ETV Bharat / state

ବାହାପିଆ ବିଜେଡି ବିଧାୟକ: ଓଡିଶାରେ ଦାଦନ ନାହାଁନ୍ତି କହି ଅଜବ ଯୁକ୍ତି କଲେ ଉମା - ଉମା ସାମନ୍ତରାୟ ବିଜେଡି ବିଧାୟକ

କଂଗ୍ରେସ ନେତା ବିଜୟ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ଅନେକ ଗୁରୁତର ଅଭିଯୋଗ ଆଣିଛନ୍ତି । ବିଜୟଙ୍କ ପ୍ରଶ୍ନର ଜବାବ ରଖିଛନ୍ତି ବିଜେଡି ବିଧାୟକ ଉମା ସାମନ୍ତରାୟ । ଅଧିକ ପଢନ୍ତୁ

ବାହାପିଆ ବିଜେଡି ବିଧାୟକ, ଓଡିଶାରେ ଦାଦନ ନାହାଁନ୍ତି କହି ଅଜବ ଯୁକ୍ତି କଲେ ଉମା

author img

By

Published : Apr 4, 2023, 8:19 PM IST

ବାହାପିଆ ବିଜେଡି ବିଧାୟକ, ଓଡିଶାରେ ଦାଦନ ନାହାଁନ୍ତି କହି ଅଜବ ଯୁକ୍ତି କଲେ ଉମା

ଭୁବନେଶ୍ବର: ବିଜେଡି ବିଧାୟକଙ୍କ ଅଜବ ଓ ବିତଣ୍ଡା ଯୁକ୍ତି । ଓଡିଶାରେ ଆଉ ଦାଦନ ଶ୍ରମିକ ମିଳୁନାହାଁନ୍ତି । କିମ୍ବା କୌଣସି ଲୋକ ଦାଦନ ଖଟିବାକୁ ଯାଉ ନାହାଁନ୍ତି । ଏଭଳି ତଥ୍ୟହୀନ ଅମୂଳକ ଯୁକ୍ତି ବାଢ଼ିଛନ୍ତି ବିଜେଡିର ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ । ବିଧାନସଭାରେ ଦାଦନ ଶ୍ରମିକଙ୍କ ସଂଖ୍ୟା ଓ ସ୍ଥିତି ନେଇ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ରଖିଥିବା ଉତ୍ତରରୁ ବିଧାୟକ ବାହାସ୍ପୋଟ ମାରୁଥିବା ପ୍ରମାଣିତ ହୋଇଛି ।

ଏହାବି ପଢନ୍ତୁ- Jharsuguda Bypoll: ବିଜେଡି ନିଯୁକ୍ତ କଲା 3 ପର୍ଯ୍ୟବେକ୍ଷକ

କଂଗ୍ରେସ ନେତା ବିଜୟ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ଅନେକ ଗୁରୁତର ଅଭିଯୋଗ ଆଣିଛନ୍ତି । ମହଙ୍ଗା ବିଦେଶ ଗ୍ରସ୍ତ, ଶିଳ୍ପରେ ଓଡ଼ିଆଙ୍କ ନିଯୁକ୍ତି, ଏମଏସଏମଇକୁ ଆକର୍ଷିତ କରିବା ପାଇଁ ସରକାର ପଦକ୍ଷେପ, ଡାଉନଷ୍ଟିମ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାରଙ୍କ ପଦକ୍ଷେପ ବାବଦରେ ୧୦ଟି ପ୍ରଶ୍ନ କରିଛନ୍ତି ବିଜୟ । ବିଜୟଙ୍କ ପ୍ରଶ୍ନର ଜବାବ ରଖିଛନ୍ତି ବିଜେଡି ବିଧାୟକ ଉମା ସାମନ୍ତରାୟ । ଉମା କହିଛନ୍ତି ଯେ, ବିଜୟ ପଟ୍ଟନାୟକ ନୂଆନୂଆ ଦଳକୁ ଆସିଛନ୍ତି । ରାଜନୀତି ଭିତରେ ସେ ନଥିଲେ । ତେଣୁ ସେ ଏଭଳି ବକ୍ତବ୍ୟ ମୁଖ୍ୟମନ୍ତ୍ରୀଙ୍କ ବାବଦରେ ରଖିଛନ୍ତି । ଦିନ ଥିଲା ସକାଳ ହେଲେ ସେ ଗପୁଥିଲେ, ନବୀନଙ୍କ ଭଳି ଜଣେ ମୁଖ୍ୟମନ୍ତ୍ରୀ ମିଳିବା କଷ୍ଟକର । ଆଜି ସେ ପଟ୍ଟ ପରିବର୍ତ୍ତନ କରିଛନ୍ତି । ଓଡ଼ିଶାରେ କୌଣସି ଲୋକ ଦାଦନ ଯାଉନାହାନ୍ତି । ଓଡ଼ିଶାରେ ଯେତିକି ଫ୍ୟାକ୍ଟ୍ରି ଓ ଚାଷୀଙ୍କ ଉପରେ ଯେତିକି କାର୍ଯ୍ୟକ୍ରମ କରାଯାଉଛି, ତାହା ବିଜୟ ଜାଣି ପାରୁନାହାନ୍ତି । ଓଡ଼ିଶାର ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ କେମିତି ସମୃଦ୍ଧିଶାଳୀ କରିଛନ୍ତି, ବିଜୟ କଣ ଜାଣିପାରୁନାହାଁନ୍ତି । ଆପଣ ସାମ୍ବାଦିକ ହିସାବରେ କୁହନ୍ତୁ କେଉଁଠି ଆଉ ଲୋକ ଦାଦନ ଖଟିବାକୁ ଯାଉଛନ୍ତି । ଆଉ କେଉଁଠି ଦାଦନ ମିଳୁଛନ୍ତି । ଏଭଳି ବିତଣ୍ଡା ଯୁକ୍ତି ବାଢିଛନ୍ତି ଉମା । ଓଡିଶାର ଯାହା ଆବଶ୍ୟକତା ରହିଛି, ଆଗକୁ ଆଗକୁ ଦେଖି ତାହା ନବୀନ ବାବୁ କରୁଛନ୍ତି ।

