ଖୋର୍ଦ୍ଧା: ଦାଦନ ଖଟିବାକୁ ଯାଇ କେରଳରେ ଫସି ରହିଛନ୍ତି ଖୋର୍ଦ୍ଧା ଓ ବ୍ରହ୍ମପୁରର ଶ୍ରମିକ । ଆଉ ଏବେ ଏହି ଶ୍ରମିକ ମାନଙ୍କ ଘରକୁ ଫେରିବାରେ ପ୍ରତିବନ୍ଧକ ସାଜିଛି କୋରୋନା ଭୂତାଣୁ ।
ନିଜ ଘରକୁ ଫେରିବା ପାଇଁ ସେମାନଙ୍କ ପାଖରେ ନା ଅଛି ଆର୍ଥିକ ସମ୍ବଳ ନା କୌଣସି ସୁବିଧା । କୋରୋନା ଭଳି ଭୟଙ୍କର ଭୂତାଣୁକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ସାରା ଦେଶକୁ ଲକଡାଉନ ଘୋଷଣା କରିଛନ୍ତି । ଯଦ୍ବାରା ସେମାନଙ୍କ କମ୍ପାନୀ ବନ୍ଦ ହୋଇଯାଇଛି । ଆଉ ସମସ୍ତେ କେରଳର କଲିକୋଟ ଜିଲ୍ଲାର ପୁଦିଆରାରେ ଫସି ରହିଛନ୍ତି । ଏବେ ସମସ୍ତ ଓଡିଶା ଫେରିବା ପାଇଁ ରାଜ୍ୟ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