ETV Bharat / state

5T ସଚିବ ଭିକେ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମକୁ ବିରୋଧ, ଗର୍ଜିଲା ନବ ନିର୍ମାଣ ଯୁବ ଛାତ୍ର ସଂଗଠନ

author img

By ETV Bharat Odisha Team

Published : Aug 23, 2023, 4:55 PM IST

ଜଟଣୀ ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପଣ୍ଡିଆନ । ସଚିବଙ୍କ କାର୍ଯ୍ୟକ୍ରମକୁ ବିରୋଧ କଲା ନବ ନିର୍ମାଣ ଯୁବ ଛାତ୍ର ସଂଗଠନ । ଅଧିକ ପଢନ୍ତୁ

5t ସଚିବଙ୍କୁ ଜଟଣୀ ଠାରେ ଜୋରଦାର ବିରୋଧ କଲା ନବ ନିର୍ମାଣ ଯୁବ ଛାତ୍ର ସଂଗଠନ

ଖୋର୍ଦ୍ଧା: ଜଟଣୀରେ 5T ସଚିବ ଭିକେ ପାଣ୍ତିଆନ । 5T ସଚିବଙ୍କୁ ଜଟଣୀଠାରେ ଜୋରଦାର ବିରୋଧ କଲା ନବ ନିର୍ମାଣ ଯୁବ ଛାତ୍ର ସଂଗଠନ । ଭିତରେ ସଭା ଆରମ୍ଭ ହୋଇଥିବା ବେଳେ ସଭାସ୍ଥଳ ବାହାରେ ଛାତ୍ର ସଂଗଠନର ବିରୋଧ । ପୋଲିସ ଛାତ୍ର ସଂଗଠନ ମୁହାଁମୁହିଁ । ଜଟଣୀ ଅନେକ ସମସ୍ୟାକୁ ନେଇ ୧୦ଦଫା ଦାବି ରଖି 5T ସଚିବ ଭିକେ ପାଣ୍ଡିଆଙ୍କ ଗସ୍ତକୁ ବିରୋଧ କରିଥିଲେ ସଂଗଠନ ।

ସୂଚନା ଅନୁଯାୟୀ, ଆଜି ଜଟଣୀ ଖୁଦୁପୁରର ଖେଳ ପଡିଆରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗ ଦେଇଥିଲେ 5T ସଚିବ । ସଚିବଙ୍କୁ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ସଭାରେ ଯୋଗ ଦେଇ 5T ସଚିବ ଭିକେ ପାଣ୍ଡିଆନ କହିଥିଲେ,"ମୁଖ୍ୟମନ୍ତ୍ରୀ ଆପଣଙ୍କ ସମସ୍ୟା ବୁଝିବାକୁ ମତେ ଏଠାରୁ ପଠାଇଛନ୍ତି । ବହୁତ ଦରଖାସ୍ତ ପାଇଛି, ଚାଷୀମାନଙ୍କ ଦରଖାସ୍ତକୁ ପ୍ରାଧାନ୍ୟ ଦିଆଯିବ । ସେହିପରି ଜାଗା ମିଶନରେ ଜିଲ୍ଲାପାଳଙ୍କୁ ଅନୁରୋଧ କରିବି । ଜଗନ୍ନାଥଜମି ସମସ୍ୟା ଉପରେ ପଦକ୍ଷେପ ନେବେ ମୁଖ୍ୟମନ୍ତ୍ରୀ । ଆପଣ ଖୁସି ଖବର ପାଇବେ ଏବଂ ଜମି ପଟ୍ଟା ପାଇବେ । କେବଳ ସେତିକି ନୁହେଁ ବରଂ ଜଟଣୀ ସହରରେ ମୁକ୍ତା ଯୋଜନାରେ ମିଶନ ଶକ୍ତି ମାଆ କାମ କରି ଲାଭ ପାଇବେ । ପିଇବା ପାଣି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଇଛି । ଦୁଇ ଦିନ ଭିତରେ ଆପଣଙ୍କ ପିଇବା ପାଣି ବୁଝିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍‌ ଆସିବ । ଖୋର୍ଦ୍ଧା ଜିଲ୍ଲାରେ 40 ହଜାର ଚାଷୀ କୃଷି ବୀମାରେ ସାମିଲ ହୋଇଛନ୍ତି । ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାଷୀଙ୍କୁ ଋଣ ଦିଆଯାଉଛି । ଜଟଣୀ ଖୋର୍ଦ୍ଧା ବେଗୁନିଆ ବ୍ଲକରେ ପିଇବା ପାଣି ପାଇଁ 230 କୋଟି ଟଙ୍କା ଖର୍ଚ୍ଚ ହେବ ।"

ଅଧିକ ପଢନ୍ତୁ: ଖୋର୍ଦ୍ଧ ଗସ୍ତରେ 5T ସଚିବ ପାଣ୍ଡିଆନ, ସଭାସ୍ଥଳ ଛାଡି ଚାଲିଗଲେ ମହିଳା !

ତେବେ 5ଟି ସଚିବଙ୍କ ଏହି କାର୍ଯ୍ୟକ୍ରମକୁ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ବିରୋଧ କରିଥିଲା । ଅନ୍ଦୋଳନକାରୀ ବିରୋଧ ପ୍ରଦର୍ଶନ କରବା ସହ ନବୀନ ସରକାର ଏବଂ ଭିକେ ପାଣ୍ଡିଆନଙ୍କ ବିରୋଧରେ ନାରା ଦେଇଥିଲେ । ଜଟଣୀରେ ବିଭିନ୍ନ ସମସ୍ୟା ରହିଥିବା ବେଳେ ସରକାର ଏହାର ସମାଧାନ ନକରି ଖାଲି ମିଥ୍ୟା ପ୍ରତିଶ୍ରୁତି ଦେଉଥିବା ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି । ତେବେ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ମୁଖ୍ୟତଃ ଚାଷୀ ମାରଣ ନୀତି, ଟାଟା କମ୍ପାନୀର ମନମୁଖୀ ଶୋଷଣ, ଜଟଣୀ ମହାବିଦ୍ୟାଳୟ ସମସ୍ୟା, ଖଣି ଚୋରା ଚାଲାଣ, ଜଗନ୍ନାଥ ଜମି ସମସ୍ୟା ଏହି ଦାବି ରଖି ଅନ୍ଦୋଳନ କରିଥିଲେ ।

ଇଟିଭି ଭାରତ ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.