ଭୁବନେଶ୍ବର: ଆଇଆଇଟି ମାଡ୍ରାସ ଦ୍ୱାରା ନୂତନ ଅନଲାଇନ ପାଠ୍ୟକ୍ରମର ଶୁଭାରମ୍ଭ । ଯୁବ ଶକ୍ତିଙ୍କୁ ଜ୍ଞାନ , କୌଶଳ ଏବଂ ରୋଜଗାର ପାଇଁ ବିରାଟ ବଡ ସୁଯୋଗ ପ୍ରଦାନ କରିବ। ଦେଶର ଉଚ୍ଚ ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକମାନକୁ ବଢାଇବାରେ ସହାୟକ ହେବ । ଅଧିକରୁ ଅଧିକ ଅନୁଷ୍ଠାନ ଏଭଳି କାର୍ଯ୍ୟକ୍ରମ ପାଇଁ ଆଗେଇ ଆସିବା ପାଇଁ ଆହ୍ୱାନ। ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍ସ ପରିସଂସ୍ଥାନରେ ଏକ ମୌଳିକ ମଡ୍ୟୁଲ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ।
ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଜାତୀୟ ଶିକ୍ଷା ନୀତିରେ ଶିକ୍ଷାର ଗୁଣାତ୍ମକ, ସର୍ବବ୍ୟାପୀ, ସର୍ବସ୍ପର୍ଶୀ, ରୋଜଗାର ଏବଂ ମଲଟିପୁଲ ଏଣ୍ଟ୍ରି-ମଲଟିପୁଲ ଏକଜିଟ ପାଇଁ ପରାମର୍ଶ ଦିଆଯାଇଛି । ଏହି ଆଧାରରେ ଆଇଆଇଟି ମାଡ୍ରାସ ଏହି ନୂତନ ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ସ୍ୱାଗତଯୋଗ୍ୟ । ଏହି ଉଦ୍ୟମ ଦେଶର ଉଚ୍ଚ ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ମାନକୁ ବଢାଇବାରେ ସହାୟକ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ କଳ୍ପନାରେ ଅଧିକରୁ ଅଧିକ ଅନୁଷ୍ଠାନ ଏଭଳି କାର୍ଯ୍ୟକ୍ରମ ପାଇଁ ଆଗେଇ ଆସିବ।
ତେବେ ଭାରତ କେବଳ ଟେକ୍ନୋଲୋଜିର ଉପଭୋକ୍ତା ହେବା ଉଚିତ୍ ନୁହେଁ ବରଂ ନିଜର ମାନବଶକ୍ତି ମଧ୍ୟ ପ୍ରସ୍ତୁତ କରିବା ଉଚିତ୍ । ଆଇଆଇଟି ମାଡ୍ରାସ ଦ୍ୱାରା ପ୍ରସ୍ତୁତ ଏହି ପାଠ୍ୟକ୍ରମ ଆମ ପାଖରେ ଥିବା କାର୍ଯ୍ୟବଳର ଦକ୍ଷତା ସୁଧାର ଏବଂ ଭବିଷ୍ୟତ କାର୍ଯ୍ୟବଳକୁ ପ୍ରସ୍ତୁତ କରିବାର ଦୁଇଟି ଉଦ୍ଦେଶ୍ୟ ପୂରଣ କରିବ । ଶୁଭାରମ୍ଭ ହୋଇଥିବା ଅନଲାଇନ ବିଏସସି କୋର୍ସ ପାଇଁ ସାର୍ଟିଫିକେଟ, ଡିପ୍ଲୋମା, ଡିଗ୍ରୀ ସ୍ତରୀୟ ପ୍ରୋଗ୍ରାମ ବ୍ୟତୀତ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍ସ ପରିସଂସ୍ଥାନରେ ଏକ ମୌଳିକ ମଡ୍ୟୁଲ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଛନ୍ତି । ନବସୃଜନ ଏବଂ ଗବେଷଣା ଯୁଗରେ ଆମେ ଡିଜିଟାଲ ବିଶ୍ୱବିଦ୍ୟାଳୟର ଯୋଜନା କରାଯାଉଛି । ଏହି ନୂତନ ସମୟର ପାଠ୍ୟକ୍ରମ ଗବେଷଣାର ଗୁଣବତ୍ତାକୁ ବଢାଇବା ସଙ୍ଗେସଙ୍ଗେ ସର୍ବସ୍ପର୍ଶୀ ଶିକ୍ଷା ପ୍ରଦାନ କରିବା ସହ ରୋଜଗାରକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରୋତ୍ସାହିତ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର