ETV Bharat / state

ବସି ପାରିଲାନି ବିଧାନସଭା ପିଏସି ବୈଠକ, ଶାସକ ଦଳ ଉପରେ ବର୍ଷିଲେ ବିରୋଧୀ - ଶାସକ ଦଳ ଉପରେ ବର୍ଷିଲେ ବିରୋଧୀ

ବସି ପାରିଲାନି ବିଧାନସଭା ପିଏସି ବୈଠକ । 12 ଜଣ ସଦସ୍ୟଙ୍କ ମଧ୍ୟରୁ ମାତ୍ର ଦୁଇ ଜଣ ଆସିଥିବାରୁ ବୈଠକ ବସିପାରିଲା ନାହିଁ । ଅଧିକ ପଢ଼ନ୍ତୁ

pac meeting canceled for lack of quorum
ବସି ପାରିଲାନି ବିଧାନସଭା ପିଏସି ବୈଠକ, ଶାସକ ଦଳ ଉପରେ ବର୍ଷିଲେ ବିରୋଧୀ
author img

By

Published : Nov 14, 2022, 2:00 PM IST

ଭୁବନେଶ୍ବର: ବସି ପାରିଲାନି ବିଧାନସଭା ପିଏସି ବୈଠକ । କୋରମ ଅଭାବରୁ ବୈଠକ ବସି ପାରିଲା ନାହିଁ । ଯାହାକୁ ନେଇ ସରକାରୀ ଦଳ ଉପରେ ବର୍ଷିଛନ୍ତି ବିରୋଧୀ । ଜାଣି ଶୁଣି ଶାସକ ଦଳ ବୈଠକ କରାଇ ଦେଉନଥିବା ଅଭିଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ଆଜି ବିଧାନସଭା ପବ୍ଲିକ ଆକାଉଣ୍ଟସ କମିଟି ବୈଠକ ଅନୁଷ୍ଠିତ ହେବାକୁ ଥିଲା । ମାତ୍ର କମିଟି ସଦସ୍ୟ ଯୋଗ ନଦେବାରୁ ବୈଠକ ବସିପାରିଲା ନାହିଁ ।

ବସି ପାରିଲାନି ବିଧାନସଭା ପିଏସି ବୈଠକ

ଏନେଇ ଶାସକ ଦଳ ଉପରେ ବର୍ଷି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, "ଆଜି ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେବାର ଥିଲା । କମିଟିରେ ୧୨ ଜଣ ସଦସ୍ୟ ଥିବାବେଳେ ଅନ୍ୟୁନ ୪ ଜଣ ଉପସ୍ଥିତ ରହିବା ଆବଶ୍ୟକ । କୋରମ ଅଭାବରୁ ବୈଠକ ହୋଇପାରୁନାହିଁ ।" କମିଟି ଅଧ୍ୟକ୍ଷ ମୋହନ ମାଝୀ ଓ ସଦସ୍ୟ ନରସିଂହ ମିଶ୍ରଙ୍କୁ ଛାଡ଼ିଦେଲେ ଅନ୍ୟ କେହି ଆସିନଥିଲେ ।

ଆଗକୁ ପଦ୍ମପୁର ଉପନିର୍ବାଚନ ଥିବାରୁ ଶୃଙ୍ଖଳିତ ନିର୍ବାଚନ ପାଇଁ ଆଲୋଚନା ହୋଇଥାନ୍ତା ବୋଲି କୁହାଯାଉଛି । ସେପଟେ ବୈଠକ କରାଇ ନଦେବାକୁ ଶାସକ ଦଳ ଷଡଯନ୍ତ୍ର କରିଛି ବୋଲି ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.