ETV Bharat / state

4 ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଲା ନବନିର୍ମାଣ କୃଷକ ସଙ୍ଗଠନ - ଜିଲ୍ଲାପାଳଙ୍କୁ ଭେଟିଲା ନବନିର୍ମାଣ କୃଷକ ସଙ୍ଗଠନ

୪ ଦଫା ଦାବି ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟି ଏକ ଚାରିଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛି ନବନିର୍ମାଣ କୃଷକ ସଙ୍ଗଠନ । ଅଧିକ ପଢନ୍ତୁ

ନବନିର୍ମାଣ କୃଷକ ସଙ୍ଗଠନ
ନବନିର୍ମାଣ କୃଷକ ସଙ୍ଗଠନ
author img

By

Published : Nov 30, 2022, 1:43 PM IST

ଖୋର୍ଦ୍ଧା: ପ୍ରତିବର୍ଷ କୌଣସି ଚାଷୀ ଧାନ ବିକ୍ରୟରୁ ବାଦ ପଡିବେ ନାହିଁ କି ଅଭାବି ବିକ୍ରିର ସମ୍ମୁଖିନ ହେବେନି ବୋଲି ସରକାର ପ୍ରତିଶ୍ରୁତି ଦେଉଛନ୍ତି । କିନ୍ତୁ ବାସ୍ତବରେ ତାହା କେବଳ ପ୍ରତିଶ୍ରୁତିରେ ରହିଯାଉଥିବା ଚାଷୀ ଅଭିଯୋଗ କରିଛି । ଏନେଇ ମଙ୍ଗଳବାର ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟି ଏକ ଚାରିଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି ।

ନବନିର୍ମାଣ କୃଷକ ସଙ୍ଗଠନ

ଚଳିତ ବର୍ଷ ଧାନ ଫସଲ ଅମଳ ଆରମ୍ଭ ହୋଇଥିବା ବେଳେ ଏପର୍ଯ୍ୟନ୍ତ ମଣ୍ଡି ଖୋଲିନାହିଁ । ସେହିପରି ମଣ୍ଡିରେ ମିଲର ମନଇଛା କରୁଥିବା କଟନୀ ଛଟନୀକୁ ବନ୍ଦ କରିବା, ଗତବର୍ଷର ଜୱାଦ ବାତ୍ୟା ପାଇଁ ଫସଲ ନଷ୍ଟ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଚାଷୀକୁ ସରକାର ଦେଇଥିବା କ୍ଷତିପୂରଣ ରାଶି ଦିଆଯାଇ ନଥିବା, ଚାଷୀଙ୍କୁ ସରକାର ଇନପୁଟ ସବସିଡ ପ୍ରଦାନ କରିବା ଭଳି ଚାଷୀଙ୍କ ସ୍ୱାର୍ଥରେ ଅନେକ ଦାବି କରିଛି ନବନିର୍ମାଣ କୃଷକ ସଙ୍ଗଠନ । ତୁରନ୍ତ ଚାଷୀଙ୍କ ଏହି ଦାବି ଗୁଡିକୁ ପୂରଣ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି ନବନିର୍ମାଣ କୃଷକ ସଙ୍ଗଠନ ।

ଏହା ମଧ୍ୟ ପଢନ୍ତୁ: ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି: ସମ୍ବଲପୁରରେ ଉତ୍ତେଜନା, ଓକିଲ-ପୋଲିସ୍ ଧସ୍ତାଧସ୍ତି

ଏନେଇ ନବନିର୍ମାଣ କୃଷକ ସଂଗଠନର ଜିଲ୍ଲା ସଂଯୋଜକ କହିଛନ୍ତି," ୪ଦଫା ନେଇ ଆମେ ଜିଲ୍ଲାପାଳଙ୍କୁ ଭେଟି ସମ୍ବଳିତ ଦାବିପତ୍ର ଦେଇଛୁ । ପ୍ରତିବର୍ଷ କୌଣସି ଚାଷୀ ଧାନ ବିକ୍ରୟରୁ ବାଦ ପଡିବେ ନାହିଁ କି ଅଭାବି ବିକ୍ରିର ସମ୍ମୁଖିନ ହେବେନି ବୋଲି ସରକାର କହୁଛନ୍ତି । କିନ୍ତୁ କଟନୀ ଛଟନୀ ଯୋଗୁଁ ଚାଷୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ମାମଲାରେ ଇଡି ହସ୍ତକ୍ଷେପ ନିଅନ୍ତୁ ।"

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.