ଏହାବି ପଢନ୍ତୁ- PM Modi meets Bhutan King: ଦ୍ବିପାକ୍ଷିକ ଆଲୋଚନା ସୁଦୃଢ ଲକ୍ଷ୍ୟ

ବିଧାନସଭାରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଦେଇଥିବା ତଥ୍ୟରୁ ରାଜ୍ୟରେ ଦାଦନ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଗତ ୩ ବର୍ଷ ମଧ୍ୟରେ ବାହାର ରାଜ୍ୟକୁ ଦାଦନ ଖଟାଇବା ନିମନ୍ତେ ଜାରି କରିଥିବା ଶ୍ରମିକ ଠିକାଦାର ପଞ୍ଜିକରଣ ତାଲିକାରୁ ଏହା ଜଳଜଳ ଜଣାପଡ଼ୁଛି । ବିଧାନସଭାରେ ଲିଖତ ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ୨୦୨୦ ମସିହାରେ ରାଜ୍ୟ ସରକାର ମାତ୍ର ୧୧୭ ଜଣଙ୍କୁ ଶ୍ରମିକ ଠିକାଦାର ଲାଇସେନ୍ସ ଜାରି କରିଥିଲେ । ୨୦୨୧ରେ ୨୭୧ ଜଣ ଓ ୨୦୨୨ରେ ୩୬୨ ଜଣ ଶ୍ରମିକ ଠିକାଦାରଙ୍କୁ ଅନ୍ୟ ରାଜ୍ୟକୁ ଦାଦନ ଖଟାଇବାକୁ ନେବା ନିମନ୍ତେ ଲାଇସେନ୍ସ ଜାରି କରିଛନ୍ତି । ୨୦୨୦ରେ ଏହି ପଞ୍ଜିକୃତ ୧୧୭ ଜଣ ଶ୍ରମିକ ଠିକାଦାରଙ୍କ ମାଧ୍ୟମରେ ମୋଟ ୧୧୧୭୭ ଜଣ ଶ୍ରମିକ ବାହାର ରାଜ୍ୟକୁ ଯାଇଥିବାବେଳେ ୨୦୨୧ରେ ୨୭୧ ଜଣ ଠିକାଦାରଙ୍କ ମାଧ୍ୟମରେ ୩୧୭୮୫ ଜଣ ଶ୍ରମିକ ଓ ୨୦୨୨ ମସିହାରେ ୩୬୨ ଜଣ ଶ୍ରମିକ ଠିକାଦାରଙ୍କ ମାଧ୍ୟମରେ ୨୬୭୦୦ ଜଣ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଛନ୍ତି ।

ରାଜ୍ୟର ୧୪ଟି ଜିଲ୍ଲାରୁ ଲୋକମାନେ ଦାଦନ ଖଟିବାକୁ ଯାଇଛନ୍ତି । ବଲାଙ୍ଗୀର, ବରଗଡ଼, କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁର, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ପୁରୀ, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ର ପ୍ରବାସୀ ଶ୍ରମିକମାନେ ମୁଖ୍ୟତଃ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଓ କେରଳ ଆଦି ରାଜ୍ୟକୁ ଯାଇଥାନ୍ତି । ରାଜ୍ୟରେ ପ୍ରବାସୀ ଶ୍ରମିକ ନିୟୋଜନ ନିମନ୍ତେ ଆନ୍ତଃ ରାଜ୍ୟ ପ୍ରବାସୀ ଶ୍ରମିକ ଆଇନ-୧୯୭୯ ଅନୁସାରେ ଠିକାଦାରଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଛି । ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ରାଜ୍ୟ ସରକାର ଏକ ଷ୍ଟେଟ୍‌ ଆକ୍ସନ ପ୍ଲାନ କାର୍ଯ୍ୟକାରୀ କରୁଛନ୍ତି । ଏହି ୧୪ଟି ଦାଦନ ପ୍ରବଣ ଜିଲ୍ଲାରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ପଞ୍ଚାୟତ ସ୍ତରରେ ସ୍ୱଇଚ୍ଛା ପଞ୍ଜିକରଣ ବ୍ୟବସ୍ଥା ନିମନ୍ତେ ଜିଲ୍ଲାପାଳମାନଙ୍କୁ ନିୟମାବଳୀ ସହ ଆର୍ଥିକ ସହାୟତା ଓ ଉକ୍ତ ପ୍ରବାସୀ ଶ୍ରମିକ ପ୍ରଣବ ଜିଲ୍ଲାର ପୁଲିସ ଏସପିଙ୍କୁ ମାନବଚୋରା ଚାଲାଣର ସଶକ୍ତିକରଣ ନିମନ୍ତେ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ତେବେ ପ୍ରଶ୍ନ ଉଠୁଛି ବିଧାନସଭାରେ ମନ୍ତ୍ରୀ ରଖିଥିବା ଉତ୍ତରର ମିଛ ନା ବାହାସ୍ପୋଟ ମାରୁଛନ୍ତି ବିଧାୟକ ? ଯଦି ରାଜ୍ୟରେ ଦାଦନ ଶ୍ରମିକ ନାହାନ୍ତି ତେବେ ରାଜ୍ୟ ସରକାର ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ସଚେତନତା କାର୍ଯ୍ୟକ୍ରମ କାହା ସ୍ୱାର୍ଥରେ କରୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.