ETV Bharat / state

Assembly session: ଗୃହରେ ଉଠିଲା ଶିକ୍ଷକ ଆନ୍ଦୋଳନ ଓ ଖାଲି ପଦବୀ ପ୍ରସଙ୍ଗ, ଜବାବ ରଖିଲେ ମନ୍ତ୍ରୀ

author img

By ETV Bharat Odisha Team

Published : Sep 27, 2023, 4:56 PM IST

Updated : Sep 27, 2023, 5:39 PM IST

ଶିକ୍ଷକ ଆନ୍ଦୋଳନ ଓ କଲେଜ, ବିଶ୍ବବିଦ୍ୟାଳୟରେ ଖାଲି ପଡିଥିବା ଶିକ୍ଷକ ପଦବୀ ନେଇ ପ୍ରଶ୍ନ କଲେ ଉଭୟ ବିରୋଧୀ ଦଳ । ଉଚ୍ଚଶିକ୍ଷା ମନ୍ତ୍ରୀ ରଖିଲେ ଉତ୍ତର । ଅଧିକ ପଢନ୍ତୁ

ଶିକ୍ଷକ ଆନ୍ଦଳନ ଓ ଖାଲି ପଦବୀ ନେଇ ପ୍ରଶ୍ନ କଲେ ବିରୋଧୀ, ମନ୍ତ୍ରୀ କହିଲେ 1065 ଅଧ୍ୟାପକ ନିଯୁକ୍ତି ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି

ଗୃହରେ ଉଠିଲା ଶିକ୍ଷକ ଆନ୍ଦୋଳନ ଓ ଖାଲି ପଦବୀ ପ୍ରସଙ୍ଗ, ଜବାବ ରଖିଲେ ମନ୍ତ୍ରୀ

ଭୁବନେଶ୍ବର: ବିଭିନ୍ନ ପ୍ରସଙ୍ଗକୁ ନେଇ ଶିକ୍ଷକ ଓ ଅଧ୍ୟାପକ ଆନ୍ଦୋଳନ କରୁଛନ୍ତି । ଗାଁ'ରୁ ଗାନ୍ଧୀମାର୍ଗ ପର୍ଯ୍ୟନ୍ତ ବିକ୍ଷୋଭ ଓ ଘେରାଉ କାର୍ଯ୍ୟକ୍ରମ ଜାରି ରହିଛି । ଫଳରେ ପାଠପଢା ବାଧାପ୍ରାପ୍ତ ହେଉଛି । ଏହାକୁ ନେଇ ବିଧାନସଭାରେ ଆଲୋଚନା ପାଇଁ ଦୁଇଦିନ ହେଲା ମୁଲତବୀ ପ୍ରସ୍ତାବ ଆଣିଛନ୍ତି ବିରୋଧୀ । ହେଲେ ଏ ବାବଦରେ ଆଲୋଚନା ସମ୍ଭବ ହୋଇପାରୁନାହିଁ । ରାଜ୍ୟ ସରକାର ଶିକ୍ଷା ଓ ଶିକ୍ଷକ ବିରୋଧୀ ବୋଲି ଉଭୟ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଅଭିଯୋଗ କରିଥିବା ବେଳେ ଗୃହରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ରାଜ୍ୟରେ ଶିକ୍ଷକ ରାଜରାସ୍ତାରେ ଅଛନ୍ତି । ସ୍କୁଲରେ ତାଲା ପଡିଛି । ପିଲାଙ୍କ ପାଠପଢା ବ୍ୟାଘାତ ହେଉଛି । ସେମାନଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଯାଉଛି । ସରକାର ମହାନିଦ୍ରାରେ ଅଛନ୍ତି । ଏହାର ପ୍ରତିକାର କରିବା ଲାଗି ସରକାର ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଉନାହାନ୍ତି କିମ୍ବା ଉଦ୍ୟମ ମଧ୍ୟ କରୁନାହାନ୍ତି । ଏହାକୁ ଆଧାର କରି ଗୃହରେ 2ଥର ମୁଲତବୀ ପ୍ରସ୍ତାବ ଆସିଲାଣି । ଗତକାଲି ସରକାର ଦଳର ବିଧାୟକ ଚକ୍ରାନ୍ତ କରି ମୁଲତବୀକୁ ବାତିଲ କରିବାରେ ସଫଳ ମଧ୍ୟ ହେଲେ । ଆଜି ମଧ୍ୟ ଅନୁରୂପ ଭାବେ ମୁଲତବୀ ପ୍ରସ୍ତାବ ଆସିଥିଲା । ଶାସକ ଦଳ ସଭ୍ୟ ଶିକ୍ଷା ଉପରେ ଗୃହ ନଚଳେଇ ଦେବା ପାଇଁ ବାଚସ୍ପତିଙ୍କୁ ଇଙ୍ଗୀତ କଲେ । ଶିକ୍ଷକ ସମସ୍ୟା, ଆନ୍ଦୋଳନର ସମାଧାନ ବାଟ ବାହାର କରିବା ଲାଗି ବା କୌଣସି ପ୍ରତିଶ୍ରୁତି ଦେବାକୁ ସରକାର ଚିନ୍ତିତ ନୁହଁନ୍ତି । ନବୀନ ସରକାର ଶିକ୍ଷକ ବିରୋଧୀ । ଯାହା ଆଜି ପ୍ରମାଣିତ କରିଛନ୍ତି ।

ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, କେବିକେ ଅଞ୍ଚଳ ପାଇଁ ନବୀନ ସରକାରଙ୍କ ଭଲ ମନୋଭାବ ନାହିଁ । କୋରାପୁଟର ପୁରାତନ ବିଇଡି କଲେଜ ଦୀର୍ଘ 3ବର୍ଷ ହେଲା ଶିକ୍ଷକ ନଥିବାରୁ ବନ୍ଦ ପଡିଛି । ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ବିଇଡି କଲେଜ 2ବର୍ଷ ହେଲା ଶିକ୍ଷକ ନାହାନ୍ତି ବୋଲି ବନ୍ଦ ହୋଇଗଲାଣି । ବିଶ୍ୱବିଦ୍ୟାଳୟରେ 70 ଭାଗ ଅଧ୍ୟାପକ ଓ 80 ଭାଗ ଅଣ-ଶିକ୍ଷକ କର୍ମଚାରୀ ନାହାନ୍ତି । ପ୍ରାୟ ସବୁ ଅବସର ନେଇଗଲେଣି । ଡିଏଭି କଲେଜରେ 90 ଭାଗ ଅଧ୍ୟାପକ ନାହାନ୍ତି । ଏ ପରିପ୍ରେକ୍ଷୀରେ ବିଭାଗୀୟ ମନ୍ତ୍ରୀ କହୁଛନ୍ତି କେବିକେ ପାଇଁ ଆମେ ବ୍ୟବସ୍ଥା କରୁଛୁ । ବିଶ୍ୱବିଦ୍ୟାଳୟରେ ଗେଷ୍ଟ ଫ୍ୟାକଲ୍ଟି ରଖିଛନ୍ତି । ମାସକୁ ସେମାନେ 10ଟି କ୍ଲାସ ଭାବରେ ମାତ୍ର 5 ହଜାର ପାଉଛନ୍ତି । ଏତେ ପାଠ ପଢ଼ି ଯେଉଁମାନେ ଗେଷ୍ଟ ଫ୍ୟାକଲଟି ଅଛନ୍ତି ତାଙ୍କ ପାଇଁ ସରକାରରେ କିଛି ନାହିଁ । ତୁରନ୍ତ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ପାଇଁ ସରକାର ଅର୍ଥ ବ୍ୟବସ୍ଥା କରନ୍ତୁ । କେବିକେ ଅଞ୍ଚଳରେ ଥିବା ସମସ୍ତ କଲେଜରେ ଅଧ୍ୟାପକ ଦିଅନ୍ତୁ । ଏ ସରକାର କେବିକେ ଅଞ୍ଚଳକୁ ସବୁବେଳେ ଅବହେଳା କରି ଆସୁଛି ।

ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଅତନୁ କହିଛନ୍ତି ଯେ, ବିଶ୍ୱବିଦ୍ୟାଳୟର ଅଧ୍ୟାପକ ନିଯୁକ୍ତି ପାଇଁ OPSCକୁ ଦାୟିତ୍ୱ ଦିଆଯାଇଛି । ନିଯୁକ୍ତି ପ୍ରକ୍ରିୟା ମଧ୍ୟ ବହୁତ ଆଗକୁ ଯାଇଥିଲା । କିନ୍ତୁ ମଝିରେ ସୁପ୍ରିମକୋର୍ଟରେ ମାମଲା ଯୋଗୁଁ ତାହା ବର୍ତ୍ତମାନ ସ୍ଥଗିତ ରହିଛି । କିଭଳି ଆଇନ ଗତ ପ୍ରତିବନ୍ଧକ ଉଠିବ ସେଥିପାଇଁ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ ବ୍ୟବସ୍ଥା ଗ୍ରହଣ କରିଛନ୍ତି । କିନ୍ତୁ ଏ ବ୍ୟବସ୍ଥା ହେବା ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟଗୁଡ଼ିକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସେମାନେ ଗେଷ୍ଟ ଫ୍ୟାକଲ୍ଟି ନିଯୁକ୍ତି କରାଇବେ । ତାହାର ଅର୍ଥ ବିଭାଗ ବହନ କରିବ । ଏହି ପ୍ରସ୍ତାବ ସହ ଉତ୍କଳ ବିଶ୍ଵବିଦ୍ୟାଳୟ ସମେତ ଅନ୍ୟାନ୍ୟ ବିଶ୍ୱବିଦ୍ୟାଳୟକୁ ମଧ୍ୟ ଗେଷ୍ଟ ଫ୍ୟାକଲଟି ନିଯୁକ୍ତି ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- Chandrababu Naidu's plea: ଶୁଣାଣିରୁ ଓହରିଗଲେ ସୁପ୍ରିମକୋର୍ଟ ବିଚାରପତି

ସ୍ଥାୟୀ ଭାବେ ଯେଉଁ ବ୍ୟବସ୍ଥା ରହିଛି ତାକୁ ମଧ୍ୟ ବିଭାଗ ନଜର ରଖିଛି । ଖୁବଶୀଘ୍ର ପ୍ରତିବନ୍ଧକ ହଟାଇ ନିଯୁକ୍ତି କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରାଯିବ । ଏହା ବ୍ୟତୀତ ବେସରକାରୀ କଲେଜରେ ଥିବା ଫାଙ୍କା ପଦବୀ ପୂରଣ କରିବା ପାଇଁ ପ୍ରାୟ 7ଶହରୁ ଅଧିକ ନିଯୁକ୍ତି ଦିଆଯାଇଛି । 1,065 ଅଧ୍ୟାପକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେ ପ୍ରକ୍ରିୟା ମଧ୍ୟ ଖୁବଶୀଘ୍ର ଶେଷ ହେବ । ଯାହା ଫଳରେ ଅଧ୍ୟାପକ ସଙ୍କଟ ଦୂର ହେବା ନେଇ ବିଭାଗୀୟ ମନ୍ତ୍ରୀ ଅନୁତ ସବ୍ୟସାଚୀ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 27, 2023, 5:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.