ETV Bharat / state

ଧାମନଗର ଉପନିର୍ବାଚନ: ବିଜେଡି ଟଙ୍କା ବାଣ୍ଟୁଥିବା ଅଭିଯୋଗ, ସିଇଓଙ୍କୁ ଭେଟିଲା ବିଜେପି - ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି

ଧାମନଗର ଉପନିର୍ବାଚନରେ ବିଜେଡି ଟଙ୍କା ବାଣ୍ଟୁଥିବା ଅଭିଯୋଗ ଆଣି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ଟଙ୍କା ବାଣ୍ଟୁଥିବା ଲୋକଙ୍କୁ ଗିରଫ କରିବା ପାଇଁ ଦାବି କରିଛି ଦଳ । ଅଧିକ ପଢନ୍ତୁ

ବିଜେଡି ଟଙ୍କା ବାଣ୍ଟୁଥିବା ଅଭିଯୋଗରେ ସିଇଓଙ୍କୁ ଭେଟିଲା ବିଜେପି

author img

By

Published : Oct 23, 2022, 5:33 PM IST

Updated : Oct 24, 2022, 9:28 PM IST

ଭୁବନେଶ୍ବର: ଧାମନଗର ଉପନିର୍ବାଚନ (Dhamnagar ByPoll) ଲାଗି ଚାଲିଛି ଜୋରଦାର ପ୍ରଚାର । ଆସନ୍ତା 3ତାରିଖରେ ହେବ ଭୋଟ ଗ୍ରହଣ । ତେବେ ଧାମନଗରରେ ବିଜେଡି ପାଇଁ ଏସଏଚଜି ମହିଳା ଟଙ୍କା ବାଣ୍ଟୁଥିବା ଅଭିଯୋଗ କରିଛି ବିଜେପି । ଏହି ପ୍ରସଙ୍ଗକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପିର ଏକ ପ୍ରତିନିଧି ଦଳ । ଟଙ୍କା ବାଣ୍ଟୁଥିବା ଲୋକଙ୍କୁ ଗିରଫ କରିବା ପାଇଁ ଦାବି କରିଛି ବିଜେପି ।

ବିଜେଡି ଟଙ୍କା ବାଣ୍ଟୁଥିବା ଅଭିଯୋଗରେ ସିଇଓଙ୍କୁ ଭେଟିଲା ବିଜେପି

ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାରଙ୍କ(BJP Leader Lekhasri Samantsinghar) ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଧାମନଗରରେ ବିଜେଡି ପାଇଁ SHG ମହିଳା ଟଙ୍କା ବାଣ୍ଟୁଥିବା ଅଭିଯୋଗ କରିଛି । କୌଣସି କାର୍ଯ୍ୟାନୁଷ୍ଠନ ନହେଲେ ଭଦ୍ରକ ଜିଲ୍ଲାପାଳ ଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି । ପୂର୍ବରୁ ଟଙ୍କା ବଣ୍ଟା ଅଭିଯୋଗ କରି ଧାମନଗର ସମସ୍ତ ଏସଏଚଜିଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରୀଜ ପାଇଁ ଦାବି କରିଥିଲା ବିଜେପି ।

ଏହା ମଧ୍ୟ ପଢନ୍ତୁ: ଆର୍ଥିକ ଚିନ୍ତାକୁ କିପରି କରିବେ ଦୂର ? ଏଥର ଦୀପାବଳିରେ ଅନୁସରଣ କରନ୍ତୁ ଏହି ଟିପ୍ସ

ଏନେଇ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି," ଗତକାଲି ଠାରୁ ଏକ ଭିଡିଓ ଭାଇରାଲ ହେଉଛି । ଧାମନଗରରେ ଜଣେ SSG ମହିଳା ଟଙ୍କା ବାଣ୍ଟୁଥିବା ଦେଖାଦେଇଛି । ବିଜୁ ଜନତା ଦଳର ସଭାରେ ଯେଉଁମାନେ ଆସିଥିଲେ ସେମାନଙ୍କୁ ଆକୃଷ୍ଟ କରିବା ପାଇଁ ଟଙ୍କା ବଣ୍ଟାଯାଇଛି । ଏହା ଏକ ଅପରାଧ । ଆଦର୍ଶ, ଆଚରଣ ବିଧିର ଉଲଂଘନ । ଧାରା 123 ଏବଂ 173Eରେ ଟଙ୍କା ବାଣ୍ଟୁଥିବା ମହିଳାଙ୍କୁ ଗିରଫ ମଧ୍ୟ କରିହେବ । ଅବାଧ, ମୁକ୍ତ ଗଣତନ୍ତ୍ର ବିରୋଧରେ ବିଜୁଜନତା ଏହି କାର୍ଯ୍ୟକୁ ନେଇ ଆମର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛୁ ।

ଯେଉଁ ମହିଳା ଟଙ୍କା ବାଣ୍ଟୁଥିଲେ ତାଙ୍କୁ 2 ଦିନ ମଧ୍ୟରେ ଗିରଫ କରିବା ପାଇଁ ଦାବି କରିଛୁ । ଯଦି ତାହା ନହୁଏ ତେବେ ଧାମନଗର ନିର୍ବାଚନ ଅବାଧ, ନିରପେକ୍ଷ ବୋଲି ଆମେ କେବେ କହିପାରିବା ନାହିଁ । ଯଦି ମୁଖ୍ୟ ନିର୍ବାଚନ ଅଧିକାରୀ କୌଣସି ପଦକ୍ଷେପ ନନିଅନ୍ତି ତେବେ 26 ତାରିଖ ଦିନ ଭଦ୍ରକ ଜିଲ୍ଲାପାଳ ଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବ । ଏବଂ ବିଜୁ ଜନତା ଦଳ ସହ ମୁଖ୍ୟ ନିର୍ବାଚନ ଅଧିକାରୀ ହାତ ମିଳାଇଛନ୍ତି ବୋଲି ପ୍ରମାଣିତ ହେବ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 24, 2022, 9:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.