ETV Bharat / state

ଧାରା ଶ୍ରାବଣରେ ଡହଡହ ଖରା, ଗଜା ମରୁଡ଼ି ଆଶଙ୍କାରେ ଖୋର୍ଦ୍ଧା ଚାଷୀ - drought in khorda

ଧାରା ଶ୍ରାବଣରେ ବର୍ଷା ପରିବର୍ତ୍ତେ ମୁଣ୍ଡଫଟା ଖରା ଚାଷୀର ନିଦ ହଜେଇ ଦେଲାଣି । ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଅଭାବ କାରଣରୁ ଚାଷ ଜମି ଫାଟି ଆଁ କଲାଣି । ଅଧିକ ପଢ଼ନ୍ତୁ...

ଧାରା ଶ୍ରାବଣରେ ଡହଡହ ଖରା, ଗଜା ମରୁଡ଼ି ଆଶଙ୍କାରେ ଖୋର୍ଦ୍ଧା ଚାଷୀ

author img

By

Published : Aug 9, 2021, 9:40 PM IST

ଖୋର୍ଦ୍ଧା: ଧାରା ଶ୍ରାବଣରେ ବର୍ଷା ପରିବର୍ତ୍ତେ ମୁଣ୍ଡଫଟା ଖରା ଚାଷୀର ନିଦ ହଜେଇ ଦେଲାଣି । ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଅଭାବ କାରଣରୁ ଚାଷ ଜମି ଫାଟି ଆଁ କଲାଣି । ମୁଣ୍ଡର ଝାଳ ତୁଣ୍ଡରେ ମାରି ଚାଷ କରୁଥିବା କୃଷକ ଶ୍ରାବଣ ମାସରେ ବି ଜଳସେଚନ ଉପରେ ଭରସା କରି ବଞ୍ଚୁଛନ୍ତି । ଯେଉଁଠାରେ ସୁବିଧା ଅଛି ସେଠାରେ ଚାଷୀ ପମ୍ପ ଯୋଗେ ଜମିରେ ପାଣି ମଡାଉଥିବା ଦେଖିବାକୁ ମିଳିଛି ।

ଧାରା ଶ୍ରାବଣରେ ଡହଡହ ଖରା, ଗଜା ମରୁଡ଼ି ଆଶଙ୍କାରେ ଖୋର୍ଦ୍ଧା ଚାଷୀ

ଚାଷକାର୍ଯ୍ୟ ଆରମ୍ଭରୁ ଏଭଳି ସ୍ଥିତିରେ ଚାଷୀ ଖୋର୍ଦ୍ଧା ଜିଲ୍ଲାରେ ମରୁଡି ଘୋଷଣା ପାଇଁ ଦାବି କରିଛନ୍ତି । ସେପଟେ ଜିଲ୍ଲା କୃଷି ବିଭାଗ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ଜିଲ୍ଲାରେ ମୋଟ ୧ ଲକ୍ଷ 5 ହଜାର 8 ଶହ 8୦ ହେକ୍ଟର ଚାଷ ଜମିରେ ଖରିଫ ଧାନ ଫସଲ କରାଯାଇଛି । ସେହିପରି ଚଳିତବର୍ଷ ଜୁଲାଇ ମାସ ସୁଦ୍ଧା ବର୍ଷାର ପରିମାଣ ପାଖାପାଖି ୧୩ ପ୍ରତିଶତ କମ୍ ରେକର୍ଡ କରାଯାଇଛି । ଏହାକୁ ନେଇ କୃଷି ବିଭାଗ ସୂଚନା ଦେଇଛି । ତେବେ ଆଗକୁ ମଧ୍ୟ ଏଭଳି ସ୍ଥିତି ଜାରି ରହିଲେ ଗଜା ମରୁଡ଼ି ହେବ ନେଇ ଖୋଦ୍ଧା ଚାଷୀ ଆଶଙ୍କା କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.