ଭୁବନେଶ୍ବର: ଦିନରେ ବାହୁବଳୀ ବାଉନସର୍ କିନ୍ତୁ ରାତି ହେଲେ ପାଲଟି ଯାଆନ୍ତି କ୍ରିମିନାଲ । ଦିନରେ ଅନ୍ୟକୁ ସୁରକ୍ଷା ଦେବା ପାଇଁ ନିୟୋଜିତ ହୋଇଥିବା ହେଉଥିବା ବେଳେ ରାତିର ଅନ୍ଧକାରରେ ଅନ୍ୟର ଜୀବନ ନେବା ପାଇଁ ପଛାନ୍ତି ନାହାନ୍ତି ଏହି ବାଉନସର୍ ଅପରାଧି ଗ୍ୟାଙ୍ଗ । ଏହି ଗ୍ୟାଙ୍ଗ ଏବେ ପୋଲିସ ପଞ୍ଝାରେ । ଏମାନଙ୍କ କାରନାମା ଜଣାପଡିବା ପରେ 7ଜଣ ବାଉନସରଙ୍କୁ ବାନ୍ଧିଛି ନୟାପଲ୍ଲୀ ପୋଲିସ । ଗିରଫ ପରେ ସେମାନଙ୍କୁ ଖାଲି ଦେହରେ ଅଣ୍ଟା ଓ ହାତରେ ଦଉଡି ବାନ୍ଧି ଚଲାଇ ଚଲାଇ ନେଇଥିଲା ପୋଲିସ । ଗିରଫ ଅଭିଯୁକ୍ତ ଜମି ପୋଜେସନ ପାଇଁ ବଟି ଆଦାୟ କରିଥିଲେ । ୧୦କୋଟିର ଜମି ପୋଜେସନ ଦେବାକୁ କହି କୋଟିଏ ଟଙ୍କା ବଟି ନେଇଥିଲେ ।
ଗତ ୨୪ ତାରିଖ ରାତିପ୍ରାୟ ୨ଟାରେ ହଠାତ ହୋଟେଲ ପ୍ରେସିଡେନ୍ସି ନିକଟରେ ଏକ ବସରେ ୧୦୦ରୁ ଊର୍ଦ୍ଧ୍ବ ପୁରୁଷ ମହିଳା ପହଞ୍ଚିଥିଲେ । ଏହାପରେ ଏକ ମାର୍ବଲ ଦୋକାନକୁ JCBରେ ଭାଙ୍ଗିବା ଶହ କୋଟିଏରୁ ଅଧିକ ଟଙ୍କାର ସାମଗ୍ରୀ ଲୁଟ ନେଇଥିଲେ । ଯେଉଁଥିରେ ମୁଖ୍ୟ ଥିଲେ ଏହି ୭ ବାଉନସର । ଆଉ ଏମାନଙ୍କର ଏହି ଦାଦାଗିରିକୁ ବା ଜୋରଜବରଦସ୍ତ ଅପରାଧକୁ ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ ଦୋକାନ ମାଲିକ । ପରେ ଦୋକାନ ମାଲିକର ଅଭିଯୋଗ ପରେ ପୋଲିସ ଆଖପାଖରେ ଲାଗିଥିବା ସିସିଟିଭି ଓ ସୋସିଆଲ ମିଡ଼ିଆରେ ଭାଇରଲ ହେଉଥିବା ଭିଡ଼ିଓ ଆଧାରରେ ଅଭିଯୁକ୍ତଙ୍କୁ ଗୁରୁବାର ଗିରଫ କରିଛି । ଘଟଣାରେ ବ୍ୟବହୃତ ହୋଇଥିବା ବସକୁ ପୋଲିସ ଜବତ କରିଥିଲା ଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏମାନଙ୍କୁ ଖାଲି ଦେହ ଅଣ୍ଟା ଓ ହାତରେରେ ଦଉଡି ବାନ୍ଧି ଚଲାଇ ଚଲାଇ ନେଇଥିଲା ପୋଲିସ ।
ତେବେ ରାଜଧାନୀରେ ଗ୍ୟାଙ୍ଗ ତିଆରି କରି ବେଆଇନ ଜମିକୁ ଜୋର ଜବରଦସ୍ତ ପୋଜେସନ ଦେବା ଅଭିଯୁକ୍ତଙ୍କ ମୁଖ୍ୟକାମ ଥିଲା । ରାଜଧାନୀର ବିଭିନ୍ନ ଅଞ୍ଚଳରେ ଏମାନଙ୍କର ଗ୍ୟାଙ୍ଗ ରହିଛି । ସମସ୍ତ ଅଭିଯୁକ୍ତଙ୍କ ନାଁରେ ହତ୍ୟା, ହତ୍ୟା ଉଦ୍ୟମ, ଜମି ପୋଜେସନ, ଦାଦାବଟି ଭଳି ସଙ୍ଗୀନ ମାମଲା ରହିଛି । ଏହି ଘଟଣାରେ ମାଷ୍ଟର ମାଇଣ୍ଡ ରାଘବ ଜେନା ଫେରାର ଥିବା ବେଳେ ସହଯୋଗୀକୁ ବାନ୍ଧିଛି ପୋଲିସ । ରାଘବ ଜେନାକୁ ଧରିବା ପାଇଁ ବିଭିନ୍ନ ଜାଗାରେ ଚଢ଼ଉ କରୁଛି ପୋଲିସ । ଏହି ଘଟଣାରେ ବୁଧେଶ୍ଵରୀ ବସ୍ତିର କିଛି ମହିଳା ସମ୍ପୃକ୍ତି ଥିବା କଥା ଜାଣିବାକୁ ପାଇଛି ପୋଲିସ । ସେମାନଙ୍କୁ ଚିହ୍ନଟ କରାଯାଉଛି । ଖୁବଶୀଘ୍ର ସେମାଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ।
''ଅନ୍ୟପଟେ ଭୁବନେଶ୍ୱର ଡିସିପିଙ୍କ ନିବେଦନ ଯଦି ରାଜଧାନୀରେ କୌଣସି ଜାଗାରେ ଏଭଳି ଘଟଣା ଘଟୁଛି । ତେବେ ଭୟ ନକରି ପୋଲିସ ର ହେଲ୍ପଲାଇନ ନମ୍ବର 7077798111କୁ ଫୋନ କିମ୍ବା ମେସେଜ କରି ଜଣାନ୍ତୁ । ପୋଲିସ ଆପଣଙ୍କୁ ଶୀଘ୍ର ସାହାଯ୍ୟ କରିବ । ଆଉ ଆପଣଙ୍କର ବହୁମୂଲ୍ୟ ଜୀବନ ସହ ଆସବାପତ୍ର ବି ବଞ୍ଚିଯାଇପାରିବ ବୋଲି’’ କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ।
ଇଟିଭି ଭାରତ,ଭୁବନେଶ୍ବର