ETV Bharat / state

କୋଶଳୀ ଭାଷାରେ ପ୍ରଶ୍ନୋତ୍ତର, ବିଧାୟକ ନରସିଂହଙ୍କ ପ୍ରଶ୍ନକୁ ଗୃହରେ କୋଶଳୀରେ ଉତ୍ତର ରଖିଲେ ମନ୍ତ୍ରୀ ପ୍ରତାପ

author img

By ETV Bharat Odisha Team

Published : Nov 24, 2023, 12:49 PM IST

ବିଧାନସଭା ଶୀତ ଅଧିବେଶନରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରଶ୍ନକାଳରେ କୋଶଳୀ ଭାଷାରେ ନରସିଂହଙ୍କ ପ୍ରଶ୍ନକୁ କୋଶଳୀ ଭାଷାରେ ପ୍ରତାପ ଦେବ ଉତ୍ତର ଦେଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

କୋଶଳୀ ଭାଷାରେ ନରସିଂହଙ୍କ ପ୍ରଶ୍ନକୁ କୋଶଳୀ ଭାଷାରେ ପ୍ରତାପଙ୍କ ଉତ୍ତର
Assembly Winter Session
କୋଶଳୀ ଭାଷାରେ ନରସିଂହଙ୍କ ପ୍ରଶ୍ନକୁ କୋଶଳୀ ଭାଷାରେ ପ୍ରତାପଙ୍କ ଉତ୍ତର

ଭୁବନେଶ୍ବର: ଆଜି ଚାଲିବ ତ ଗୃହ ନା ବିରୋଧୀଙ୍କ ହଙ୍ଗମାରେ ଧୋଇଯିବ ପ୍ରଶ୍ନକାଳ । ବିଧାନସଭା ଶୀତ ଅଧିବେଶନ ଚତୁର୍ଥ ଦିନ ଆରମ୍ଭ ପୂର୍ବରୁ ଏହି ପରି ଅନେକ ପ୍ରଶ୍ନ ସୃଷ୍ଟି ହୋଇଥିଲା । ମାତ୍ର ଲଗାତାର 2 ଦିନ ପରେ ଗୃହକାର୍ଯ୍ୟ ଚାଲିଥିଲା । ପ୍ରଶ୍ନକାଳ ସ୍ବଭାବିକ ହୋଇଥିଲା । ଶିଳ୍ପ ବିଭାଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଏହି ସମୟରେ ବିଧାନସଭାରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । କୋଶଳୀ ଭାଷାରେ ବିଧାୟକଙ୍କ ପ୍ରଶ୍ନରେ କୋଶଳୀ ଭାଷାରେ ଉତ୍ତର ରଖିଥିଲେ ମନ୍ତ୍ରୀ । ଶିଳ୍ପ ବିଭାଗ ସମ୍ପର୍କରେ କୋଶଳୀ ଭାଷାରେ ପ୍ରଶ୍ନ କରିଥିଲେ ବିଧାୟକ ନରସିଂହ ମିଶ୍ର । ମନ୍ତ୍ରୀ ପ୍ରତାପ ଦେବ ମଧ୍ୟ କୋଶଳୀ ଭାଷାରେ ଉତ୍ତର ଦେଇଥିବା ଦେଖିବାକୁ ମିଳିଥିଲା ।

ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର କୋଶଳୀ ଭାଷାରେ ପ୍ରଶ୍ନ କରଥିଲେ । ତାଙ୍କର ପ୍ରଶ୍ନ ଥିଲା ନବୀର ସରକାର 23 ବର୍ଷ ପୂରଣ କରି 24 ବର୍ଷ ପୂରଣ କରିଛନ୍ତି । ବଲାଙ୍ଗୀର ଜିଲ୍ଲାରେ 24 ବର୍ଷ କେଉଁ ଗୋଟିଏ ଇଣ୍ଡଷ୍ଟ୍ରୀ କରିଛନ୍ତି ଟିକେ କୁହନ୍ତୁ । କଂଗ୍ରେସ ସମୟରେ ହୋଇଥିବା କାରଖାନା ସବୁ ବନ୍ଦ ହୋଇଯାଇଛି । ସବୁ ତ ବନ୍ଦ ହୋଇଗଲା ନୂଆ କଣ ହେଲା । ସୂତା କାରଖାନା କରିବେ ବୋଲି କହିଥିଲେ ମାତ୍ର ତାହା ହେଲା ନାହିଁ । କଥାରେ କେତେ ପେଟ ପୂରଣ କରିବେ ନିର୍ବାଚନ ପୂର୍ବରୁ ତାହାକୁ କାମରେ କରି ଦେଖାନ୍ତୁ ବୋଲି କହିଥିଲେ ବିଧାୟକ ନରସିଂହ ମିଶ୍ର ।

ଏହା ବି ପଢନ୍ତୁ...ଓଡିଶା ଭୂ ସଂସ୍କାର ଦ୍ବିତୀୟ ସଂଶୋଧନ ବିଲ ପାରିତ

କୋଶଳୀ ଭାଷାରେ ଉତ୍ତର ଦେଇ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ କହିଥିଲେ,"ଆମେ ଯାହା କଥା ଦେଉ ତାହା ରଖୁ । ବଲାଙ୍ଗୀର ଜିଲ୍ଲାରେ ଆମେ 2ଟି ଏଥନଏଲ ପ୍ଲାଣ୍ଟ ଲାଗି ଚୁକ୍ତି କରିସାରିଛୁ । ଜାଗା ଚିହ୍ନଟ ସରିଛି । ତୁରନ୍ତ କାମ ଆରମ୍ଭ ହେବ ମାତ୍ର ସେଥିରେ ଏତେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ନାହିଁ । ସୂତାକଳ ହେଲେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । କପା ଚାଷ ଲାଗି 3ଟି ଜୋନ୍‌ କରିଛୁ । କଂଗ୍ରେସ ସମୟରେ ହୋଇଥିବା କଳ ବନ୍ଦ ହୋଇଛି । ସରକାରୀ ସଂସ୍ଥା ବ୍ୟବସାୟ କରିପାରିବେ ନାହିଁ । ବର୍ତ୍ତମାନ ଆମେ ବ୍ୟବସାୟକୁ ବ୍ୟବସାୟ ପାଇଁ ଛାଡି ଦେଉଛି । ସୁନ୍ଦରଗଡ଼ଠାରୁ ମାଲକାନଗିରି ଦେଖନ୍ତୁ ଇଣ୍ଡଷ୍ଟ୍ରିମୟ ହୋଇଛି । ଏହା କିପରି ଆଗକୁ ବଢ଼ିବା କେଉଁ ସେକ୍ଟରରେ କାମ କଲେ ଭଲ ହେବ ସେ ନେଇ ସରକାର ଚେଷ୍ଟିତ ଅଛନ୍ତି । ତେଣୁ କେଉଁ ଜିଲ୍ଲାର କ୍ଷମତା ଅନୁସାରେ ରାଜ୍ୟକୁ ଜୋନରେ ପରିଣତ କରିଛୁ । କାର୍ଯ୍ୟରେ ବିଳମ୍ବ ହେଲେ ବି ଶତ ପ୍ରତିଶତ କାର୍ଯ୍ୟରେ ପୂରଣ ହେବ । ରାଜ୍ୟରେ 848 ବୃହତ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି । ଏହା ଦ୍ବାରା 9 ଲକ୍ଷ 14 ହଜାର 895 ନିଯୁକ୍ତି ସୃଷ୍ଟି ହେବ । ଏନେଇ 21 ଲକ୍ଷ 73 ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହୋଇଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.