନକୁ ଆହୁରି ଭବ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଜାନୁୟାରୀ ୧୪ରୁ ୨୨ ତାରିଖ ପର୍ଯ୍ୟନ୍ତ ସମସ୍ତ ମନ୍ଦିର ଓ ତୀର୍ଥ ସ୍ଥାନକୁ ସ୍ବଚ୍ଛ ରଖିବା ପାଇଁ ‘ଶ୍ରମଦାନ’ କରିବାକୁ ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି । ଏହାପରେ ବିଶ୍ବ ହିନ୍ଦୁ ପରିଷଦ ଓ ହିନ୍ଦୁ ସମାଜ ପକ୍ଷରୁ ସାରା ଦେଶରେ 5 ଲକ୍ଷ ମନ୍ଦିରର ପରିଷ୍କାର କରିବାକୁ ଯୋଜନା କରାଯାଇଛି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସବୁ ମନ୍ଦିର ପରିଷ୍କାର ହେବ । ଏ ଦୃଷ୍ଟିରୁ ରାଜ୍ୟ ବିଜେପି ସଭାପତି ମଧ୍ୟ ରାଜଧାନୀ ସ୍ଥିତ ରାମ ମନ୍ଦିରରେ ଦଳୀୟ କର୍ମୀଙ୍କ ସହ ସଫେଇ କରିଛନ୍ତି ।

ଏହା ବି ପଢନ୍ତୁ- ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା, ବିଜେପି ପକ୍ଷରୁ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

ଏହି ଅବସରରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ସାରା ଦେଶରେ ମନ୍ଦିରଗୁଡିକରେ ସ୍ବଚ୍ଛତା ଉପରେ ଗୁରୁତ୍ବାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ରାମ ମନ୍ଦିର ପ୍ରତିଷ୍ଠା ପାଇଁ ରାମଭକ୍ତଙ୍କ ମଧ୍ୟରେ ଅଭୁତପୂର୍ବ ଉତ୍ସାହ ଦେଖାଦେଇଛି । ଏହି ଐତିହାସିକ ମୁହୂର୍ତ୍ତକୁ ସ୍ମରଣୀୟ କରିବା ପାଇଁ ଦେବାଳୟ, ଶକ୍ତିପୀଠ, ଗ୍ରାମଦେବତୀଙ୍କ ମନ୍ଦିର ତଥା ତୀର୍ଥସ୍ଥାନକୁ ସ୍ବଚ୍ଛ ପବିତ୍ର ରଖିବା ଅଭିଯାନରେ ଓଡ଼ିଶାବାସୀ ସାମିଲ ହୁଅନ୍ତୁ ।"

ସେହିପରି ଆଜି ଦିନରେ ରାଜ୍ୟ ବିଜେପି ପକ୍ଷରୁ ଆରମ୍ଭ ହୋଇଛି 'କାନ୍ଥ ଲିଖନ' କାର୍ଯକ୍ରମ । ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଦିନ 12ଟାରେ କାନ୍ଥ ଲେଖା କାର୍ଯ୍ୟକ୍ରମ ଆରମ୍ଭ କରିବା ପରେ ସବୁ ରାଜ୍ୟରେ ରାଜ୍ୟ ସଭାପତିମାନେ କାନ୍ଥ ଲେଖା ଆରମ୍ଭ କରିଛନ୍ତି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଭୁବେନେଶ୍ବର ଗୌତମ ନଗରଠାରେ ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂ, ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନଙ୍କ ସହ କାନ୍ଥରେ ଦଳୀୟ ସଂକେତ ପଦ୍ମଫୁଲ ଆଙ୍କିବା ସହ ଓଡ଼ିଆଙ୍କ ଆଶା ମୋଦି ଭରସା ଲେଖି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।

ଏହା ବି ପଢନ୍ତୁ- ମନ୍ଦିର ପରିସର ସଫା କରି ମୋଦିଙ୍କ ବାର୍ତ୍ତା; ଶ୍ରୀରାମ ଆସୁଛନ୍ତି, ସ୍ବଚ୍ଛତା ଅଭିଯାନ ଚଲାଅ

ଆସନ୍ତାକାଲିଠାରୁ ଜିଲ୍ଲା ସଭାପତି ଓ ମଣ୍ଡଳ ସଭାପତିଙ୍କଠୁ ଆରମ୍ଭ କରି ଦଳର କାର୍ଯ୍ୟକର୍ତ୍ତାମାନେ ନିଜ ନିଜ ଅଞ୍ଚଳରେ କେନ୍ଦ୍ର ସରକାରଙ୍କ ଯୋଜନା, ମୋଦି ସରକାରଙ୍କ ସଫଳତା ଓ ବଡ଼ ବଡ଼ ନିଷ୍ପତ୍ତି ସବୁ କାନ୍ଥରେ ଲେଖିବେ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.