ETV Bharat / state

ମୌସୁମୀ ଅଧିବେଶନ: ଗୃହରେ ରୋଚକ ଚିତ୍ର, ବିଧାନସଭାର ଏପାଖ ସେପାଖ

author img

By ETV Bharat Odisha Team

Published : Sep 28, 2023, 6:53 AM IST

ବିଧାନସଭାର ଚତୁର୍ଥ ଦିନରେ ଦେଖିବାକୁ ମିଳିଛି ବିଭିନ୍ନ ରୋଚକ ଚିତ୍ର । ଯାହାକୁ ନେଇ ପଢନ୍ତୁ ଇଟିଭି ଭାରତର ସ୍ୱତନ୍ତ୍ର ଖବର 'ବିଧାନସଭାର ଏପାଖ ସେପାଖ' ।

ମୌସୁମୀ ଅଧିବେଶନର ଚତୁର୍ଥ ଦିନ
ମୌସୁମୀ ଅଧିବେଶନର ଚତୁର୍ଥ ଦିନ

ଭୁବନେଶ୍ବର: ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ଘଟିଛି ବହୁ ରୋଚକ ଘଟଣା । ବିରୋଧୀଙ୍କ ବିରୋଧ, ଗୃହ ମୁଲତବୀ ସହ ସରକାରୀ ଦଳର ଜବାବ । ଏହାରି ଭିତରେ ବିଧାନସଭାରେ ଦେଖିବାକୁ ମିଳିଛି ବିଭିନ୍ନ ରୋଚକ ଚିତ୍ର । ଯାହାକୁ ନେଇ ଇଟିଭି ଭାରତର ସ୍ୱତନ୍ତ୍ର ଖବର 'ବିଧାନସଭାର ଏପାଖ ସେପାଖ' ।

ରାଜାଙ୍କ ଅପା ଉପାଖ୍ୟାନ ଝଡ:
ବାଚସ୍ପତି ହୋଇଥିବା ପ୍ରମିଳା ମଲ୍ଲିକଙ୍କୁ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ `ଅପା´ ବୋଲି କହି ସମ୍ବୋଧନ କରିଥିଲେ । ଯାହାକୁ ନେଇ ନିଜନିଜ ସ୍ଥାନରେ ବସି ଆପତ୍ତି ଉଠାଇଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏବଂ ତାରାପ୍ରସାଦ ବାହିନୀପତି । ବିଜେଡି ସଦସ୍ୟ ରମେଶ ଚନ୍ଦ୍ର ସାଏ, ଚାଷ ଜମି ପଶୁପକ୍ଷୀଙ୍କ ପାଇଁ ନଷ୍ଟ ହେଉଥିବାରୁ ଚାଷ କମିବା କଥା ଉଠାଇ ନିରାକରଣ ପାଇଁ ଉତ୍ତର ମାଗିଥିବା ବେଳେ ଉତ୍ତରରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ଅପା ବୋଲି ସମ୍ବୋଧନ କରିଥିଲେ । ଆପଣଙ୍କ(ବାଚସ୍ପତି) ଅଞ୍ଚଳରେ କ'ଣ ପଶୁ ଚାଷ ଜମିକୁ ନଷ୍ଟ କରୁନାହାନ୍ତି କି ବୋଲି ପ୍ରଶ୍ନ କରିଥିଲେ ? ଏହାର ନିରାକରଣ ମୋ ପାଖରେ ନଥିବା କହି ହାତ ଟେକି ଦେଇ ଜବାବ ଦେବାକୁ ଯାଇଥିବା ବେଳେ ବିରୋଧୀ ମନ୍ତ୍ରୀଙ୍କୁ ଆକଟ କରିଥିଲେ । ମନ୍ତ୍ରୀଙ୍କ ଅପା ସମ୍ବୋଧନକୁ ନାପସନ୍ଦ କରିବା ସହ ସମ୍ବିଧାନକୁ ସମ୍ମାନ ଦିଅନ୍ତୁ ବୋଲି ତାଗିଦ କରିଥିଲେ । ମନ୍ତ୍ରୀ ତୁରନ୍ତ ନିଜର ଭୁଲ ବୁଝି କ୍ଷମା ପ୍ରାର୍ଥନା କରିଥିଲେ । ପୁରୁଣା ଅଭ୍ୟାସରୁ ଅପା ସମ୍ବୋଧନ କରିଥିଲି ବୋଲି କହିଥିଲେ । ପୁନର୍ବାର ବାଚସ୍ପତି ମ୍ୟାଡାମ ତଥା ଅପା କହି ନିଜର ଉତ୍ତର ଆରମ୍ଭ କରିଥିଲେ ।

