ଭୁବେନେଶ୍ବର: ଆଜି ବିଧାନସଭା ବଜେଟ ଅଧିବେଶନର ଅଷ୍ଟମ ଦିନ । ପ୍ରଶ୍ନକାଳ ସୁରୁଖୁରରେ ଚାଲିବା ପରେ ଶୂନ୍ୟକାଳ ଆରମ୍ଭ ହୋଇଥିଲା । ଶୂନ୍ୟକାଳରେ ବିରୋଧୀଙ୍କ ହଟ୍ଟଗୋଳରେ କମ୍ପିଥିଲା ଗୃହ । ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତି ନେଇ ବିଜେପି ପ୍ରଶ୍ନ କରିଥିଲା । ଏହାପରେ ବିରୋଧି ବିଜେପି ଓ କଂଗ୍ରେସ ହଙ୍ଗମା ପରେ ବିଧାନସଭାକୁ ଅପରାହ୍ନ 4ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ସେପଟେ କେନ୍ଦ୍ରୀୟ ଅବହେଳା ତଥା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରସଙ୍ଗକୁ ନେଇ ବିଜେଡି ପ୍ରତିବାଦ କରିଛି ।
ଏହା ବି ପଢନ୍ତୁ...Odisha Criminal Case: ଗତ 5 ବର୍ଷରେ ବଢିଛି ଅପରାଧ, ବିଧାନସଭାରେ ମନ୍ତ୍ରୀଙ୍କ ଉଦବେଗ ଜନକ ଉତ୍ତର
ବିଧାନସଭା ଶୂନ୍ୟକାଳରେ ବିରୋଧୀ ବିଜେପି ଓ କଂଗ୍ରେସ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଓ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ହୋହଲ୍ଲା କରିଥିଲେ । ଏହି ସମୟରେ ବିଜେପି ମଧ୍ୟ କେନ୍ଦ୍ରୀୟ ଅବହେଳା ତଥା ପିଏମ ଆବାସ ଯୋଜନା ନେଇ ବିରୋଧୀଙ୍କୁ ଟାର୍ଗେଟ କରିଥିଲା । ସଦସ୍ୟମାନେ ସିଟରୁ ଉଠି ନାରାବାଜି କରିଥିଲେ । ପୋଡିୟନ ନିକଟରେ ହୋ ହଲ୍ଲା କରିଥିଲେ । ଶେଷରେ ବାଧ୍ୟ ହୋଇ ଅପରାହ୍ନ 4ଟା ଯାଏ ଗୃହ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ । ସେପଟେ ମମିତା ମେହେର ହତ୍ୟାକାଣ୍ଡ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ମୃତ୍ୟୁକୁ ନେଇ ମୁଲତବୀ ପ୍ରସ୍ତାବ ଆଣିଥିଲେ ବିରୋଧୀ । ଏହାର କିଛି ସମୟ ପରେ ବିଜେପି ବିଧାୟକମାନେ ଗୃହ ବାହାରେ ଆନ୍ଦୋଳନ କରିଥିଲେ । ବିଜେପି ବିଧାୟକ ମୋହନ ମାଝୀ କହିଛନ୍ତି, ନବ ଦାସ ହତ୍ୟାକାଣ୍ଡ ପାଇଁ ଦାୟୀ କିଏ । ରାଜ୍ୟ ସରକାର ଆଲୋଚନାକୁ ଡରୁଛନ୍ତି ।''
ପ୍ରଶ୍ନକାଳରେ ବିଧାୟକଙ୍କ ପ୍ରଶ୍ନର ଉତ୍ତରରେ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ କହିଛନ୍ତି, ''ରାଜ୍ୟର ଯୁବଗୋଷ୍ଠୀଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବା ମୁଖ୍ୟ ଲକ୍ଷ୍ୟ ରହିଛି । ବିଭିନ୍ନ ସେକ୍ଟରେ ଯୁବଗୋଷ୍ଠୀଙ୍କୁ ତାଲିମ ଦିଆଯାଉଛି । ସ୍କିଲ୍ଡ ଇନ ଓଡିଶାରେ 15 ଲକ୍ଷ 90 ହଜାର ଯୁବଗୋଷ୍ଠୀଙ୍କୁ ତାଲିମ ଦିଆଯାଇଛି । ୱାଲ୍ଡ ସ୍କିଲ ସେଣ୍ଟର ପ୍ରତିଷ୍ଠା ହୋଇଛି । ଆଗକୁ ଅନେକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ।'' ସ୍ଥାନୀୟ ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ଲୋକଙ୍କୁ କିପରି ନିଯୁକ୍ତି ଦିଆଯିବ ସେ ଦିଗରେ ରାଜ୍ୟ ସରାକାର ଉତ୍ତର ରଖନ୍ତୁ ବିରୋଧୀ ଦାବି କରିଥିଲେ । ଜବାବରେ ବିଭାଗୀୟ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ କହିଥିଲେ, ସରକାର ଏନେଇ ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି । ତାହା ଆଇନ ବ୍ୟବସ୍ଥାରେ ଅଛି ।
ଏହା ବି ପଢନ୍ତୁ....Adivasi Mela: ସ୍ମାର୍ଟସିଟିରେ ଗାଁର ଦୃଶ୍ୟ, ମନ ମୋହୁଛି ଆଦିବାସୀଙ୍କ କଳା ସଂସ୍କୃତି
ଗତକାଲି ମଧ୍ୟ ଶୂନ୍ୟକାଳରେ ନବ ଦାସ ହତ୍ୟା ପ୍ରସଙ୍ଗ ଉଠାଇଥିଲେ ବିରୋଧୀ । କଂଗ୍ରେସ ବିଧାୟକ ତାରା ବାହିନୀପତି ନବ ଦାସ ହତ୍ୟା ଘଟଣା ଯୋଜନାବଦ୍ଧ ବୋଲି କହିଥିବାବେଳେ ସନ୍ତୋଷ ସିଂହ ସାଲୁଜା ଏହି ପ୍ରସଙ୍ଗରେ ବିଧାୟକ ସୁଶାନ୍ତ ସିଂଙ୍କୁ ଟାଣିଥିଲେ । ହତ୍ୟା ରାଜନୈତିକ ନା ବ୍ୟବସାୟିକ ତାହା ପଦାକୁ ଆସିବା ଦରକାର ବୋଲି କହିଥିଲେ ସନ୍ତୋଷ ସିଂ ସାଲୁଜା ।
ଇଟିଭି ଭାରତ, ଭୁବେଶ୍ବର