ETV Bharat / state

Manipur Horror: ମଣିପୁରରେ ଥମୁନି ହିଂସା, ଗାନ୍ଧୀମାର୍ଗରେ ଆମ ଆଦମୀ ପାର୍ଟିର ବିକ୍ଷୋଭ - ଆମ ଆଦମୀ ପାର୍ଟିର ବିକ୍ଷୋଭ ଓ ଧାରଣା

ଦେଶରେ ମଣିପୁର ହିଂସା ଏବଂ ମହିଳାଙ୍କ ଉପରେ ବର୍ବର ଅତ୍ୟାଚାର ବିରୁଦ୍ଧରେ ପ୍ରତିବାଦ ଶୋଭାଯାତ୍ରା ସବୁ ରାଜ୍ୟରେ ବଢୁଥିବା ବେଳେ ରାଜ୍ୟର ଆମ୍ ଆଦ୍‌ମୀ ପାର୍ଟି ଆଜି ସାରା ଦେଶରେ ମଣିପୁର ହିଂସା ଏବଂ ମହିଳାଙ୍କ ଉପରେ ବର୍ବର ଅତ୍ୟାଚାର ବିରୁଦ୍ଧରେ ପ୍ରତିବାଦ ଶୋଭାଯାତ୍ରା କରିଥିଲା l ଅଧିକ ପଢନ୍ତୁ

ଗାନ୍ଧୀମାର୍ଗରେ ଆମ ଆଦମୀ ପାର୍ଟିର ବିକ୍ଷୋଭ ଓ ଧାରଣା

author img

By

Published : Jul 26, 2023, 11:22 AM IST

ଗାନ୍ଧୀମାର୍ଗରେ ଆମ ଆଦମୀ ପାର୍ଟିର ବିକ୍ଷୋଭ ଓ ଧାରଣା

ଭୁବନେଶ୍ବର: ମୋଦି ହଟାଅ ଦେଶ ବଞ୍ଚାଅ ନାରା ନେଇ ଆମ୍ ଆଦ୍‌ମୀ ପାର୍ଟିର ଗାନ୍ଧୀମାର୍ଗରେ ବିକ୍ଷୋଭ ଓ ଧାରଣା । ଦୀର୍ଘ ତିନି ମାସ ଧରି ବିଜେପି ଶାସିତ ମଣିପୁର ସରକାର ହିଂସା ରୋକିବାରେ ଏବଂ ସାଧାରଣ ଜନତାକୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ବେଳେ କେନ୍ଦ୍ରରେ ଥିବା ବିଜେପି ସରକାରଙ୍କ ଗାଦିଚ୍ୟୁତ ଦାବି କରି ବିଶାଳ ଶୋଭାଯାତ୍ରା ସହ ବିକ୍ଷୋଭ ପ୍ରଦର୍ଶନ କଲା ଆମ ଆଦମୀ ପାର୍ଟି । ଶୋଭାଯାତ୍ରାରେ ମୋଦି ବିରୋଧୀ ନାରାବାଜି ଦେଇ ଆସିଥିବା ବେଳେ ନାରୀ ସୁରକ୍ଷାରେ ଫେଲ ମାରିଥିବା ଅଭିଯୋଗ କରିଛି ଦଳ ।

ସେପଟେ ଦେଶରେ ମଣିପୁର ହିଂସା ଏବଂ ମହିଳାଙ୍କ ଉପରେ ବର୍ବର ଅତ୍ୟାଚାର ବିରୁଦ୍ଧରେ ପ୍ରତିବାଦ ଶୋଭାଯାତ୍ରା ସବୁ ରାଜ୍ୟରେ ବଢୁଥିବା ବେଳେ ରାଜ୍ୟର ଆମ୍ ଆଦ୍‌ମୀ ପାର୍ଟି ଆଜି ସାରା ଦେଶରେ ମଣିପୁର ହିଂସା ଏବଂ ମହିଳାଙ୍କ ଉପରେ ବର୍ବର ଅତ୍ୟାଚାର ବିରୁଦ୍ଧରେ ପ୍ରତିବାଦ ଶୋଭାଯାତ୍ରା କରିଥିଲା l ଦୀର୍ଘ ତିନି ମାସ ଧରି ବିଜେପିର ମଣିପୁର ସରକାର ଦଙ୍ଗା ରୋକିବାରେ ଏବଂ ସାଧାରଣ ଜନତାକୁ ସୁରକ୍ଷା ଦେବାରେ ବିଫଳ ରହିଛି l

