ETV Bharat / state

ଏବେ ବଢ଼ିବନି ବାର୍ଦ୍ଧକ୍ୟ-ବିଧବା ଭତ୍ତା, ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ

author img

By ETV Bharat Odisha Team

Published : Sep 23, 2023, 7:15 AM IST

ଏବେ ବଢ଼ିବନି ସାମାଜିକ ସୁରକ୍ଷା ଭତ୍ତା । ବିଧାନସଭାରେ ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ଅଧିକ ପଢନ୍ତୁ

ଏବେ ବଢ଼ିବନି ସାମାଜିକ ସୁରକ୍ଷା ଭତ୍ତା
ଏବେ ବଢ଼ିବନି ସାମାଜିକ ସୁରକ୍ଷା ଭତ୍ତା

ଭୁବନେଶ୍ବର: ଆଗକୁ ନିର୍ବାଚନ ଥିବାରୁ ସରକାର ବିଭିନ୍ନ ଭତ୍ତା ରାଶିକୁ ବୃଦ୍ଧି କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ରାଜ୍ୟରେ ଗରିବ ଲୋକମାନଙ୍କୁ ମିଳୁଥିବା ମାସିକ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତାର ପରିମାଣ ଏବେ ବଢ଼ିବାର ସମ୍ଭାବନା ନାହିଁ । ପଡ଼ୋଶୀ ରାଜ୍ୟ ଗୁଡ଼ିକରେ ଏହି ସାମାଜିକ ସୁରକ୍ଷା ଭତ୍ତା ପରିମାଣ ଅପେକ୍ଷାକୃତ ଅଧିକ ଥିଲେ ମଧ୍ୟ ଓଡ଼ିଶା ସରକାରଙ୍କ ଏହି ମାସିକ ଭତ୍ତା ବଢ଼ାଇବାର ଏବେ କୌଣସି ଯୋଜନା ନାହିଁ ବୋଲି ଜଣାପଡିଛି । ବିଧାନସଭାରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା, ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ମୁକେଶ ମହାଲିଙ୍ଗ ଓ କୁସୁମ ଟେଟେଙ୍କ ଭିନ୍ନ ଭିନ୍ନ ପ୍ରଶ୍ନର ଲିଖିତ ଉତ୍ତର ଦେଇଛନ୍ତି ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।

ମନ୍ତ୍ରୀ ଉତ୍ତରରେ କହିଛନ୍ତି ଯେ, ପଡ଼ୋଶୀ ରାଜ୍ୟରେ କିଏ କେତେ ଭତ୍ତା ପାଉଛି ତା’ର ହିସାବ ବିଭାଗ ପାଖରେ ନାହିଁ । ରାଜ୍ୟରେ ଏବେ ଗରିବ ଯୋଗ୍ୟ ହିତାଧିକାରୀଙ୍କୁ ମାସିକ ୫୦୦, ୭୦୦ ଓ ୯୦୦ ଟଙ୍କାର ଭତ୍ତା ପ୍ରଦାନ କରାଯାଉଛି । ଏହି ମାସିକ ଭତ୍ତା ପରିମାଣ ବୃଦ୍ଧି କରିବାର ଯୋଜନା ଏବେ ରାଜ୍ୟ ସରକାରଙ୍କର ନାହିଁ । ଓଡ଼ିଶାରେ ଏବେ ମୋଟ ୫୩ ଲକ୍ଷ ୮ ହଜାର ୯୬୭ ଜଣ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ମାସିକ ଭତ୍ତା ପାଉଛନ୍ତି । ଏଥିରେ କେନ୍ଦ୍ର ସରକାରଙ୍କ ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ୨୦ ଲକ୍ଷ ୩୩ ହଜାର ୯୫୯ ଜଣଙ୍କୁ ଭତ୍ତା ଦିଆଯାଉଛି । ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ ଯୋଜନାରେ ୩୨ ଲକ୍ଷ ୭୫ ହଜାର ୮ ଜଣଙ୍କୁ ଭତ୍ତା ଦିଆଯାଉଛି ।

ଏହାମଧ୍ୟ ପଢନ୍ତୁ: Supplementary Budget: 28200 କୋଟିର ଅତିରିକ୍ତ ବଜେଟ, ଆମ ଓଡିଶା ନବୀନ ଓଡିଶାକୁ 1302 କୋଟି

ଚଳିତବର୍ଷ କେବଳ ମଧୁବାବୁ ପେନସନରେ ୪ ଲକ୍ଷ ୧୩ ହଜାର ୮୧୩ ଜଣଙ୍କୁ ସାମିଲ କରାଯାଇଛି । ମୋଟ ଭତ୍ତାଧାରୀଙ୍କ ମଧ୍ୟରୁ ୧୯ ଲକ୍ଷ ୮୯ ହଜାର ୬୧ ଜଣଙ୍କୁ ଡିବିଟି ମାଧ୍ୟମରେ ସେମାନଙ୍କ ଆକାଉଣ୍ଟରେ ଏହି ଭତ୍ତା ଦିଆଯାଉଛି । ତେବେ ରାଜ୍ୟ ସରକାର ଆଣିଥିବା ଅତିରିକ୍ତ ବଜେଟରେ ସାମାଜିକ ସୁରକ୍ଷା ପାଇଁ ସମୁଦାୟ ୭୭.୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ମଧୁବାବୁ ପେନ୍ସନ ଯୋଜନା ପାଇଁ ୫୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ସେହିପରି ଭିନ୍ନକ୍ଷମଙ୍କ କଲ୍ୟାଣ ପାଇଁ ୨୧୪ କୋଟି ଟଙ୍କା ପ୍ରଦାନ କରାଯାଇଛି । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମଧୁବାବୁ ପେନସନ ଯୋଜନାରେ ୪ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ସାମିଲ କରାଯାଇଛି । ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼, ମଧ୍ୟପ୍ରଦେଶ ଓ ଝାଡ଼ଖଣ୍ଡ ଆଦି ରାଜ୍ୟରେ ଗରିବ ଲୋକଙ୍କୁ ମାସିକ ଭତ୍ତା ସର୍ବନିମ୍ନ ୧ ହଜାର ଟଙ୍କାରୁ ସର୍ବାଧିକ ୨୫୦୦ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରାଯାଉଥିବା ଜଣାପଡ଼ିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.