ନବୀନ ଆଗରେ ଦେବୀ ଓ ବବି ପଛରେ:
ଗୃହ ଆରମ୍ଭ ପୂର୍ବରୁ ବିଧାନସଭାରେ ପ୍ରବେଶ କରିଥିଲେ ମୁଖ୍ୟମନ୍ତ୍ରୀ ତଥା ଗୃହର ନେତା ନବୀନ ପଟ୍ଟନାୟକ । କିନ୍ତୁ ସେତେବେଳେକୁ ଗୃହରେ ଉପସ୍ଥିତ ନଥିଲେ ଦଳର ଅନେକ ବିଧାୟକ । ନବୀନ ଆଗରେ ବିଧାନସଭାରେ ପ୍ରବେଶ କରିଥିବା ବେଳେ ବିଳମ୍ବରେ ଗୃହକୁ ଆସିଥିଲେ ବିଜେଡିର ଉପସଭାପତି ଦେବୀ ପ୍ରସାଦ ମିଶ୍ର ଓ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ମୁଖ୍ୟମନ୍ତ୍ରୀ ପ୍ରାୟ 20 ମିନିଟ ଗୃହ କାର୍ଯ୍ୟରେ ସାମିଲ ହୋଇଥିଲେ । ପରେ ଫେରିଯାଇଥିଲେ । ଅନ୍ୟପଟେ ଗୃହ କାର୍ଯ୍ୟ ମୁଲତବୀ ହେବା ପର୍ଯ୍ୟନ୍ତ ଦେବୀ ଓ ବବି ଥିଲେ ।

ଏହା ବି ପଢ଼ନ୍ତୁ: Monsoon Session: ଦ୍ବିତୀୟ ଦିନରେ ଗୃହରେ ରୋଚକ ଚିତ୍ର, ପଢନ୍ତୁ ବିଧାନସଭାର ଏପାଖ ସେପାଖ

ଉପସ୍ଥିତ ଥିଲେ ସବୁ ମନ୍ତ୍ରୀ:
ବିଧାନସଭାର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ରାଜ୍ୟ ସରକାରଙ୍କ ସମସ୍ତ ମନ୍ତ୍ରୀ । ପ୍ରଶ୍ନ କାଳ, ଶୂନ୍ୟକାଳ ଆଲୋଚନାରେ ସାମିଲ ହୋଇଥିଲେ ଜଣେ ପରେ ଜଣେ ମନ୍ତ୍ରୀ । ସେହିପରି କିଛି ମନ୍ତ୍ରୀ ଅପରାହ୍ନରେ ନିଜ ବିଭାଗର ବିଲ୍‌ ପାରିତ କରିବା ଲାଗି ଆଗତ କରିଥିଲେ । କିନ୍ତୁ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଟିକେ ବିଳମ୍ବରେ ଗୃହକୁ ଆସିଥିବା ଦେଖିବାକୁ ମିଳିଛି ।

ବଢ଼ିଲେ ଦର୍ଶକ, ଦେଖିଲେ ପିଆରଓ:
କୋଭିଡ ପାଇଁ ବିଧାନସଭାକୁ ଦର୍ଶକଙ୍କ ପ୍ରବେଶକୁ ବାରଣ କରାଯାଇଥିଲା । ଏବେ ଗୃହ କାର୍ଯ୍ୟ ସ୍ବାଭାବିକ ଭାବେ ଚାଲୁଛି । ତେଣୁ ଗୃହ କାର୍ଯ୍ୟ ଦେଖିବା ଲାଗି ପୂର୍ବପରି ସାଧାରଣ ଦର୍ଶକ ଆସିବାରେ ଲାଗିଛନ୍ତି । ସୌସୁମୀ ଅଧିବେଶନର ଚତୁର୍ଥ ଦିନରେ ଦର୍ଶକ ଗ୍ୟାଲେରୀରେ ଅଧାରୁ ଅଧିକ ଦର୍ଶକ ଆସିଥିଲେ । ଗ୍ୟାଲେରୀରେ ପ୍ରାୟ 80 ଦର୍ଶକ ବସିବାର ସୁବିଧା ରହିଛି । ଆଜି ପ୍ରାୟ 60ରୁ ଅଧିକ ଗ୍ୟାଲେରୀରେ ବସିଥିବା ଦେଖିବାକୁ ମିଳିଛି । ସେହିପରି ବିଧାନସଭା କାର୍ଯ୍ୟର ଅଭିଜ୍ଞତା ନେବାକୁ ପ୍ରେସ ଗ୍ୟାଲେରୀକୁ ଆସିଥିଲେ 3 ଜଣ ନବ ନିଯୁକ୍ତ ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ(ପିଆରଓ) । ଦୀର୍ଘ ସମୟ ଧରି ସେମାନେ ପ୍ରେସ ଗ୍ୟାଲେରୀରେ ବସି ଗୃହ କାର୍ଯ୍ୟର ଅଭିଜ୍ଞତା ନେଇଛନ୍ତି । ମୌସୁମୀ ଅଧିବେଶନ ଆରମ୍ଭ ଦିନ ସେମାନେ ଆସିଥିଲେ ବି ମୁଲତବୀ ଯୋଗୁଁ ଗୃହ କାର୍ଯ୍ୟ ଅଭିଜ୍ଞତା ପାଇ ପାରିନଥିଲେ ।

