ETV Bharat / state

ବିଧାନସଭା ସ୍ବାଭାବିକ: ପ୍ରଶ୍ନକାଳ ଓ ଶୂନ୍ୟକାଳ ପରେ ମୁଲତବୀ ଆଲୋଚନା - ଚତୁର୍ଥ ଦିନ

Odisha Assembly session: ସ୍ବାଭାବିକ ହେଲା ବିଧାନସଭା । ଶୀତକାଳୀନ ଅଧିବେଶନ ଚତୁର୍ଥ ଦିନରେ ସ୍ବାଭାବିକ ହୋଇଛି। ଆଦିବାସୀଙ୍କ ଜମି ବିକ୍ରି ପ୍ରସଙ୍ଗରେ ଦୁଇ ଦିନ ହେଲା ବାଧାପ୍ରାପ୍ତ ହୋଇଥିଲା ଗୃହକାର୍ଯ୍ୟ। ଅଧିକ ପଢ଼ନ୍ତୁ,

ବିଧାନସଭା ସ୍ବାଭାବିକ: ପ୍ରଶ୍ନକାଳ ଓ ଶୂନ୍ୟକାଳ ପରେ ମୁଲତବୀ ଆଲୋଚନା

author img

By ETV Bharat Odisha Team

Published : Nov 24, 2023, 2:30 PM IST

ଭୁବନେଶ୍ବର: ବିଧାନସଭା ଶୀତକାଳୀନ ଅଧିବେଶନର ଚତୁର୍ଥ ଦିନ ସ୍ବାଭାବିକ ଭାବେ ଚାଲିଛି। ଆଦିବାସୀଙ୍କ ଜମି ବିକ୍ରି ପ୍ରସଙ୍ଗରେ ଗୃହକାର୍ଯ୍ୟ ଲଗାତର ଦୁଇ ଦିନ ଧରି ବାଧାପ୍ରାପ୍ତ ହୋଇ ଆସୁଥିଲା । ଆଜି (ଶୁକ୍ରବାର) ପ୍ରଶ୍ନକାଳ ଏବଂ ଶୂନ୍ୟକାଳ ସ୍ବାଭାବିକ ଭାବେ ଚାଲିବା ପରେ, ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇଛି। ପ୍ରଶ୍ନକାଳରେ ସବୁ ଦଳର ବିଧାୟକମାନଙ୍କ ଦ୍ବାରା ଶିଳ୍ପ ବିଭାଗ ସଂପର୍କିତ ପ୍ରଶ୍ନଗୁଡ଼ିକରେ ଉତ୍ତର ରଖିଥିଲେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଦେବ। ପରେ ଶୂନ୍ୟକାଳ ଏବଂ ମୁଲତବୀ ପ୍ରସ୍ତାବ ଉପରେ ଚର୍ଚ୍ଚା ହୋଇଛି।

ଏହା ମଧ୍ୟ ପଢ଼ନ୍ତୁ: ନିଜ ଛେପ ଢୋକିଲେ ସରକାର, ତିନି ଦିନ ପରେ ସ୍ବାଭାବିକ ହେଲା ବିଧାନସଭା

ଏହା ମଧ୍ଯ ପଢ଼ନ୍ତୁ: ରାଜ୍ୟରେ 848 ବୃହତ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ, ସୃଷ୍ଟି ହେବ 9 ଲକ୍ଷ 14 ହଜାର 895 ନିଯୁକ୍ତି

ଗତ 21 ତାରିଖରୁ ଆରମ୍ଭ ହୋଇଥିଲା ବିଧାନସଭାର ଶୀତକାଳୀନ ଅଧିବେଶନ । ପ୍ରଥମ ଦିନ ଶୋକ ପ୍ରସ୍ତାବ ଆଗତ ହୋଇଥିଲା । ଦ୍ଵିତୀୟ ଦିନ ଗୃହ କାର୍ଯ୍ୟ ଆରମ୍ଭରୁ ଆଦିବାସୀଙ୍କ ଜମି ବିକ୍ରି ପ୍ରସଙ୍ଗରେ କ୍ୟାବିନେଟ ନିଷ୍ପତ୍ତିକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ବିରୋଧୀ । ଉଭୟ କଂଗ୍ରେସ ଓ ବିଜେପି ବିଧାୟକ ପୋଡିୟମ ନିକଟକୁ ଆସି ନାରାବାଜି କରିଥିଲେ । ଶୂନ୍ୟକାଳ, ପ୍ରଶ୍ନକାଳ ଓ ମୁଲତବୀ ସବୁ ଧୋଇ ଯାଇଥିଲା । ଅପରାହ୍ନରେ ବିରୋଧୀଙ୍କ ନାରବାଜି ଭିତରେ ଭୂ - ସଂସ୍କାର ସଂଶୋଧନ ବିଲ ଆଗତ ହୋଇଥିଲା ।

ଗତକାଲି(ଗୁରବାର) ପୂର୍ବାହ୍ନରେ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । ଅପରାହ୍ନରେ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇଥିଲା । ଭୂ - ସଂସ୍କାର ସଂଶୋଧନ ବିଲ ଆଲୋଚନା ପରେ ପାରିତ ହୋଇଥିଲା । ଆଜି(ଶୁକ୍ରବାର) ଚତୁର୍ଥ ଦିନ ଗୃହ କାର୍ଯ୍ୟ ସ୍ବାଭାବିକ ଭାବେ ଚାଲିଛି । ପ୍ରଶ୍ନକାଳ, ଶୂନ୍ୟକାଳ ଓ ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇଛି । ପ୍ରଶ୍ନକାଳରେ କୋଶଳ ଭାଷାରେ ଶିଳ୍ପ ସମ୍ପର୍କିତ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ସେହିପରି କୋଶଳ ଭାଷାରେ ଉତ୍ତର ରଖିଥିଲେ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ । ଶୂନ୍ୟକାଳରେ କ୍ୟାବିନେଟ ନିଷ୍ପତ୍ତି ବିବାଦରେ ଗୃହକୁ ଅବଗତ କରିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ । ଆଦିବାସୀଙ୍କ ଜମି ପ୍ରସଙ୍ଗରେ ମୁଲତବୀରେ ଆଲୋଚନା ହୋଇଛି । ବିରୋଧୀ ସରକାରଙ୍କୁ ଘେରିଥିଲେ ଓ ଜବାବ ରଖିଥିଲେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ।

ସୂଚନା ଅନୁସାରେ, ଆଜି ଗୃହ କାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାଚସ୍ପତି ମୁଲତବୀ ଘୋଷଣା କରି ପାରନ୍ତି । ସରକାରଙ୍କ ପକ୍ଷରୁ କୌଣସି ବିଲ୍ ନଥିବାରୁ ଗୃହ ବନ୍ଦ ହୋଇଯିବାର ସମ୍ଭାବନା ରହିଛି । ଯଦି ଏହା ହୁଏ ତେବେ 25ଟି କାର୍ଯ୍ୟ ଦିବସ ପୂର୍ବରୁ ଗୃହ ବନ୍ଦ ହେବ । କାରଣ ଡିସେମ୍ବର 30 ପର୍ଯ୍ୟନ୍ତ ବିଧାନସଭା ଚାଲିବ ବୋଲି ନିର୍ଘଣ୍ଟ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.