ETV Bharat / state

ଓଡିଶା ଅସ୍ମିତାର ଲଢେଇ କରିବ କଂଗ୍ରେସ: ବିଶ୍ବରଞ୍ଜନ

author img

By ETV Bharat Odisha Team

Published : Jan 10, 2024, 10:27 PM IST

Odisha Congress: ନିର୍ବାଚନ ପୂର୍ବରୁ ସଂଗଠନ ସଜାଡ଼ୁଛି ଓଡ଼ିଶା କଂଗ୍ରେସ । ନୂଆ କରି ମିଡିଆ ସେଲ୍‌ ଅଧ୍ୟକ୍ଷ ନିଯୁକ୍ତ ହୋଇଥିବା ଯୁବନେତା ଡଃ ବିଶ୍ବରଞ୍ଜନ ମହାନ୍ତି କହିଛନ୍ତି ଓଡିଶା ଅସ୍ମିତାର ଲଢେଇ କରିବ କଂଗ୍ରେସ । ଅଧିକ ପଢ଼ନ୍ତୁ

'ଓଡିଶା ଅସ୍ମିତାର ଲଢେଇ କରିବ କଂଗ୍ରେସ'
'ଓଡିଶା ଅସ୍ମିତାର ଲଢେଇ କରିବ କଂଗ୍ରେସ'
'ଓଡିଶା ଅସ୍ମିତାର ଲଢେଇ କରିବ କଂଗ୍ରେସ'

ଭୁବନେଶ୍ବର: 2024 ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସଂଗଠନକୁ ତୃଣମୂଳସ୍ତରରୁ ସଙ୍ଗଠିତ କରିବା କଂଗ୍ରେସ ପାଇଁ ବଡ଼ ଆହ୍ବାନ ପାଲଟିଛି । ଏଥିପାଇଁ ଆରମ୍ଭ ହୋଇଛି ଘର ସଜଡା । ଓଡ଼ିଶା କଂଗ୍ରେସର ନବନିଯୁକ୍ତ ପ୍ରଭାରୀ ଡଃ ଅଜୟ କୁମାର ସଂଗଠନକୁ ଅଧିକ କ୍ରିୟାଶୀଳ କରିବାକୁ ଟାର୍ଗେଟ ଦେଇଛନ୍ତି । ଯେଉଁମାନେ ଦଳରେ ବିଭିନ୍ନ ପଦ ମାଡି ବସିଛନ୍ତି, ସେମାନଙ୍କ ଆଉଟପୁଟ୍‌ କଣ, ତାର ସମୀକ୍ଷା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛାଉ ନାହାନ୍ତି ଅଜୟ । ଏହାରି ଭିତରେ ଗଣମାଧ୍ୟମ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗକୁ ସଜାଡିବାକୁ ପ୍ରୟାସ କରି ପୁରୁଖା ନେତାଙ୍କୁ ପରିବର୍ତ୍ତନ କରାଯାଇ ଯୁବ ନେତାଙ୍କୁ ଦାୟିତ୍ବ ଦିଆଯାଇଛି । ଗଣେଶ୍ବର ବେହେରାଙ୍କୁ ଦାୟିତ୍ବମୁକ୍ତ କରି ଏଆଇସିସିର ପୂର୍ବତନ ସମ୍ପାଦକ ଡଃ ବିଶ୍ବରଞ୍ଜନ ମହାନ୍ତିଙ୍କୁ ରାଜ୍ୟ କଂଗ୍ରେସ ମିଡିଆ ସେଲ୍‌ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି l

ଦୀର୍ଘ ଦିନରୁ ଓଡ଼ିଶା କଂଗ୍ରେସ ସଂଗଠନ କ୍ଷେତ୍ରରେ ଅବହେଳିତ ଅବସ୍ଥାରେ ଥିବା ବିଶ୍ବରଞ୍ଜନ ନୂଆ ଦାୟିତ୍ବ ପାଇବା ପରେ ଗଣମାଧ୍ୟମକୁ କହିଛନ୍ତି, "ଦେଶ ଏବଂ ରାଜ୍ୟରେ ଅନେକ ପ୍ରସଙ୍ଗ ରହିଛି । ଜନତାଙ୍କ ମୁଦ୍ଦାକୁ ନେଇ କଂଗ୍ରେସ ଲଢେଇ କରିବ । ଯେଉଁଠି ଜନତାଙ୍କର ସମସ୍ୟା ହେଉଛି, ତାକୁ ସରକାରଙ୍କ ନଜରକୁ ଆଣିବାକୁ କଂଗ୍ରେସ ଦଳ ପ୍ରୟାସ କରିବ । କଂଗ୍ରେସ ଦଳର ଯେଉଁ ଗୌରବମୟ ଇତିହାସ ରହିଛି, ତାଙ୍କୁ ମଧ୍ୟ ଲୋକମାନଙ୍କୁ ଅବଗତ କରାଇବ ଦଳ । ପ୍ରଭାରୀ ଡଃ ଅଜୟ କୁମାର ଏବଂ ପିସିସି ସଭାପତିଙ୍କ ନେତୃତ୍ବରେ କଂଗ୍ରେସ ଦଳ ଆଗକୁ ବଢିବ । ଦଳର ରୋଡ୍‌ମ୍ୟାପ ଅନୁଯାୟୀ ବ୍ଲକ ଏବଂ ଜିଲ୍ଲା ସ୍ତରରେ ମଧ୍ୟ ସମସ୍ତ ସମସ୍ୟାକୁ ନେଇ କଂଗ୍ରେସ ଦଳ ସରକାରଙ୍କ ଦୃଷ୍ଟିଗୋଚର କରିବ ।"

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବରଞ୍ଜନ ମହାନ୍ତି ହେଲେ ପିସିସି ମିଡିଆ ସେଲ୍‌ ଅଧ୍ୟକ୍ଷ

ସେପଟେ ଗଣମାଧ୍ୟମ ବିଭାଗରେ ନୂଆ ମୁଖ୍ୟଙ୍କୁ ସ୍ବାଗତ କରିଛନ୍ତି ଦଳର ବରିଷ୍ଠ ବିଧାୟକ ସୁର ରାଉତରାୟ । ସେ କହିଛନ୍ତି, "ଦଳରେ ଏବେ ସଂଗଠନକୁ ସକ୍ରିୟ କରିବାକୁ ପ୍ରଭାରୀ ଅଜୟ କୁମାର ଜୋରଦାର ପ୍ରୟାସ କରୁଛନ୍ତି । ଏହା ନିର୍ବାଚନ ପୂର୍ବରୁ ଦଳକୁ ଶକ୍ତିଶାଳୀ କରିବ । ଆମେ ପ୍ରଭାରୀଙ୍କୁ କହିଛୁ ପୁରୁଖା କଂଗ୍ରେସ ନେତାଙ୍କୁ ଦଳକୁ ଫେରାଇ ଆଣିବାକୁ ।" ତେବେ କେବଳ ଗଣମାଧ୍ୟମ ନୁହେଁ, ପ୍ରଦେଶ କଂଗ୍ରେସର ଛାମୁଆ ସଂଗଠନ ମହିଳା, ସେବାଦଳ, ଓବିସି, ଦଳିତ ଓ ଆଦିବାସୀ ବିଭାଗରେ ମଧ୍ୟ ବଡ଼ ପରିବର୍ତ୍ତନ ହେବା ନେଇ ଆଲୋଚନା ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.