ETV Bharat / state

Janha Ratira Sathi: ପରଦାକୁ ଆସିଲା ସିଦ୍ଧାନ୍ତଙ୍କ ଅଭିନୀତ ଜହ୍ନ ରାତିର ସାଥି

author img

By

Published : Jul 22, 2023, 1:34 PM IST

Updated : Jul 22, 2023, 1:54 PM IST

ଓଡିଆ ସିନେପ୍ରେମୀ ଦେଖିଲେ ଓଡ଼ିଆ ଭୂତ ସିନେମା । ଫିଲ୍ମ ଫ୍ରାଇଡେରେ ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ଜହ୍ନ ରାତିର ସାଥି । ଅଧିକ ପଢନ୍ତୁ

janha ratira sathi
janha ratira sathi
janha ratira sathi

ଭୁବନେଶ୍ବର: ଫିଲ୍ମ ଫ୍ରାଇଡେରେ ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ଜହ୍ନ ରାତିର ସାଥି । ଅନେକ ଦିନ ପରେ ଓଡିଆ ସିନେପ୍ରେମୀ ଦେଖିଲେ ଓଡ଼ିଆ ଭୂତ ସିନେମା । ଗତକାଲି ଏସପ୍ଲାନେଡରେ ଫିଲ୍ମର ପ୍ରିମିୟର ହୋଇଥିବା ବେଳେ ପ୍ରଥମ ଦିନରେ ହାଉସଫୁଲ ଥିଲା । ଦର୍ଶକଙ୍କ ଖଚାଖଚ ଭିଡ ରହିଥିବା ବେଳେ ସିନେମାକୁ ବେଶ ପ୍ରଶଂସା ମିଳିଥିଲା । ଏହି ସିନେମାକୁ ଦେଖିବାକୁ ସବୁ ବର୍ଗର ଲୋକମାନେ ଆସିଥିଲେ ।

ଆକୃତି ସ୍କ୍ରିନ୍ସ ବ୍ୟାନରର ଏହି ଚଳଚ୍ଚିତ୍ର ନିର୍ମିତ ହୋଇଛି । ବିଂଶ ଶତାବ୍ଦୀରେ ମଧ୍ୟ ଓଡ଼ିଶାରେ ଚାଲିଥିବା ଗୁଣିଗାରେଡ଼ି, ଅନ୍ଧବିଶ୍ବାସ, କୁସଂସ୍କାରର ନିଚ୍ଛକ କାହାଣୀକୁ ନେଇ ଫିଲ୍ମଟି ତିଆରି ହୋଇଛି । ସମାଜରେ ଅନ୍ଧବିଶ୍ବାସ କିଭଳି ଅନେକ କ୍ଷତି କରୁଛି, ନିରୀହ ଲୋକଙ୍କ ଜୀବନ ମଧ୍ୟ ନେଉଛି ତାର ଝଲକ ଦେଖିବାକୁ ପାଇବେ ଦର୍ଶକ । ଏଥିରେ ଏକ ପ୍ରେତ ଆତ୍ମାର କାହାଣୀକୁ ସୁନ୍ଦର ଭାବେ ଚିତ୍ରିତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ- Kalki 2898AD: 'ପ୍ରୋଜେକ୍ଟ କେ' ନୁହେଁ ଏହା ହେଉଛି ପ୍ରଭାସଙ୍କ ଫିଲ୍ମର ଅସଲି ନାଁ

ଏହି ମୌଳିକ କାହାଣୀର ମୁଖ୍ୟ ଚରିତ୍ରରେ ରହିଛନ୍ତି ଅଭିନେତା ସମ୍ବିତ, ଅଭିନେତ୍ରୀ ଶୀତଲ ପାତ୍ର ଓ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ସିଦ୍ଧାନ୍ତ ମହାପାତ୍ର । ରହସ୍ୟ, ରୋମାଞ୍ଚଭରା ହରର ଥୀଲରକୁ ନେଇ କାହାଣୀ ଗତିଶୀଳ ହୋଇଥିବା ବେଳେ ଏହି ଚଳଚ୍ଚିତ୍ରଟିର ଅନେକ ସିନ୍‌ ଦଶପଲ୍ଲା ଜଙ୍ଗଲ ଓ ନାରଣଗଡ଼ ପ୍ୟାଲେସ୍‌ରେ ସୁଟିଂ କରାଯାଇଛି । ଏହି ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଅଜୟ ରାଉତ ଓ ନିର୍ଦ୍ଦେଶନା ଦେଇଛନ୍ତି ଜିତେନ୍ଦ୍ର ଜେନା । ଫିଲ୍ମରେ ପାଞ୍ଚଟି ଗୀତ ରହିଥିବା ବେଳେ ଏହାକୁ ସଂଗୀତରେ ସଜାଇଛନ୍ତି ଗୁଡୁଲି ରଥ । ତେବେ ଧୀରେ ଧୀରେ ମୌଳିକ କାହାଣୀକୁ ନେଇ ଓଡ଼ିଆ ସିନେମା ଶିଳ୍ପରେ ଭଲ ଭଲ ଚଳଚିତ୍ର ଆସୁଥିବା ବେଳେ ମନୋରଞ୍ଜନର ପ୍ୟାକେଜ ନେଇ ଆସୁଥିବା ଜହ୍ନରାତିର ସାଥୀ ସିନେପ୍ରେମୀଙ୍କ ମନକୁ ବେଶ ଛୁଇଁଛି । ଏହାକୁ ନେଇ ପୁଣିଥରେ ଦର୍ଶକ ହଲ ମୁହାଁ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ- ରିଲିଜ ହେବ ଓଡଆ ହରର ମୁଭି ଜହ୍ନରାତିର ସାଥି, ଶୁଣନ୍ତୁ କଣ କହୁଛନ୍ତି ସିଦ୍ଧାନ୍ତ ମହାପାତ୍ର

ଏହା ମଧ୍ୟ ପଢନ୍ତୁ- Project K: ପ୍ରଭାସଙ୍କ ଦମଦାର ଲୁକ ଆଉଟ୍, SDCCରେ ଲଞ୍ଚ ହେବ ଟ୍ରେଲର

ପ୍ରକାଶ ଥାଉକି, ଓଡ଼ିଆ ଚଳଚ୍ଚିତ୍ର ‘ନିୟତି’ ସାରା ଓଡିଶାର ୨୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଏସ ଥ୍ରୀ ମୁଭିଜ ସହିତ ରିସା ଫିଲ୍ମସ ର ପ୍ରଯୋଜନା ଏବଂ ସମରେଶ ରାଉତରାୟଙ୍କ ପ୍ରସ୍ତୁତିରେ ନିର୍ମିତ ହୋଇଛି ଚଳଚ୍ଚିତ୍ର ନିୟତି । ଏହି ଚଳଚ୍ଚିତ୍ରର ପ୍ରିମିଅର ଶୋ ସ୍ଵାତି ସିନେପ୍ଲେକ୍ସ ଠାରେ ଅନୁଷ୍ଠିତ ହୋଇଥିଲା । ଚଳଚ୍ଚିତ୍ରଟି ଏକ ନିଚ୍ଛକ ମୌଳିକ କାହାଣୀକୁ ନେଇ ନିର୍ମିତ। ଗତାନୁଗତିକ ସମାଜର ଘଟଣାବଳୀକୁ ନେଇ ଯୁବ ସମାଜ ଉପରେ ଗୁରୁତ୍ୱ ଦେଇ ନିର୍ମିତ ଚଳଚ୍ଚିତ୍ର ନିୟତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 22, 2023, 1:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.