ETV Bharat / state

Assembly News: ବିଧାନସଭାରେ ପାରିତ ହେଲା ଓଡ଼ିଶା ଆପାର୍ଟମେଣ୍ଟ ବିଲ-୨୦୨୩

author img

By ETV Bharat Odisha Team

Published : Sep 26, 2023, 10:23 PM IST

Updated : Sep 26, 2023, 10:54 PM IST

ଆଜି ବିଧାନସାଭା ମୌସୁମୀ ଅଧିବେଶନର ତୃତୀୟ ଦିନରେ ପାରିତ ହେଲା ଓଡ଼ିଶା ଆପାର୍ଟମେଣ୍ଟ ବିଲ-୨୦୨୩ । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ବିଧାନସଭାରେ ଆଜି ପାରିତ ହୋଇଛି ୬ଟି ବିଲ । ଅର୍ଥ, ରାଜସ୍ବ, ନଗର ଉନ୍ନୟନ, ଅନୁସୂଚିତ ଜାତି ଏବଂ ଜନଜାତି ବିଭାଗର ବିଲ ପାରିତ ହୋଇଛି । ପାରିତ ହୋଇଥିବା ବିଲ ଗୁଡ଼ିକ ହେଉଛି ଓଡିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ବିଲ ୨୦୨୩, ପଦ ଓ ସେବା ସଂରକ୍ଷଣ ବିଲ, ଓଡ଼ିଶା ଚକବନ୍ଦୀ ବିଲ, ଓଡ଼ିଶା ଓବିସି କମିସନ ସଂଶୋଧନ ବିଲ, ଦ୍ରବ୍ୟ ଓ ସେବା କର ବିଲ ଏବଂ ପୌର ବିଧି ସଂଶୋଧନ ବିଲ । ବିଜେପି ବିଧାୟକ ମାନେ ବିଲ ଆଲୋଚନାରେ ସାମିଲ ହୋଇଥିବାବେଳେ କଂଗ୍ରେସ ବିଧାୟକ ଦଳ କକ୍ଷ ତ୍ୟାଗ କରିଥିଲେ ।

ଓଡିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ବିଲ ୨୦୨୩ ପାରିତ ହେବା ଫଳରେ ରାଜ୍ୟରେ ଆପାର୍ଟମେଣ୍ଟ ମାଲିକାନା ପାଇଁ ନୂଆ ଆଇନ ଆସିଛି । ପୂର୍ବରୁ ଥିବା ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଅଧିନୟମ, ୧୯୮୨ ଓ ଓଡ଼ିଶା ଆପାର୍ଟମେଣ୍ଟ‌ ମାଲିକାନା ନିୟମ, ୧୯୯୨ ଆଉ କାମ କରିବ ନାହିଁ । ଏହି ନୂଆ ଆଇନ ପ୍ରଣୀତ ହେବା ଦ୍ବାରା ଫ୍ଲାଟ ମାଲିକ ସଂଘ ନାମରେ ଆପାର୍ଟମେଣ୍ଟର ସାଧାରଣ ସ୍ଥାନ (କମନ ଏରିଆ), ଖେଳ ପଡ଼ିଆ ଆଦି ପଞ୍ଜୀକୃତ ହେବ । ଆପାର୍ଟମେଣ୍ଟ ମାଲିକାନା ନିୟମ ଓ ରେରା ଆଇନ ମଧ୍ୟରେ ଥିବା ବିରୋଧାଭାସ ଏହି ନୂଆ ଆଇନ ବଳରେ ସମାଧାନ ହେବ ବୋଲି ସରକାର ପୂର୍ବରୁ କହିଛନ୍ତି ।

ଓଡିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ବିଲ-୨୦୨୩ରେ ଥିବା ବ୍ୟବସ୍ଥା :-

