ETV Bharat / state

ପ୍ରାୟଶ୍ଚିତ ସତ୍ୟାଗ୍ରହ ସପ୍ତାହ ପାଳିବ ନବନିର୍ମାଣ ସ୍ୱରାଜ ସରକାର

author img

By

Published : Aug 6, 2023, 8:52 PM IST

ନବୀନ ପଟ୍ଟନାୟକଙ୍କୁ ଗାଦିଚ୍ୟୁତ କରିବା ପାଇଁ ପ୍ରାୟଶ୍ଚିତ ସତ୍ୟାଗ୍ରହ ସପ୍ତାହ ପାଳନ କରିବ ନବନିର୍ମାଣ ସ୍ୱରାଜ ସରକାର । ଅଧିକ ପଢନ୍ତୁ

ଅଗଷ୍ଟ ୯ରୁ ପ୍ରାୟଶ୍ଚିତ ସତ୍ୟାଗ୍ରହ ସପ୍ତାହ ପାଳିବ ନବନିର୍ମାଣ ସ୍ୱରାଜ ସରକାର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନଙ୍କ ପଟ୍ଟନାୟକଙ୍କ ବିରୁଦ୍ଧରେ ସ୍ବର ଶାଣିତ କଲା ନବନିର୍ମାଣ ସ୍ୱରାଜ ସରକାର । ବିଜେଡି ସରକାରରେ ରାଜ୍ୟରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛି ସଂଗଠନ । ଏଭଳି ଅପାରଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଗାଦିଚ୍ୟୁତ କରିବା ପାଇଁ ପ୍ରାୟଶ୍ଚିତ ସତ୍ୟାଗ୍ରହ ସପ୍ତାହ ପାଳିବ ନବନିର୍ମାଣ ସ୍ୱରାଜ ସରକାର । ଅଗଷ୍ଟ ୯ କ୍ରାନ୍ତି ଦିବସରୁ ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ଲୋୟର ପିଏମ୍‌ଜିରେ ଉପବାସ ସହ ଅନଶନ କରି ପ୍ରାୟଶ୍ଚିତ ସତ୍ୟାଗ୍ରହ ସପ୍ତାହ ପାଳିବ ସଂଗଠନ । ଏହାସହ ଅଗଷ୍ଟ ୧୧ ତାରିଖରୁ ସବୁ ଜିଲ୍ଲାରେ ସଂଗଠନ ପକ୍ଷରୁ ପ୍ରାୟଶ୍ଚିତ ସତ୍ୟାଗ୍ରହ ପାଳିବ କରାଯିବ ବୋଲି ସଂଗଠନ ଆବାହକ ସୂଚନା ଦେଇଛନ୍ତି ।

ଏହାକୁ ସମର୍ଥନ ଜଣାଇଛନ୍ତି ସୂଚନା ଅଧିକାର ଆନ୍ଦୋଳନର ଆବାହକ ପ୍ରଦୀପ ପ୍ରଧାନ ଓ ସ୍ୱରାଜ ଆନ୍ଦୋଳନ କମିଟିର ସଦସ୍ୟ ନିମାଇଁ ରାୟ ଓ ଉମାକାନ୍ତ ରାଉତ ପ୍ରମୁଖ । ନବୀନ ପଟ୍ଟନାୟକଙ୍କ ଭଳି ଜଣେ ଅପାରଗ ସରକାରଙ୍କୁ ଗାଦିରେ ବସାଇ, ଭୋଟ ଦେଇ ଆମେ ଯେଉଁ ଭୁଲ୍‌ ଓ ପାପ କରିଛୁ ତାହାର ପ୍ରାୟଶ୍ଚିତ ପାଇଁ ଏହି ସତ୍ୟାଗ୍ରହ । ଏପରି ଜଣେ ସ୍ଥାଣୁ ସରକାରଙ୍କୁ ଗାଦିରୁ ହଟାଇବା ପାଇଁ ଏହି ଅନଶନ ମାଧ୍ୟମରେ ଲୋକଙ୍କ ସହଯୋଗ ଲୋଡିଛନ୍ତି ନବନିର୍ମାଣ କୃଷକ ସଂଗଠନର ଆବାହକ ଅକ୍ଷୟ କୁମାର ।

ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକାଳ ସମୟରେ ଅରାଜକତା ଅପରାଧ ଓ ଅସହିଷ୍ଣୁତା ବଢିଥିବା ସଂଘ ଅଭିଯୋଗ କରିଛି । କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟସୀମା ଭିତରେ ଚାଉଳ ଠାରୁ ଆରମ୍ଭ କରି ଶିକ୍ଷା, ସ୍ୱାସ୍ଥ୍ୟ ,ଖଣି, ପାଣି ରାସ୍ତାଘାଟ ନିର୍ମାଣ ସବୁଥିରେ ଦୁର୍ନୀତି ଭରି ରହିଛି । ସ୍କୁଲରେ ନା ସଠିକ ଭାବେ ଶିକ୍ଷା ବ୍ୟବସ୍ଥା ରହିଛି ନା ଡାକ୍ତରଖାନାରେ ଡାକ୍ତର ଅଛନ୍ତି । ସବୁ କ୍ଷେତ୍ରରେ ଲୁଟ ଶୋଷଣ ଓ କୋଟି କୋଟି ଟଙ୍କାର ଦୁର୍ନୀତି ହେଉଥିବା ସଂଗଠନ ଅଭିଯୋଗ କରିଛି ।

ଏହା ବି ପଢନ୍ତୁ: ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର: ଭଙ୍ଗା ଛାତ ତଳେ ଗଢା ହେଉଛି ପିଲାଙ୍କ ଭବିଷ୍ୟତ

ନବନିର୍ମାଣ ସ୍ୱରାଜ ସରକାର ଆବାହକ ଅକ୍ଷୟ କୁମାର କହିଛନ୍ତି, "ଦିନକୁ ଦିନ ନାରୀ ନିର୍ଯାତନା ରାଜ୍ୟରେ ବଢୁ଼ଥିବା ବେଳେ ଆଇନ ବ୍ୟବସ୍ତା ସମ୍ପୂର୍ଣ୍ଣ ଭୁଶୁଡି ଯାଇଛି । ବେକାରୀ ସମସ୍ୟାଠାରୁ ଆରମ୍ଭ କରି ଚାଷୀ ଅତ୍ମହତ୍ୟା ବୃଦ୍ଧି ଘଟିଛି । ଯାହା ରାଜ୍ୟରେ ବିକାଶର ମେରୁଦଣ୍ଡକୁ ଭାଙ୍ଗିଦେଇଛି । କେବଳ ଏଠି ଭୋଟ ସମୟରେ ଲୋକ ପ୍ରତନିଧି ଆସି ଭୋଟ ହାତେଇବା ପାଇଁ ପୁଳାପୁଳା ପ୍ରତିଶ୍ରୁତି ଦେଇ ଜନସାଧାରଣଙ୍କୁ ଠକୁଛନ୍ତି । ଭୋଟ ସରିଗଲା ପରେ କାର୍ଯ୍ୟ ଶୂନ । ମୁଖ୍ୟମନ୍ତ୍ରୀଙ୍କ ଛତ୍ରଛାୟା ତଳେ ରହି ତାଙ୍କ ପ୍ରତିନିଧିମାନେ ଲୋକଙ୍କୁ ପ୍ରତାରଣା କରୁଛନ୍ତି । ତେଣୁ ଏଭଳି ଅପାରଗ ମୁଖ୍ୟମନ୍ତ୍ରୀ ରାଜ୍ୟରେ ରହିବାର ଆବଶ୍ୟକତା ନାହିଁ । ଯିଏ ରାଜ୍ୟକୁ ସଠିକ ଢଙ୍ଗରେ ଚଳେଇ ପାରୁନାହାନ୍ତି ଆମେ ତାଙ୍କୁ ଭୋଟ ଦେଇ ଭୁଲ କରିଛେ । ଯାହାର ପ୍ରାୟଶ୍ଚିତ ପାଇଁ ଏହି ସତ୍ୟାଗ୍ରହ କରାଯାଉଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.