ETV Bharat / state

ରାଜ୍ୟରେ ସ୍ୱାଭାବିକ ଠାରୁ ଅଧିକ ରାତ୍ରି ତାପମାତ୍ରା, ଶୀତ ଗାଏବ

author img

By

Published : Dec 13, 2022, 11:00 PM IST

ରାଜ୍ୟରେ ସ୍ବଭାବିକ ଠାରୁ ଅଧିକ ରାତ୍ରି ତାପମାତ୍ରା । ଶୀତ ବଢିବା ପରିବର୍ତ୍ତେ ରାଜ୍ୟରେ ରାତ୍ରି ତାପମାତ୍ରା ବୃଦ୍ଧି ପାଉଛି । ଅଧିକ ପଢନ୍ତୁ

ରାଜ୍ୟରେ ସ୍ୱାଭାବିକ ଠାରୁ ଅଧିକ ରାତ୍ରି ତାପମାତ୍ରା, ଶୀତ ଗାଏବ
ରାଜ୍ୟରେ ସ୍ୱାଭାବିକ ଠାରୁ ଅଧିକ ରାତ୍ରି ତାପମାତ୍ରା, ଶୀତ ଗାଏବ

ଭୁବନେଶ୍ବର: ରାଜ୍ୟରେ ସ୍ବଭାବିକ ଠାରୁ ଅଧିକ ରାତ୍ରି ତାପମାତ୍ରା। ଶୀତ ବଢିବା ପରିବର୍ତ୍ତେ ରାଜ୍ୟରେ ରାତ୍ରି ତାପମାତ୍ରା ବୃଦ୍ଧି ପାଉଛି। ତେବେ ଫୁଲବାଣୀରେ ୧୭.୫ °C (+୮.୨C),ଟିଟିଲାଗଡ ୨୧ C (+୮.୧ °C ),ସମ୍ବଲପୁର ୧୯.୮ °C (+୭.୪ °C),ଭବାନୀପାଟଣା୨୦.୪ °C (+୭.୧ °C ),ଚାନ୍ଦବାଲି ୧୯.୧ °C (+୪.୫ °C ),ଅନୁଗୁଳ ୧୮ °C (+୪.୨ °C ),କଟକ୧୮.୪ °C (+୩.୮ °C )ଭୁବନେଶ୍ବର: ୧୯ °C (+୩.୫ °ସି ) ରେକର୍ଡ କରାଯାଇଛି। ଅନ୍ୟପଟେ ଉପକୂଳ ଓଡ଼ିଶାରେ ଅନୁଭୂତ ହୋଇଛି ଘନ କୁହୁଡି। ବିଭିନ୍ନ ସ୍ଥାନରେ ଦୃଶ୍ୟମାନ ଦୂରତା ୧୦୦ ମିଟର ତଳେ ରେକର୍ଡ କରାଯାଇଛି। ଆସନ୍ତା ୧୩, ୧୪ ,୧୫ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ଘନ କୁହୁଡି ଅନୁଭୂତ ହେବ ।

ସୂଚନା ମୁତାବକ ଭୁବନେଶ୍ବର ୫୦ ମିଟର, କଟକ ୫୦ ମିଟର, ଚାନ୍ଦବାଲି ୫୦ ମିଟର ପାରାଦ୍ବୀପ ୫୦ ମିଟର ଏବଂ ପୁରୀ ୮୦ ମିଟର ରେକର୍ଡ କରାଯାଇଛି। ସେପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟର ରେ ୨.୨ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ଅନ୍ୟ ଜିଲ୍ଲା ଗୁଡିକରେ ପାଗ ଶୁଖିଲା ରହିଥିବା ବେଳେ ଏହା ୧୭ ତାରିଖ ଯାଏ ରହିବା ନେଇ ସୂଚନା ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଦୁଇରୁ ତିନି ଦିନ ମଧ୍ୟରେ ୨ ରୁ ୪ ଡ଼ିଗ୍ରୀ ଯାଏଁ ପାରଦ ଖସିବ ଆଉ ଶୀତର ପ୍ରକୋପ ବଢିବ । ଅନ୍ୟପଟେ ଦକ୍ଷିଣ ଓଡିଶା କିଛି ସ୍ଥାନ ଯେପରିକି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଅନୁଗୁଳ ଏବଂ କନ୍ଧମାଳରେ ରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭଵନା ଥିବା କହିଛି ପାଣିପାଗ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.