୧. ଆପାର୍ଟମେଣ୍ଟର ସାଧାରଣ ସ୍ଥାନର ବ୍ୟବହାରକୁ ନିୟନ୍ତ୍ରଣ କରିବ ମାଲିକ ସଂଘ ।
୨. ଆପାର୍ଟମେଣ୍ଟର ସାଧାରଣ ବ୍ୟୟ ଲାଗି ଆବଣ୍ଟନଗ୍ରାହୀଙ୍କ ଏକ ସଂଘ ପାଣ୍ଠି ସୃଷ୍ଟି କରିବା ।
୩. ରିଅଲ ଇଷ୍ଟେଟ୍ (ନିୟମାବଳୀ ଏବଂ ବିକାଶ) ଅଧିନିୟମର ବ୍ୟବସ୍ଥା ଅନୁରୁପ ଆବଣ୍ଟନଗ୍ରାହୀମାନଙ୍କ ସଂଘ ନାମରେ ସାଧାରଣ କ୍ଷେତ୍ରର ପଞ୍ଜୀକରଣ ସମ୍ବନ୍ଧୀୟ ଆବଶ୍ୟକୀୟ ବ୍ୟବସ୍ଥା ସୃଷ୍ଟି କରିବା ।
୪. ଆବଣ୍ଟନଗ୍ରାହୀମାନଙ୍କ ସଂଘକୁ ଦକ୍ଷ ପ୍ରାଧୀକରଣଙ୍କ ନିକଟରେ ପଞ୍ଜୀକରଣ କରି ଏହାର ପରିଚାଳନା ଲାଗି ବିଭିନ୍ନ ସର୍ତ୍ତାବଳୀ ପାଇଁ ଉପ-ବିଧି ଦ୍ୱାରା ଏକକ ବ୍ୟବସ୍ଥା କରିବା ।
୫. ପୃଷ୍ଠପୋଷକମାନଙ୍କର ଦାୟିତ୍ୱକୁ ସ୍ପଷ୍ଟ ଭାବରେ ନିର୍ଦ୍ଧାରଣ କରିବା ।
୬. ପ୍ରତ୍ୟେକ ଆପାର୍ଟମେଣ୍ଟ ନିର୍ମାତା ଓ ଆପାର୍ଟମେଣ୍ଟ ମାଲିକମାନଙ୍କ ସଂଘ ସହିତ ସମ୍ପର୍କ ଏବଂ ତତସଲଗ୍ନ ଅଧିକାର ଏବଂ ଦାୟିତ୍ୱକୁ ନିର୍ଦ୍ଧାରିତ କରିବା ।
୭. ଆପାର୍ଟମେଣ୍ଟ ମାଲିକଙ୍କ ସଂଘ ଗଠନ ପାଇଁ ବ୍ୟବସ୍ଥା ହେବ ।
୮. ଆପାର୍ଟମେଣ୍ଟର ବୀମା ଏବଂ ଏହାର ନିର୍ମାଣ ଜନିତ ସ୍ଥିରତା ନିଶ୍ଚିତ କରିବା ପାଇଁ ବ୍ୟବସ୍ଥା କରିବା ।
୯. ଆପାର୍ଟମେଣ୍ଟ ମାଲିକଙ୍କ ସ୍ୱାର୍ଥକୁ ସୁରକ୍ଷା ଯୋଗାଇବା ପାଇଁ ଅଧିନିୟମ, ନିୟମ ଏବଂ ନିୟମାବଳୀକୁ ମାନି କାର୍ଯ୍ୟ କରିବା ପାଇଁ ବ୍ୟବସ୍ଥା କରିବା ।

ଏହା ବି ପଢନ୍ତୁ- Assembly Monsoon session: ହୋହଲ୍ଲା ଭିତରେ ବିଲ, ରିପୋର୍ଟ ଆଗତ

ବ୍ୟକ୍ତିଗତ ଆପାର୍ଟମେଣ୍ଟର ମାଲିକାନା ପାଇଁ ବ୍ୟବସ୍ଥା କରିବା ଉଦ୍ଦେଶ୍ୟରେ ଓଡିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ-୧୯୮୨ ପ୍ରଣୟନ କରାଯାଇଛି । ଏହି ଅଧିନିୟମ ମେ ପହିଲା ୧୯୮୪ରୁ ଲାଗୁ ହେଲା । ତଦନୁସାରେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ନିୟମ-୧୯୯୨ ବିଜ୍ଞାପିତ ହୋଇଥିଲା । ଅଧିନିୟମ ଏବଂ ନିୟମକୁ କାର୍ଯ୍ୟକାରୀ କରିବା ସମୟରେ ଅନୁଭୂତ ହେଲା ଯେ ଏଗୁଡିକରେ କିଛି ବ୍ୟବସ୍ଥାଗତ ତ୍ରୁଟି ରହିଛି । ଉପରୋକ୍ତ ଅଧିନିୟମ ଏବଂ ନିୟମରେ ଦକ୍ଷ ପ୍ରାଧିକାରୀଙ୍କର ଉପଯୁକ୍ତ ପରିଭାଷା, ଅଧିକାର ଏବଂ କ୍ଷମତା ସ୍ପଷ୍ଟ ଭାବରେ ପ୍ରଦାନ କରାଯାଇନଥିଲା । ଆପାର୍ଟମେଣ୍ଟ ମାଲିକମାନଙ୍କ ସ୍ୱାର୍ଥକୁ ସଂପୂର୍ଣ୍ଣ ରୁପେ ରକ୍ଷା କରିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 26, 2023, 10:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.