ETV Bharat / state

ଓଡ଼ିଆ ଚଳଚ୍ଚିତ୍ର 'ଅଭିସାର' ପୋଷ୍ଟର ରିଲିଜ, ଖୁବଶୀଘ୍ର ରିଲିଜ ହେବ ଫିଲ୍ମ - ଅଭିସାର ପୋଷ୍ଟର

ଆଜି ଓଡ଼ିଆ ଚଳଚ୍ଚିତ୍ର ଅଭିସାରର ପୋଷ୍ଟର ରିଲିଜ ହୋଇଛି । ଫିଲ୍ମରେ ପ୍ରଥମ ଥର ପାଇଁ ନାୟିକା ସାଜିଛନ୍ତି ଜଣେ କିନ୍ନର । ଯାହା ସର୍ବଭାରତ ସ୍ତରରେ ପ୍ରଥମ । ଫିଲ୍ମରେ ନିଆରା ପ୍ରେମ କାହାଣୀ ଦେଖିବାକୁ ମିଳିଛି । ତେବେ ଏହା ଦର୍ଶକଙ୍କୁ ଭଲ ଲାଗିବ ବୋଲି କହିଛନ୍ତି ନିର୍ମାତା । ଅଧିକ ପଢନ୍ତୁ

ଓଡ଼ିଆ ଚଳଚ୍ଚିତ୍ର ଅଭିସାର ପୋଷ୍ଟର ରିଲିଜ, ଖୁବଶୀଘ୍ର ରିଲିଜ ହେବ ଫିଲ୍ମ

author img

By

Published : Jul 23, 2023, 7:20 PM IST

ଓଡ଼ିଆ ଚଳଚ୍ଚିତ୍ର ଅଭିସାର ପୋଷ୍ଟର ରିଲିଜ, ଖୁବଶୀଘ୍ର ରିଲିଜ ହେବ ଫିଲ୍ମ

ଭୁବନେଶ୍ବର: ନିଆରା ପ୍ରେମ କାହାଣୀକୁ ନେଇ ଆସୁଛି ଓଡ଼ିଆ ଚଳଚ୍ଚିତ୍ର ଅଭିସାର । ଆଜି ଫିଲ୍ମର ପୋଷ୍ଟର ରିଲିଜ ହୋଇଛି । ଫିଲ୍ମରେ ପ୍ରଥମ ଥର ପାଇଁ ନାୟିକା ସାଜିଛନ୍ତି ଜଣେ କିନ୍ନର । ଯାହା ସର୍ବଭାରତ ସ୍ତରରେ ପ୍ରଥମ । କିନ୍ନର ମହାସଂଘର ସଭାପତି ମୀରା ପରିଡା ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରିଛନ୍ତି । ଫିଲ୍ମରେ ତାଙ୍କ ଅଭିନୟ ହିଁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ । ଫ୍ୟୁଜନ ଏଣ୍ଟରଟେନମେଣ୍ଟ ଦ୍ୱାରା ଭିନ୍ନ ଧରଣର ମୌଳିକ କାହାଣୀକୁ ଫିଲ୍ମଟି ନିର୍ମାଣ ହୋଇଛି । ତେବେ ଏହା ଦର୍ଶକ ବେଶ ଭଲ ପସନ୍ଦ କରିବ ବୋଲି ଆଶା କରିଛନ୍ତି ନିର୍ମାତା ।

ଭୁବନେଶ୍ୱର ସ୍ଥିତ ଏକ ତାରକା ହୋଟେଲର ବର୍ଣ୍ଣାଢ଼୍ୟ ପରିବେଶରେ ଫିଲ୍ମର ପୋଷ୍ଟର ରିଲିଜ କରାଯାଇଛି । ଚଳଚ୍ଚିତ୍ରର କାହାଣୀ ଶ୍ରୀମତୀ ସଂଘମିତ୍ରା ଭଞ୍ଜ ଲେଖିଛନ୍ତି ଏବଂ ଚିତ୍ରନାଟ୍ୟ, ସଂଳାପ ତଥା ନିର୍ଦ୍ଦେଶନା ଦେଇଛନ୍ତି ରଞ୍ଜିତ ମହାନ୍ତି । କ୍ୟାମେରା ଦାୟିତ୍ବରେ ପ୍ରସନ୍ନ କୁମାର ଥିବା ବେଳେ ସମ୍ପାଦନା କରିଛନ୍ତି ଚନ୍ଦ୍ରଶେଖର ମିଶ୍ର । ଚଳଚ୍ଚିତ୍ରର ଏକ ପ୍ରମୁଖ ବିଭାଗ ସଙ୍ଗୀତ ଦାୟିତ୍ୱରେ ଅଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ବିଭୁତି ଭୂଷଣ ଗଡ଼ନାୟକ । ତେବେ ଫିଲ୍ମରେ ମୁଖ୍ୟ ଚରିତ୍ରରେ ମୀରା ପରିଡ଼ା, ନବାଗତ ଅଭିନେତା ରୁଦ୍ର ପ୍ରତାପ ମହାନ୍ତି ଏବଂ ଅଭିନେତ୍ରୀ ଭୂମିଙ୍କ ବ୍ୟତୀତ ସହ ଆର୍ଯ୍ୟ ମହାନ୍ତି, ଶିବାଜୀ ରାଜା ପ୍ରମୁଖ ଅଭିନୟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ପରଦାରେ କିନ୍ନରଙ୍କ ସଂଘର୍ଷ କାହାଣୀ, ରିଲିଜ ହେଲା ଫିଲ୍ମ ‘ଟି’

ତେବେ ସମାଜରେ ଏମିତି କିଛି ମୌଳିକ ହୃଦୟସ୍ପର୍ଶୀ କଥା ଅଛି ଯାହାର ପ୍ରତିଟି ପୃଷ୍ଠା ଲେଉଟାଇଲେ ତାହା କାହାଣୀର ରୂପ ନିଏ । ସେମିତି ନୂଆ ଓ ନିତିଦିନିଆ କାହାଣୀକୁ ଚଳଚ୍ଚିତ୍ରର ରୂପ ଦେଇ ପ୍ରତିଟି ଦର୍ଶକଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ ଜାରି ରହିଥିବା କହିଛି ପ୍ରଯୋଜନା ସଂସ୍ଥା । ଚଳଚ୍ଚିତ୍ରର କାହାଣୀ ଚିରାଚରିତ କାହାଣୀଠୁ ଟିକିଏ ଅଲଗା ଏବଂ ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରଥମ ବୋଲି ନିର୍ଦ୍ଦେଶକ ମତ ପ୍ରକାଶ କରିଛନ୍ତି । ଖୁବଶୀଘ୍ର ପେକ୍ଷାଳୟରେ ମୁକ୍ତିଲାଭ କରିବ ଏବଂ ସାରା ଓଡ଼ିଶାବାସୀ ଫିଲ୍ମକୁ ଭଲ ପାଇବା ଦେବେ ବୋଲି ପ୍ରଯୋଜନା ସଂସ୍ଥା ଆଶାପ୍ରକଟ କରିଛନ୍ତି । ତେବେ ଏହି ପୋଷ୍ଟର ଉନ୍ମୋଚନ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ଭାବେ କିନ୍ନର ମହାସଂଘର ସଭାପତି ମୀରା ପରିଡ଼ା ଏବଂ ସମ୍ମାନିତ ଅତିଥି ଭାବେ ସାଧନା ମିଶ୍ର ଏବଂ ଲୋରା ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.