ଏହାକୁ ନେଇ ସମ୍ପୂର୍ଣ ମଣିପୁରରେ ଅରାଜକତା ଏବଂ ହିଂସାରେ ପ୍ରାୟ ଦେଢ଼ଶହରୁ ଅଧିକ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ବେଳେ ପଚାଶ ହଜାରରୁ ଅଧିକ ଲୋକ ଅସ୍ଥାୟୀ ଶିବିରରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି l ଯେଉଁପରି ଭାବରେ ଦୁଇଜଣ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ହଜାର ହଜାର ଲୋକଙ୍କ ସାମ୍ନାରେ ଦୁଷ୍କର୍ମ କରାଗଲା ତାହା ସାରା ଦେଶବାସୀଙ୍କୁ ଲଜ୍ଜିତ କରିବା ସହିତ ମଣିପୁରର ଡବଲ ଇଂଜିନ ବିଜେପି ସରକାର ଉପରୁ ଲୋକଙ୍କ ଆସ୍ଥା ସମାପ୍ତ ହୋଇଛି l ଯାହା ପୁରା ଦେଶକୁ ସ୍ତବ୍ଧ କରିଦେଇଛି l ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବିରୋଧୀ ବିଜେପି ସରକାରଙ୍କ ଏହି ଅରାଜକତା ଶାସନ ଉପରେ ପ୍ରଶ୍ନ ଉଠାଇବା ସହ ମାନବିକତା ଦୃଷ୍ଟିରୁ ଏଭଳି ସରକାରଙ୍କୁ ଇସ୍ତଫା ଦେବା ପାଇଁ ଦାବି କରୁଛନ୍ତି l

ଏହାବି ପଢନ୍ତୁ- '2024ରେ ମଜଭୁତ ବିକଳ୍ପ ହେବ ଆପ୍'

ଅନ୍ୟପଟେ ଦେଶର ଏହି ସମୟରେ ଅତି ଦୁଃଖର ବିଷୟ ଏହିକି ଯେ ମହିଳା ସୁରକ୍ଷା ଏବଂ ଏକ ସଶକ୍ତ ଶାସନର ପ୍ରଚାର କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାକୁ ସମାଧାନ କରିବା ପରିବର୍ତ୍ତେ ଏହା କିପରି ଲୋକ ଦୃଷ୍ଟିକୁ ନଆସିବ ସେଥିପାଇଁ ପ୍ରୟାସ କରୁଛନ୍ତି l ଉଭୟ ମଣିପୁର ଏବଂ କେନ୍ଦ୍ରରେ ବିଜେପି ସରକାର ଥିବା ସତ୍ତ୍ବେ ଏହି ହିଂସା ବ୍ୟାପିବାରୁ ଏହା ପଛରେ ବିଜେପିର ପ୍ରଚ୍ଛନ୍ନ ହାତ ରହିଥିବାର ସ୍ପଷ୍ଟ ହୋଇଛି l ସୋସିଆଲ ମିଡ଼ିଆରୁ ମଣିପୁର ହିଂସା ସମ୍ପର୍କିତ ଭିଡ଼ିଓ ହଟାଇବା ପରେ ପାର୍ଲିଆମେଣ୍ଟରେ ମଧ୍ୟ ଏ ସମ୍ପର୍କିତ ଆଲୋଚନା ନ କରିବା ପାଇଁ ଆମ୍ ଆଦ୍‌ମୀ ପାର୍ଟିର ରାଜ୍ୟସଭା ସାଂସଦଙ୍କୁ ସଞ୍ଜୟ ସିଂଙ୍କୁ ପୁରା ସେସନ ପାଇଁ ନିଳମ୍ବିତ କରିବା ମୋଦି ସରକାରର ଜନବିରୋଧୀ ଚେହେରାକୁ ସ୍ପଷ୍ଟ କରିଛି ବୋଲି ଦଳ ଅଭିଯୋଗ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.