ETV Bharat / state

ରାଜ୍ୟରେ ନାହିଁ ବନ୍ୟା ସ୍ଥିତି କିନ୍ତୁ ତଳି ଅଞ୍ଚଳରେ ପଶିଛି ପାଣି: ସର୍ବୋଚ୍ଚ ଯନ୍ତ୍ରୀ - ରାଜ୍ୟରେ ବନ୍ୟା ସ୍ଥିତି ନାହିଁ

ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତିଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ହୀରାକୁଦକୁ 4 ଲକ୍ଷ 50 ହଜାର କ୍ୟୁସେକ ଜଳ ଇନ ଫ୍ଲୋ ହେଉଛି । ହୀରାକୁଦରୁ ଆଉଟ ଫ୍ଲୋ ରହିଛି 4 ଲକ୍ଷ 55 ହଜାର କ୍ୟୁସେକ । ବର୍ତ୍ତମାନ ହୀରାକୁଦରେ 26 ଟି ଗେଟ ଖୋଲା ହୋଇଛି । ମୁଣ୍ଡଳୀରୁ 7 ଲକ୍ଷ କ୍ୟୁସେକ ବନ୍ୟା ଜଳ ପ୍ରଭାବିତ ହେଉଛି । ମହାନଦୀ ସିଷ୍ଟମରେ 7 ଲକ୍ଷ କ୍ୟୁସେକ ଜଳ ସମସ୍ୟା କରିବ ନାହିଁ । ଅଧିକ ପଢନ୍ତୁ

ରାଜ୍ୟରେ ନାହିଁ ବନ୍ୟା ସ୍ଥିତି କିନ୍ତୁ ତଳି ଅଞ୍ଚଳରେ ପଶିଛି ପାଣି :  ସର୍ବୋଚ୍ଚ ଯନ୍ତ୍ରୀ

author img

By ETV Bharat Odisha Team

Published : Sep 16, 2023, 5:16 PM IST

ରାଜ୍ୟରେ ନାହିଁ ବନ୍ୟା ସ୍ଥିତି କିନ୍ତୁ ତଳି ଅଞ୍ଚଳରେ ପଶିଛି ପାଣି : ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ । କିନ୍ତୁ ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ତଳି ଅଞ୍ଚଳରେ ପାଣି ପଶିଛି । ଆଗାମୀ ଦିନରେ ବର୍ଷା ଥିବାରୁ ହୀରାକୁଦର ଜଳସ୍ତର ହ୍ରାସ କରିବା ଲାଗି ବ୍ୟବସ୍ଥା କରାଯାଇଛି । ହୀରାକୁଦରୁ ବର୍ତ୍ତମାନ 26 ଗେଟ ଦେଇ ଜଳ ନିଷ୍କାସନ ହେଉଛି । ତେଣୁ ମୁଣ୍ଡଳୀରେ 7 ଲକ୍ଷ ବନ୍ୟା ଜଳ ପ୍ରଭାବିତ ହେଉଛି । ଆଉ ଦୁଇ ତିନି ଦିନ ଏମିତି ପାଣି ପାସ କରିବ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ।

ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତିଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ହୀରାକୁଦକୁ 4 ଲକ୍ଷ 50 ହଜାର କ୍ୟୁସେକ ଜଳ ଇନ ଫ୍ଲୋ ହେଉଛି । ହୀରାକୁଦରୁ ଆଉଟ ଫ୍ଲୋ ରହିଛି 4 ଲକ୍ଷ 55 ହଜାର କ୍ୟୁସେକ । ବର୍ତ୍ତମାନ ହୀରାକୁଦରେ 26 ଟି ଗେଟ ଖୋଲା ହୋଇଛି । ମୁଣ୍ଡଳୀରୁ 7 ଲକ୍ଷ କ୍ୟୁସେକ ବନ୍ୟା ଜଳ ପ୍ରଭାବିତ ହେଉଛି । ମହାନଦୀ ଶିଷ୍ଟମରେ 7 ଲକ୍ଷ କ୍ୟୁସେକ ଜଳ ସମସ୍ୟା କରିବ ନାହିଁ । ମୁଣ୍ଡୁଳୀରେ ଆଉ ଦୁଇ ତିନି ଦିନ ଏମିତି ପାଣି ପାସ କରିବ । ତଳି ଅଞ୍ଚଳରେ ପାଣି କିଛି ପଶିଛି କିନ୍ତୁ ରାଜ୍ୟରେ ସେମିତି ବନ୍ୟା ସ୍ଥିତି ନାହିଁ । ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ ଓ ଛତିଶଗଡ ପ୍ରବଳ ବର୍ଷା ହୋଇଛି । ବଲାଙ୍ଗୀରରେ ଦୁଇ ଦିନ 215 ଏମଏମ ଓ 193 ଏମଏମ ବର୍ଷା ହୋଇଛି । ତେଣୁ ଏହି ପାଣି ଆସିଛି । ଅତ୍ୟଧିକ ବର୍ଷା କାରଣରୁ ଏହି ପାଣି ଆସିଛି ।

ଏହାବି ପଢନ୍ତୁ- ହୀରାକୁଦରୁ ନିଷ୍କାସନ ହେଉଛି ଜଳ; ରାଜ୍ୟରେ ନାହିଁ ବନ୍ୟା ଆଶଙ୍କା: ସର୍ବୋଚ୍ଚ ଯନ୍ତ୍ରୀ

ରାଜ୍ୟର ଜଳ ପରିଚାଳନା ସମ୍ପୂର୍ଣ୍ଣ ଠିକ ଅଛି । ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇଛି । ଛତିଶଗଡ଼ର ବହୁ ଅଞ୍ଚଳରେ ଜଳମଗ୍ନ ହୋଇଛି । ଉପର ମୁଣ୍ଡରୁ ଆସୁଥିବା ଜଳକୁ ଦୃଷ୍ଟିରେ ରଖି ହୀରାକୁଦରେ ଜଳ ପରିଚାଳନା ହେଉଛି । ଉପର ମୁଣ୍ଡରେ ଆଜି ବର୍ଷା ନାହିଁ । ଗେଟ ଖୋଲିବା କଥା ବିଚାର ବିମର୍ଶ ହେବ । ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଆଲର୍ଟ କରାଯାଇଛି । ସ୍ଥିତି ଉପରେ ନଜର ରଖାଯାଇଛି । ସରକାର ମଧ୍ୟ ନଜର ରଖିଛନ୍ତି । ଏସଆରସିଙ୍କ କାର୍ଯ୍ୟାଳୟ ସହ ଆମେ ଯୋଗାଯୋଗରେ ବି ଅଛୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.