ETV Bharat / state

୧୭ରେ ପରଦାକୁ ଆସିବ ଜହ୍ନ ରାତିର ସାଥି - ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି

ଆସନ୍ତା ୧୭ରେ ପରଦାରେ ମୁକ୍ତି ଲାଭ କରିବ ଓଡ଼ିଆ ଚଳଚିତ୍ର ଜହ୍ନ ରାତିର ସାଥି । ଫିଲ୍ମକୁ ବିଷୟରେ ଜାଣିବା ପାଇଁ ଅଧିକ ପଢ଼ନ୍ତୁ

ଓଡ଼ିଆ ଚଳଚିତ୍ର ଜହ୍ନ ରାତିର ସାଥି
ଓଡ଼ିଆ ଚଳଚିତ୍ର ଜହ୍ନ ରାତିର ସାଥି
author img

By

Published : Feb 12, 2023, 7:43 AM IST

ଓଡ଼ିଆ ଚଳଚିତ୍ର ଜହ୍ନ ରାତିର ସାଥି

ଭୁବନେଶ୍ବର: ଦମନ ଫିଲ୍ମ ପରେ ଏବେ ଫିଲ୍ମ ଜହ୍ନ ରାତିର ସାଥିକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଦମନ ଫିଲ୍ମର ସଫଳତା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ନୂଅ ଜୀବନ ପ୍ରଦାନ କରିଛି । ସିନେ ପ୍ରେମୀଙ୍କୁ ପୁଣି ଓଡ଼ଆ ସିନେମା ବାଧ୍ୟ କରିଛି। ତେବେ ଏହାରି ମଧ୍ୟରେ ଅଉ ଏକ ଓଡ଼ଆ ସିନେମାକୁ ନେଇ ସିନେ ପ୍ରେମିଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଦମନ ଫିଲ୍ମର ସଫଳ ପ୍ରଦର୍ଶନ ପରେ ୧୭ ରେ ପରଦାକୁ ଆସିବ ଓଡ଼ିଆ ଚଳଚିତ୍ର ଜହ୍ନ ରାତିର ସାଥି ।

ତେବେ ଓଡିଶା ବିଭିନ୍ନ ଜିଲ୍ଲାରେ ଏହି ଚଳଚିତ୍ରର ପ୍ରସ୍ତୁତି ଚାଲିଥିବା ବେଳେ କଣ ରହିଛି ସିନେମା କେଉଁମାନେ ରହିଛନ୍ତି ଷ୍ଟାରକାଷ୍ଟ ରହିଛନ୍ତି, ଆସନ୍ତୁ ନଜର ପକାଇବା । ସେନେମାଟି ଓଡିଶା ବେଶ ପ୍ରସିଦ୍ଧ ଆର୍ଟ ମାସ କ୍ରିଏଟିଭ ପ୍ରାଇଭେଟ ଲିମିଟେଡ଼ ବ୍ୟାନରରେ ପ୍ରସ୍ତୁତ ହେଉଛି । ଏଥିରେ ପ୍ରଯୋଜନା ଦେଇଛନ୍ତି ଅଜୟ କୁମାର ରାଉତ,ବିକାଶ କୁମାର ରାଉତ, ରାଜା ରାଥୋଡ ନାରାୟଣ ଚନ୍ଦ୍ର ଜେନା । ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଜିତେନ୍ଦ୍ର ଜେନା । ସ୍ରିପ୍ଟି ଅଜୟ କୁମାର ଜେନା ଲେଖିଥିବା ବେଳେ ଗୀତକୁ ସ୍ୱରରେ ସଜେଇଛନ୍ତି ସଂଗୀତ ନିର୍ଦ୍ଦେଶନା ଗୁଡଲି ରଥ । ଗୀତିକାର ରହିଛନ୍ତି ନିର୍ମଳ ନାୟକ ସୂର୍ଯ୍ୟ ମହାପାତ୍ର ଓ ଯତୀନ୍ଦ୍ର ପ୍ରଧାନ ।

ଏହାସହ ଗୀତ ଗାଇଛନ୍ତି ସୁନାମ ଧନ୍ୟ ଗାଇକା ଅସୀମ ପଣ୍ଡା ଅନନ୍ୟ ଶ୍ରୀତମ ନନ୍ଦ ଲିପ୍ସା ମହାପାତ୍ର ହୁମାନ ସାଗର ଓ ପ୍ରଭୁଦତ୍ତ ଭଳି ବିଶିଷ୍ଟ ଗାଇକା । ତେବେ ଫିଲ୍ମର ମୁଖ୍ୟ ଭୂମିକାରେ ସିଦ୍ଧାନ୍ତ ମହାପାତ୍ର ଥିବା ବେଳେ ନାୟକ ସାଜିଛନ୍ତି ସମ୍ବିତ ଆଚାର୍ଯ୍ୟ । ତାଙ୍କ ବିପକ୍ଷରେ ସୀତଲ ଓ ପୁନମ ଦୁଇଜଣ ନାୟିକା ସାଜିଛନ୍ତି । ଅନ୍ୟ ଭୂମିକାରେ ସମରେଶ ରାଉତରାୟ କମେଡିଆନ ପ୍ରଜ୍ଞା ଖଟୁଆ ନୌନା ଦାସ ପୃଥ୍ୱୀରାଜ ଚୌଧୁରୀ ଜୟ ପ୍ରକାଶ ଦାସ ପ୍ରମୁଖ ଅଭିନୟ କରିଛନ୍ତି ।

ତେବେ ସିନେମାଟି ଲଭ ରୋମାଣ୍ଟିକ କମେଡି ଥ୍ରୀଲର ଓ ଭୂତ ସିନେମା ହୋଇଥିବା ବେଳେ ଭରପୁର ପ୍ୟାକେଜକୁ ନେଇ ଦର୍ଶକଙ୍କୁ ଭଲ ଲାଗିବ ବୋଲି କହିଛନ୍ତି ପ୍ରଯୋଜନା ସଂସ୍ଥା । ପ୍ରଯୋଜନା କହିଛନ୍ତି ଏଥର ଓଡ଼ିଆ ଇଣ୍ଡଷ୍ଟ୍ରିରେ ଏକ ଭିନ୍ନ ଧରଣର ଫିଲ୍ମ ହେବାକୁ ଯାଉଛି । ଯାହା ଦର୍ଶକଙ୍କୁ ବେଶ ପସନ୍ଦ ମଧ୍ୟ ଆସିବ । ଏହି ଫିଲ୍ମରେ ଦର୍ଶକ କମେଡି ଓ ଥ୍ରୀଲର ଉଭୟର ଭରପୁର ମଜା ଉଠେଇ ପାରିବେ । ଏହାସହ ଫିଲ୍ମରେ ହରର ଏବଂ ସସପେନ୍ସ ଦର୍ଶକଙ୍କୁ ଫିଲ୍ମ ହଲରେ ବାନ୍ଧି ରଖିବ ବୋଲି ସେ ଆଶା ପ୍ରକଟ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.