ETV Bharat / state

ନବୀନ ବାବୁ ହେଉଛନ୍ତି ଜଣେ ସ୍ୱଚ୍ଛ ରାଷ୍ଟ୍ର ନେତା: ବିଜେଡି ବିଧାୟକ - ସ୍ୱଚ୍ଛ ରାଷ୍ଟ୍ର ନେତା ହେଉଛନ୍ତି ନବୀନ

ରାଜଧାନୀ ଦିଲ୍ଲୀ ସ୍ଥିତ ଜନପଥରେ ଥିବା ଏକ ବ୍ୟାଙ୍କରେ ୭୨ ଲକ୍ଷ ଟଙ୍କା ଏବଂ ଭୁବନେଶ୍ୱରରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ୨୧.୭୧ ଲକ୍ଷ ଟଙ୍କା ଜମା ରହିଛି । ୫୨ କୋଟି ୮୮ ଲକ୍ଷ ୬୪ ହଜାର ୧୯୦ ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି । ଭୁବନେଶ୍ୱର ବିମାନବନ୍ଦର ନିକଟରେ ଥିବା ନବୀନ ନିବାସରେ ତାଙ୍କର ଦୁଇ ତୃତୀୟାଂଶ ଅଂଶଧନ ରହିଛି । ଅଧିକ ପଢନ୍ତୁ

ନବୀନ ବାବୁ ହେଉଛନ୍ତି ଜଣେ ସ୍ୱଚ୍ଛ ରାଷ୍ଟ୍ର ନେତା : ବିଜେଡି ବିଧାୟକ

author img

By

Published : Apr 12, 2023, 5:41 PM IST

ନବୀନ ବାବୁ ହେଉଛନ୍ତି ଜଣେ ସ୍ୱଚ୍ଛ ରାଷ୍ଟ୍ର ନେତା : ବିଜେଡି ବିଧାୟକ

ଭୁବନେଶ୍ବର: ନବୀନ ବାବୁ ହେଉଛନ୍ତି ଜଣେ ସ୍ୱଚ୍ଛ ରାଷ୍ଟ୍ର ନେତା । ଯାହା ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ (ଏଡିଆର୍) ରିପୋର୍ଟ ପ୍ରମାଣିତ କରିଛି । ନବୀନଙ୍କ ବିରୋଧରେ ଯେଉଁ ଅଭିଯୋଗ ହୁଏ, ତାହା ନିରାଧାର ପ୍ରମାଣିତ ହୋଇଛି । ତାଙ୍କର ପୈତୃକ ସମ୍ପତ୍ତି ଥିବାରୁ ସେ ଧନୀ । ତାଙ୍କ ବାପା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଜଣେ ଆଗଧାଡ଼ିର ଶିଳ୍ପପତି ଥିଲେ । ସେ ତାଙ୍କର ପୈତୃକ ସମ୍ପତ୍ତି ବାବଦରେ ଲୁଚେଇ ନାହାଁନ୍ତି । ଯାହା ସମ୍ପତ୍ତି ଅଛି ସେ ସର୍ବସାଧାରଣ କରିଛନ୍ତି । ଏହା କହିଛନ୍ତି ବିଜେଡି ଉପ ସଭାପତି ଦେବୀ ପ୍ରସାଦ ମିଶ୍ର ।

ଏହାବି ପଢନ୍ତୁ- 3rd Richest CM Naveen: ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ ନବୀନ, ଜାଣନ୍ତୁ କେତେ ସମ୍ପତ୍ତି ?

ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ ତାଙ୍କ ସମ୍ପତ୍ତି ତାଲିକା ସାର୍ବଜନୀନ କରନ୍ତି । ୨୦୨୧ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି କମିଥିବାବେଳେ ସେ ହରିଆଣାରେ ଥିବା ତାଙ୍କର ଫାର୍ମ ହାଉସ ବିକ୍ରି କରିଥିବା ସୂଚନା ଦେଇଥିଲେ । ୨୦୨୧ ଡିସେମ୍ବର ୩୧ ସୁଦ୍ଧା ନବୀନଙ୍କ ସମ୍ପତ୍ତି ୬୪.୯୭ କୋଟି ଟଙ୍କା ଥିବାବେଳେ ପୂର୍ବ ବର୍ଷ ଏହା ୬୪.୯୮ କୋଟି ଥିଲା । ଏଥିମଧ୍ୟରୁ ମୋଟ ବ୍ୟାଙ୍କ ବାଲାନ୍ସ ୯୯,୪୧,୮୪୮.୮୨ ରହିଥିବା ବେଳେ ସ୍ଥାବର ସମ୍ପତ୍ତି ୧୨,୦୯,୫୨,୦୩୦ ରହିଥିବା ବେଳେ ଅସ୍ଥାବର ସମ୍ପତ୍ତି ୫୨,୮୮,୬୪,୧୯୦ ରହିଛି । ସେହିପରି ଦିଲ୍ଲୀ, ଭୁବନେଶ୍ୱର, ହିଞ୍ଜଳିକାଟୁ ଏବଂ ବରଗଡ ବ୍ୟାଙ୍କ ଆକାଉଣ୍ଟ ସହିତ ଅଳଙ୍କାର, କାରକୁ ମିଶାଇ ନବୀନଙ୍କ ସମ୍ପତ୍ତି ୧୨ କୋଟି ୯ ଲକ୍ଷ ୨୫ ହଜାର ୩୧ ଟଙ୍କାର ସମ୍ପତ୍ତି ରହିଛି । ୩.୪୫ ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ରହିଛି । ସେହିପରି ତାଙ୍କ ପୁରୁଣା ଆମ୍ବାସାଡର କାରର ମୂଲ୍ୟ ୬,୪୩୪ ଟଙ୍କା ।

ରାଜଧାନୀ ଦିଲ୍ଲୀ ସ୍ଥିତ ଜନପଥରେ ଥିବା ଏକ ବ୍ୟାଙ୍କରେ ୭୨ ଲକ୍ଷ ଟଙ୍କା ଏବଂ ଭୁବନେଶ୍ୱରରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ୨୧.୭୧ ଲକ୍ଷ ଟଙ୍କା ଜମା ରହିଛି । ୫୨ କୋଟି ୮୮ ଲକ୍ଷ ୬୪ ହଜାର ୧୯୦ ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି । ଭୁବନେଶ୍ୱର ବିମାନବନ୍ଦର ନିକଟରେ ଥିବା ନବୀନ ନିବାସରେ ତାଙ୍କର ଦୁଇ ତୃତୀୟାଂଶ ଅଂଶଧନ ରହିଛି । ଯାହାର ମୂଲ୍ୟ ୯ କୋଟି ୫୨ ଲକ୍ଷ ୪୬ ହଜାର ୧୯୦ ଟଙ୍କା । ନୂଆଦିଲ୍ଲୀର ଡକ୍ଟର ଏପିଜେ ଅବଦୁଲ କାଲାମ ରୋଡରେ ଥିବା ସମ୍ପତ୍ତିର ୫୦% ଅଂଶଧନ ନବୀନଙ୍କ ପାଖରେ ଅଛି । ଯାହାର ମୂଲ୍ୟ ୪୩ କୋଟି ୩୬ ଲକ୍ଷ ୧୮ ହଜାର ଟଙ୍କା । ଉଭୟ ସମ୍ପତ୍ତିକୁ ସେ ନିଜ ମା’ଙ୍କ ଠାରୁ ଉତ୍ତରାଧିକାର ସୂତ୍ରରେ ପାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.