ଡ୍ୟାନି ଦେଖେଇଲେ, ପ୍ରତାପ ଖେଳିଲେ:
ଗୃହ ମୁଲତବୀ ଥିବା ସମୟରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତି ରଂଜନ ଘଡେଇ ଓରଫ ଡ୍ୟାନି ମୋବାଇଲରେ କିଛି ଦେଖୁଥିଲେ । ସେଥିରେ କିଛି ଇଣ୍ଟରେଷ୍ଟିଂ ଜିନିଷ ସେ ଦେଖିବାକୁ ବୋଧେ ପାଇଥିଲେ । ତାହାକୁ ଅନ୍ୟ ବିଧାୟକମାନେ ଘେରି ଦେଖିଥିଲେ । ଡ୍ୟାନି ମୋବାଇଲ ଧରିଥିଲେ, ନୟାଗଡ଼ ବିଧାୟକ ଅରୁଣ ସାହୁ, କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, ପିପିଲି ବିଧାୟକ ରୁଦ୍ର ମହାରଥୀ ପ୍ରମୁଖ ଦେଖୁଥିଲେ । ସେହିପରି ମୁଲତବୀ ସମୟରେ ଗେମ ଖେଳି ମଜା ଉଠାଉ ଥିଲେ ମନ୍ତ୍ରୀ ପ୍ରତାପ କେଶରୀ ଦେବ ।

ଆଣିଲେ ମୋହନ, ଚଢ଼ିଲେ ତାରା:

ରାଜନୀତିରେ କେହି କାହାର ଶତ୍ରୁ କି ମିତ୍ର ନୁହଁନ୍ତି । କିମ୍ବା ଶତ୍ରୁର ଶତ୍ରୁ ବନ୍ଧୁ । ଉଭୟ ଉକ୍ତିକୁ ଠିକ ବୋଲି ପ୍ରମାଣ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଚତୁର୍ଥ ଦିନ ଗୃହ କାର୍ଯ୍ୟ ସମୟରେ ଏହା ଦେଖିବାକୁ ମିଳିଛି । ବାଚସ୍ପତିଙ୍କ ପୋଡ଼ିୟମ ନିକଟରେ ଉଭୟ ବିରୋଧୀ ଦଳ ବିକ୍ଷୋଭ କରିବା ବେଳ ଏହି ଚିତ୍ର ଦୃଷ୍ଟି ଗୋଚର ହୋଇଛି । ବିଜେପି ପୋଡ଼ିୟମ ଉପରେ ଚଢ଼ିବା ପାଇଁ ମୋହନ ଚେୟାର ଆଣିଥିଲେ । ଆଉ ଚଢିଥିଲେ ତାରା ।

ଚାଲି ଚାଲି ଆସିଲେ ସୂର୍ଯ୍ୟମଣି:

କଥାରେ ଅଛି କର୍ମ ହିଁ ଧର୍ମ । ତାହା ହିଁ ପ୍ରମାଣିତ କରିଛନ୍ତି ଖଲିକୋଟର ଯୁବ ବିଧାୟିକା ସୂର୍ଯ୍ୟମଣି ବୈଦ । କୌଣସି କାରଣରୁ ବିଧାନସଭାକୁ ଚାଲି ଚାଲି ଆସିଥିଲେ ବିଧାୟିକା ଜଣକ । ସାଙ୍ଗରେ ଥିଲେ ସୁରକ୍ଷା କର୍ମୀ । ପଚାରିବାରୁ କହିଥିଲେ, 'ଗାଡି ଯାଇଛି' । ତେବେ ବିଧାୟିକାଙ୍କ ଗାଡି ଖରାପ ହୋଇଥିଲା ନା ଅନ୍ୟ କୌଣସି କାମରେ ଯାଇଥିଲା ଜଣାପଡ଼ିନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.